/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748864576.jpg)
shreyas iyer
ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସୁପରଷ୍ଟାର ବ୍ୟାଟର ଶ୍ରେୟସ ଆୟର। ପ୍ରଥମ ଅଧିନାୟକ ଭାବେ ୩ଟି ଆଇପିଏଲ ଫ୍ରାଞ୍ଚାଇଜକୁ ଫାଇନାଲରେ ପହଞ୍ଚାଇବାରେ ଆୟର ସଫଳ ହୋଇଛନ୍ତି। ରବିବାର ଅନୁଷ୍ଠିତ କ୍ବାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସକୁ ଫାଇନାଲରେ ପହଞ୍ଚାଇଥିଲେ। ଦୀର୍ଘ ୧୧ ବର୍ଷ ପରେ ପଞ୍ଜାବ କିଙ୍ଗ୍ସ ଆଇପିଏଲ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ତେବେ ଆୟରଙ୍କ ଏଭଳି ବିରଳ ସଫଳତା ସତ୍ତ୍ବେ ବିସିସିଆଇ ପକ୍ଷରୁ ଆୟରଙ୍କୁ ଦଣ୍ଡିତ କରାଯାଇଛି।
ଅଧିକ ପଢ଼ନ୍ତୁ: ୱାର୍ଲ୍ଡ ନଂ ୧ ଖେଳାଳିଙ୍କୁ ହରାଇଲେ ଗୁକେଶ; ବିଚଳିତ ହେଲେ ମାଗନସ୍...
ରବିବାରର ମ୍ୟାଚରେ ଆୟରଙ୍କୁ ଲାଗିଛି ୨୪ ଲକ୍ଷ ଟଙ୍କାର ଫାଇନ। କ୍ବାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇଥିଲା ପଞ୍ଜାବ। ଏହି ମ୍ୟାଚରେ ଆୟର ୪୧ ବଲ ଖେଳି ୮୭ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଆୟରଙ୍କ ଇନିଂସରେ ୫ ଚୌକା ଓ ୮ ଛକା ସାମିଲ ଥିଲା। ତେବେ ଧୀମା ଓଭର ହାର କାରଣରୁ ଆୟରଙ୍କୁ ୨୪ ଲକ୍ଷ ଟଙ୍କାର ଫାଇନ ଦେବାକୁ ପଡିବ। ସେହିପରି ପଞ୍ଜାବ କିଙ୍ଗ୍ସ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କୁ ଉପରେ ୬ ଲକ୍ଷ ଲେଖାଏ କିମ୍ବା ମ୍ୟାଚ ଫିର ୨୫ ପ୍ରତିଶତ ଫାଇନ ଭରିବାକୁ ପଡିବ। ଆୟରଙ୍କ ନେତୃତ୍ବାଧୀନ ପଞ୍ଜାବ ଦ୍ବିତୀୟ ଥର ପାଇଁ ଧୀମା ଓଭର ହାରରେ ବୋଲିଂ କରିଥିଲା।
ଅନ୍ୟ ପକ୍ଷରେ କ୍ବାଲିଫାୟର-୨ ହାରିଥିବା ମୁମ୍ବାଇକୁ ମଧ୍ୟ ସମାନ ଫାଇନ ଲାଗୁ କରାଯାଇଛି। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଥିବା ବେଳେ ଦଳର ଅନ୍ୟ ସମସ୍ତ ଖେଳାଳିଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନଳ ଲାଗୁ କରାଯାଇଛି। ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ତୃତୀୟ ଥର ପାଇଁ ଧୀମା ଓଭର ହାରରେ ବୋଲିଂ କରିଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୨୦୩ ରନ ସ୍କୋର କରିଥିଲା। ଦଳ ପକ୍ଷରୁ ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ୪୪ ରନ ଲେଖାଏ ସ୍କୋର କରିଥିବା ବେଳେ ଜନି ବେୟାରଷ୍ଟୋ ୩୮ ଓ ନେହାଲ ୱଧେରା ୩୭ ରନ ସ୍କୋର କରିଥିଲେ। ପଞ୍ଜାବ ପକ୍ଷରୁ ଅଜମତଉଲ୍ଲା ଓମାରଜାଇ ୨, ୟୁଜବେନ୍ଦ୍ର ଚହଲ, ବିଜୟ କୁମାର ବୈଶକ, ମାର୍କସ ଷ୍ଟୋଇନିସ ଓ କାଇଲ ଜେମିସନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ୨୦୪ ରନ ପିଛା କରୁଥିବା ପଞ୍ଜାବ ପକ୍ଷରୁ ଆୟର ଅଧିନାୟକ ଇନିଂସ ଖେଳିଥିଲେ। ଆୟର ଅପରାଜିତ ୮୭ ରନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ନେହାଲ ୱଧେରା ୪୮, ଜୋଶ ଇଙ୍ଗଲିସ ୩୮ ଓ ପ୍ରିୟାଂଶ ଆର୍ଯ୍ୟା ୨୦ ରନ କରିଥିଲେ। ଯଶପ୍ରୀତ ବୁମରା ୱିକେଟଶୂନ୍ୟ ରହିଥିବା ବେଳେ ମୁମ୍ବାଇ ପରାଜିତ ହୋଇଥିଲା। ଅନ୍ୟ ପକ୍ଷରେ ପ୍ରଥମ ଥର ପାଇଁ ୨୦୦ରୁ ଅଧିକ ରନ କରି ପରାଜିତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)