Advertisment

IPL Final Venue Change: IPL ଫାଇନାଲକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ମମତା; କହିଲେ, ‘ମୁଁ ମୁହଁ ଖୋଲିବି ଯଦି...’

ମମତା ବାନାର୍ଜୀ କହିଥିଲେ, ‘ମୁଁ ମୋ ନାମରେ ଷ୍ଟାଡିୟମ୍ ତିଆରି କରେ ନାହିଁ । ମୁଁ ମୋ ନାମରେ ରେଳ ଲାଇନ ତିଆରି କରେ ନାହିଁ। ମୋତେ ନିଜକୁ ପ୍ରଚାର କରିବାର ଆବଶ୍ୟକତା ନାହିଁ। ଜଣେ ଆଦର୍ଶ ମଣିଷ ଭାବରେ ବଞ୍ଚିବା ଯଥେଷ୍ଟ । ତୁମେ ମୋଦି ଷ୍ଟାଡିୟମ୍ ତିଆରି କରିଛ ଏବଂ ସେଠାରେ ସମସ୍ତ ମ୍ୟାଚ୍ ଆୟୋଜନ କରୁଛ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘ମୁଁ ଯଦି ମୁହଁ ଖୋଲିବି...’

‘ମୁଁ ଯଦି ମୁହଁ ଖୋଲିବି...’

ଜୁନ୍‌ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ଫାଇନାଲ୍‌ ଖେଳାଯିବ । ଫାଇନାଲ ପୂର୍ବରୁ ଗତକାଲି ନ୍ୟୁ ଚଣ୍ଡିଗଡ଼ରେ ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ବେଙ୍ଗାଲୁରୁ, ପଞ୍ଜାବକୁ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଦ୍ୱିତିୟ କ୍ୱାଲିଫାୟାର ମ୍ୟାଚ୍‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ତେବେ ପୂର୍ବରୁ ଆଇପିଏଲ ଫାଇନାଲ ମ୍ୟାଚ୍‌ ମେ’ ୨୫ରେ କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯିବାର ଥିଲା । କିନ୍ତୁ ପରେ ଫାଇନାଲ ମ୍ୟାଚ୍‌ କାର୍ଯ୍ୟସୂଚୀ ସହ ସ୍ଥାନ ମଧ୍ୟ ପରିବର୍ତ୍ତନ ହୋଇଥିଲା । ତେବେ ଏହି ଆଇପିଏଲ ଫାଇନାଲ ମ୍ୟାଚ୍‌ ସ୍ଥାନ ପରିବର୍ତ୍ତନକୁ ନେଇ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଆଇପିଏଲର ଓଣ୍ଡର କିଡଙ୍କୁ ଭେଟିଲେ ନରେନ୍ଦ୍ର ମୋଦି, ଏକ୍ସରେ କଲେ ପ୍ରଶଂସା

ଆଇପିଏଲ ସ୍ଥଗିତ ରହିବା ପରେ ଯେତେବେଳେ ନୂଆ କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା ସେ ସମୟରେ ବିସିସିଆଇ ପ୍ଲେ ଅଫ୍ ଭେନ୍ୟୁ ବିଷୟରେ ସୂଚନା ଦେଇ ନଥିଲା । ତା’ପରେ ଏକ ରିପୋର୍ଟ ଆସିଥିଲା ​​ଯେ ଜୁନ୍ ୩ ତାରିଖ ପାଖାପାଖି କୋଲକାତାରେ ବର୍ଷା ହେବାର ସମ୍ଭାବନା ଥିବାରୁ ଫାଇନାଲ୍ ସ୍ଥାନ କୋଲକାତାରୁ ଅହମ୍ମଦାବାଦକୁ ପରିବର୍ତ୍ତନ କରାଯାଇପାରେ । ତେବେ ଗତ ସୋମବାର ଦିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନ ନେଇ କହିଥିଲେ ଯେ ସେ ଅହମ୍ମଦାବାଦରେ ଆଇପିଏଲ ସମେତ ଟିମ୍ ଇଣ୍ଡିଆର ବଡ଼ ମ୍ୟାଚ୍ ଆୟୋଜନ କରିଥିଲେ ।

Advertisment

ମମତା ବାନାର୍ଜୀ କହିଥିଲେ, ‘ମୁଁ ମୋ ନାମରେ ଷ୍ଟାଡିୟମ୍ ତିଆରି କରେ ନାହିଁ । ମୁଁ ମୋ ନାମରେ ରେଳ ଲାଇନ ତିଆରି କରେ ନାହିଁ। ମୋତେ ନିଜକୁ ପ୍ରଚାର କରିବାର ଆବଶ୍ୟକତା ନାହିଁ। ଜଣେ ଆଦର୍ଶ ମଣିଷ ଭାବରେ ବଞ୍ଚିବା ଯଥେଷ୍ଟ । ତୁମେ ମୋଦି ଷ୍ଟାଡିୟମ୍ ତିଆରି କରିଛ ଏବଂ ସେଠାରେ ସମସ୍ତ ମ୍ୟାଚ୍ ଆୟୋଜନ କରୁଛ। କାହିଁକି କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗରେ କୌଣସି ମ୍ୟାଚ୍ ଆୟୋଜନ ହେଉନାହିଁ ? କାହିଁକି ସମସ୍ତ ମ୍ୟାଚ୍ କେବଳ ଗୁଜରାଟରେ ହେଉଛି ? ମୁଁ ସବୁକିଛି ଜାଣେ । ଯଦି ମୁଁ ମୋ ମୁହଁ ଖୋଲିବି, ତେବେ ତୁମେ ବାହାରେ ଅର୍ଜିତ ସମସ୍ତ ପ୍ରତିଷ୍ଠା ହରାଇବ’ ବୋଲି ମମତା ବାନାର୍ଜୀ କହିଛନ୍ତି ।

ସୂଚନା ଅନୁସାରେ, କେବଳ IPL ଫାଇନାଲ୍ ଏବଂ କ୍ୱାଲିଫାୟର୍ ୨ ସ୍ଥାନ ନୁହେଁ ବରଂ କ୍ୱାଲିଫାୟର୍-୧ ଏବଂ ଏଲିମିନେଟର ମ୍ୟାଚ୍‌ର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହି ଦୁଇଟି ମ୍ୟାଚ୍ ହାଇଦ୍ରାବାଦରେ ହେବାକୁ ଥିଲା, ଯାହାକୁ ପରେ ନ୍ୟୁ ଚଣ୍ଡିଗଡ଼କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜିର ଏହି ଏଲିମିନେଟର ମ୍ୟାଚ୍‌ରେ ଯିଏ ଯିତିବ ସେହି ଦଳ ଜୁନ୍‌ ୧ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ କ୍ୱାଲିଫାୟାର-୨ ଖେଳିବ ।

ଅଧିକ ପଢ଼ନ୍ତୁ: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB

Narendra Modi Mamata Banerjee Eden Gardens IPL 2025
Advertisment
Related Articles
Advertisment