Advertisment

NISAR: ଇସ୍ରୋର ବଡ ସଫଳତା; ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ

ଭାରତ ଆଗରେ ଆଣ୍ଠେଇବେ ଚୀନ୍ ଏବଂ ପାକିସ୍ତାନ। ISRO ତିଆରି କରିଛି ସାଟେଲାଇଟ୍‌ର ବାପା। ପୃଥିବୀର ପ୍ରତି ଇଞ୍ଚ ଉପରେ ରଖିବ ନଜର। ୧୨ ଦିନରେ ସମଗ୍ର ପୃଥିବୀକୁ କରିବ ସ୍କାନ୍‌।

author-image
Prasan Subudhi
ଇସ୍ରୋର ସଫଳତା

ଇସ୍ରୋର ସଫଳତା

ଆଜିକାଲି ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଛି ସଶସ୍ତ୍ର ସଂଘର୍ଷ। ରୁଷ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଆଉ ଏହାରି ଭିତରେ ଆରମ୍ଭ ହୋଇଯାଇଛି ଥାଇଲ୍ୟାଣ୍ଡ-କମ୍ବୋଡିଆରେ ସଂଘର୍ଷ। ବିଶ୍ୱର ଏଭଳି ରଣନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତ୍ୟେକ ଦେଶ, ତାହା ଛୋଟ ହେଉ ବା ବଡ଼ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିପଡିଛନ୍ତି।

Advertisment

ଭାରତ ମଧ୍ୟ ସଜାଗ ଅଛି ଆଉ ନିଜର ପ୍ରୟାସ ଜାରି ରଖିଛି। ଭାରତର ମହାକାଶ ସଂସ୍ଥା ISRO, ଆମେରିକାର NASA ସହିତ ହାତ ମିଳାଇଛି ଆଉ ନେଇଛି ବଡ଼ ପଦକ୍ଷେପ। ଉଭୟ ଦେଶର ମହାକାଶ ସଂସ୍ଥା ମିଳିତ ଭାବରେ ‘ନିସାର୍’ ନାମରେ ଏକ ସାଟେଲାଇଟ୍ ବିକଶିତ କରିଛନ୍ତି ଆଉ ଏହାକୁ ଏହି ମାସ ୩୦ ଜୁଲାଇରେ ମହାକାଶରେ ସ୍ଥାପନ କରାଯିବାର ଯୋଜନା ରହିଛି।

‘ନିସାର’ ସାଟେଲାଇଟର ସବୁଠାରୁ ବଡ ବିଶେଷତା ହେଉଛି ଏହା ସାହାଯ୍ୟରେ ପୃଥିବୀର ପ୍ରତ୍ୟେକ ଇଞ୍ଚ ଉପରେ ନଜର ରଖିବା ସମ୍ଭବ ହେବ। ଏହି ସାଟେଲାଇଟ୍ ପ୍ରତି ୧୨ ଦିନରେ ସମଗ୍ର ପୃଥିବୀକୁ ସ୍କାନ୍‌ କରିବ। ଏହା ଦ୍ୱାରା କେଇ ସେଣ୍ଟିମିଟରର ପରିବର୍ତ୍ତନକୁ ମଧ୍ୟ କଏଦ କରାଯାଇପାରିବ।

Advertisment

ଏହା ବନ୍ୟା, ଗ୍ଲାସିୟର୍, ଉପକୂଳ କ୍ଷୟ ଇତ୍ୟାଦି ପ୍ରାକୃତିକ ଘଟଣା ଉପରେ ନଜର ରଖିବ ଆଉ ଆଗୁଆ ସୂଚନା ଦେବା ସହିତ ଶତ୍ରୁ ଦେଶଗୁଡ଼ିକର କାର୍ଯ୍ୟକଳାପ ଉପରେ ମଧ୍ୟ ରଖିବ କଡ଼ା ନଜର। ଏପରି ପରିସ୍ଥିତିରେ, ଚୀନ୍ ଏବଂ ପାକିସ୍ତାନ ଭଳି ଦେଶ ମଧ୍ୟ ବେଶି ଚାଲାଖି କରିପାରିବେ ନାହିଁ। ସେମାନଙ୍କ ସବୁ ଚାଲ୍ ଧରାପଡିଯିବ।

ସାଟେଲାଇଟ୍ ‘ନିସାର୍’ ରେ ନାସାର L-ବ୍ୟାଣ୍ଡ ଏବଂ ISROର S-ବ୍ୟାଣ୍ଡ ଭଳି ଦୁଇଟି ରାଡାର ସିଷ୍ଟମ ରହିଛି। ଏହି ଦୁଇଟି ସିଷ୍ଟମ ମିଶି ବାଦଲ ଭିତରେ ମଧ୍ୟ ସ୍ପଷ୍ଟ ଚିତ୍ର ଦେଇପାରିବ ଏବଂ ଦିନରାତି ପୃଥିବୀକୁ ନିରୀକ୍ଷଣ କରିପାରିବ। L-ବ୍ୟାଣ୍ଡ୍‌ ଗଛ, ବରଫ, ପଥର ଭିତରକୁ ଯାଇ ଲମ୍ବା ତରଙ୍ଗ ମାଧ୍ୟମରେ ସୂଚନା ପ୍ରଦାନ କରିବ।

ସେହିପରି S-ବ୍ୟାଣ୍ଡ ପତ୍ର, ମାଟିର ସ୍ଥିତି ଆଦି ଦେଖାଇବ। ଏହି ଟେକନିକ୍ ଭୂକମ୍ପର ଗତି, ଭୂମି ଧଷିବା, ହିମ ହ୍ରଦର ବିକାଶ ଏବଂ GLOF ଭଳି ବିପର୍ଯ୍ୟୟକୁ ସମୟ ପୂର୍ବରୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

(ବ୍ୟୁରୋ ରିପୋର୍ଟ, ଓଟିଭି)

India ISRO China Pakistan Indian Satellite
Advertisment
Advertisment