Advertisment

Modi Meets Vaibhav: ଆଇପିଏଲର ଓଣ୍ଡର କିଡଙ୍କୁ ଭେଟିଲେ ନରେନ୍ଦ୍ର ମୋଦି, ଏକ୍ସରେ କଲେ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆଇପିଏଲର ଓଣ୍ଡର କିଡ ତଥା ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ । ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତ ସମୟରେ ପାଟନା ଏୟାରପୋର୍ଟରେ ମୋଦିଙ୍କୁ ଭେଟିଛନ୍ତି କ୍ରିକେଟ ସେନସେସନ୍ ବୈଭବ।

author-image
Saroj Kumar Jena
ଅଦ୍ୟତନ ହୋଇଛି
vaibhav

vaibhav

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆଇପିଏଲର ଓଣ୍ଡର କିଡ ତଥା ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ । ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତ ସମୟରେ ପାଟନା ଏୟାରପୋର୍ଟରେ ମୋଦିଙ୍କୁ ଭେଟିଛନ୍ତି କ୍ରିକେଟ ସେନସେସନ୍ ବୈଭବ। ବୈଭବଙ୍କ ସହିତ ତାଙ୍କ ପରିବାର ମଧ୍ୟ ମୋଦିଙ୍କୁ ଭେଟିଥିଲେ। ବେଶ୍ କିଛି ସମୟ ଧରି ବୈଭବଙ୍କ ସହ କଥା ହୋଇଥିଲେ ମୋଦି । ବୈଭବଙ୍କୁ ଉଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ।

Advertisment

ଅଧିକ ପଢନ୍ତୁ:ସୁପର ଓଭରରେ ଜିତିଲା କ୍ୟାପିଟାଲ୍ସ, କୋଟଲାରେ ପ୍ରଥମ ବିଜୟ

୧୪ ବର୍ଷ ବୟସରେ ଆଇପିଏଲ ଖେଳି ଇତିହାସ ରଚିଛନ୍ତି ବୈଭବ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଡେବ୍ୟୁ କରି ନିଜର ଦ୍ବିତୀୟ ମ୍ୟାଚରେ ଶତକ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଇଂଲଣ୍ଡ ଗସ୍ତ ପାଇଁ ଭାରତର ୧୯ ବର୍ଷରୁ କମ ଦଳରେ ମଧ୍ୟ ସେ ମନୋନୀତ ହୋଇଛନ୍ତି । ବୈଭବଙ୍କୁ ଭେଟିବା ପରେ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ପୋଷ୍ଟ କରିଥିଲେ। ୟଙ୍ଗ କ୍ରିକେଟିଙ୍ଗ ସେନସେସନ ବୈଭବ ସୂର୍ଯ୍ୟବଂଶୀଙ୍କୁ ପାଟନା ବିମାନ ବନ୍ଦରରେ ତାଙ୍କ ପରିବାର ସହିତ ଭେଟିବାର ସୁଯୋଗ ପାଇଲି। ତାଙ୍କ କ୍ରିକେଟିଂ ଦକ୍ଷତା ସମ୍ପର୍କରେ ସମଗ୍ର ଦେଶ ଆଲୋଚନା କରୁଛି। ତାଙ୍କ ଭବିଷ୍ୟତ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି ବୋଲି ମୋଦି ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ମାତ୍ର ୧୪ ବର୍ଷ ୨୩ ଦିନରେ ଆଇପିଏଲରେ ପଦାର୍ପଣ କରିଥିବା ବୈଭବ ସର୍ବକନିଷ୍ଠ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। ଭାରତୀୟ ଭାବେ ଆଇପିଏଲରେ ଦ୍ରୁତତମ ଶତକର ରେକର୍ଡ ମଧ୍ୟ ବୈଭବଙ୍କ ନାମରେ ରହିଛି। ଗୁଜରାଟ ଟାଇଟନ୍ସ ବିପକ୍ଷରେ ସେ ଏହି ଶତକ ହାସଲ କରିଥିଲେ। ଏହା ବ୍ୟତୀତ ଚଳିତ ଆଇପିଏଲରେ ବୈଭବଙ୍କ ଷ୍ଟ୍ରାଇକରେଟ ସବୁଠାରୁ ଅଧିକ ରହିଛି। ଆଇପିଏଲ ମେଗା ଅକ୍ସନରେ ବୈଭବଙ୍କୁ କିଣି ସବୁଠୁ ଚର୍ଚ୍ଚାରେ ରହିଥିଲା ରାଜସ୍ଥାନ ରୟାଲ୍ସ। ୧.୧୦ କୋଟି ଟଙ୍କାରେ ବୈଭବଙ୍କୁ ନିଜ ଦଳରେ ସାମିଲ କରିଥିଲା ରାଜସ୍ଥାନ । ବୈଭବ ସୂର୍ଯ୍ୟବଂଶୀଙ୍କ ବେସ୍‌ ପ୍ରାଇସ୍‌ ୩୦ ଲକ୍ଷ ଟଙ୍କା ଥିଲା। ବିହାରରେ ଜନ୍ମଗ୍ରହଣ କରିଥିବା ବୈଭବ କେବଳ ୧୩ ବର୍ଷ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇ ଇତିହାସ ରଚିଥିଲେ । ତାଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଡ୍‌ ଲଗାଇଥିଲେ । ଶେଷରେ ରାଜସ୍ଥାନ ବୈଭବଙ୍କୁ ୧.୧ କୋଟିରେ ନିଜ ଦଳରେ ସାମିଲ କରିଥିଲା। ପ୍ରଥମ ସିଜନରେ ବୈଭବ ୭ ମ୍ୟାଚରୁ ୩୬ର ଆଭରେଜ ଓ ୨୦୬ର ଷ୍ଟ୍ରାଇକରେଟ ସହିତ ୨୫୨ ରନ ସଂଗ୍ରହ କରିଥିଲେ।

Advertisment

ଅଧିକ ପଢନ୍ତୁ:ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

Narendra Modi IPL IPL 2025 Vaibhav Suryavanshi
Advertisment
Advertisment