Advertisment

Virat Kohli Sledging: ଯୁବ ଖେଳାଳିଙ୍କୁ ସ୍ଲେଜ କରି ଟ୍ରୋଲ ହେଲେ ବିରାଟ କୋହଲି

ବ୍ୟାଟିଂ କରିବାକୁ ଆସିବାର ଠିକ୍ ପୂର୍ବରୁ ମୁଶିର ୱାଟର ବୟ ଭାବେ ଗ୍ରାଉଣ୍ଡକୁ ପାଣି ନେଇ ଆସିଥିଲେ। ଏହାକୁ ନେଇ କୋହଲି ତାଙ୍କୁ ସ୍ଲେଜ କରିଥିଲେ। କୋହଲି କହିଥିଲେ ଆରେ ଇଏ ତ ପାଣି ପିଆଉଥିଲା... ଏପରି କହିବା ସହିତ କୋହଲି ଜୋରରେ ହସିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
virat

virat

ଭାରତ ତଥା ବିଶ୍ବ କ୍ରିକେଟର କିମ୍ବଦନ୍ତୀ ବିରାଟ କୋହଲି। ସମଗ୍ର ବିଶ୍ବରେ କୋହଲିଙ୍କ ଫ୍ୟାନ ଫଲୋଇଙ୍ଗ ରହିଛି। ଗୁରୁବାର ପ୍ରଥମ ଦଳ ଭାବେ ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ଏହି ମ୍ୟାଚରେ ବିରାଟ କୋହଲିଙ୍କ ଆକ୍ସନକୁ ନେଇ ଟ୍ରୋଲିଂର ଶିକାର ହେବାକୁ ପଡିଛି। ଜଣେ ଭାରତୀୟ ଯୁବ ଖେଳାଳି ବ୍ୟାଟିଂ କରିବାକୁ ଆସିଥିବା ବେଳେ କୋହଲି ତାଙ୍କୁ ସ୍ଲେଜ କରିଥିଲେ। ଭାରତୀୟ ଟେଷ୍ଟ କ୍ରିକେଟର ସର୍ଫରାଜ ଖାନଙ୍କ ଭାଇ ମୁଶିର ଖାନ ବ୍ୟାଟିଂ କରିବାକୁ ଆସିଥିବା ବେଳେ କୋହଲି ତାଙ୍କୁ ସ୍ଲେଜ କରିଥିଲେ।

Advertisment

ମୁଲ୍ଲାନପୁରର ନ୍ୟୁ ପିସିଏ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ପ୍ରାରମ୍ଭିକ ଏକାଦଶରେ ସାମିଲ ନ ଥିଲେ ମୁଶିର। ପଞ୍ଜାବ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୮ ଓଭର ମଧ୍ୟରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିଲା। ଏହ ସମୟରେ ପ୍ରଭସିମରନ ସିଂଙ୍କ ସ୍ଥାନରେ ବିକଳ୍ପ ଖେଳାଳି ଭାବେ କ୍ରିଜକୁ ଆସିଥିଲେ ମୁଶିର ଖାନ। ଯୁବ ଖେଳାଳି ମୁଶିର କ୍ରିଜକୁ ଆସିବା କ୍ଷଣି ପ୍ରଥମ ସ୍ଲିପରେ ଥିବା ବିରାଟ କୋହଲି ଟ୍ରୋଲ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଫର୍ମକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଫାଇନ ଭରିବେ ସମସ୍ତ ଲକ୍ଷ୍ନୌ ଖେଳାଳି

ବ୍ୟାଟିଂ କରିବାକୁ ଆସିବାର ଠିକ ପୂର୍ବରୁ ମୁଶିର ୱାଟର ବୟ ଭାବେ ଗ୍ରାଉଣ୍ଡକୁ ପାଣି ନେଇ ଆସିଥିଲେ। ଏହାକୁ ନେଇ କୋହଲି ତାଙ୍କୁ ସ୍ଲେଜ କରିଥିଲେ। କୋହଲି କହିଥିଲେ ଆରେ ଇଏ ତ ପାଣି ପିଆଉଥିଲା.. ଏପରି କହିବା ସହିତ କୋହଲି ଜୋରରେ ହସିଥିଲେ। ତେବେ ମୁଶିର ବ୍ୟାଟ ଜରିଆରେ ବିଶେଷ କିଛି କରିବାରେ ସଫଳ ହୋଇ ନ ଥିଲେ। ମାତ୍ର ୩ ବଲ ଖେଳି ଖାତା ଖୋଲିବା ଆଗରୁ ସେ ପ୍ୟାଭିଲିୟନ ଫେରିଥିଲେ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କୋହଲିଙ୍କୁ ଟ୍ରୋଲିଂର ସାମ୍ନା କରିବାକୁ ପଡିଥିଲା। ଜଣେ ଭାରତୀୟ ଖେଳାଳି ଯିଏ ତୁମକୁ ନିଜର ଆଦର୍ଶ ମନେ କରେ ତାଙ୍କୁ ଏଭଳି ଟ୍ରୋଲ କରିବା ଠିକ ନୁହେଁ ବୋଲି ଜଣେ ୟୁଜର ଲେଖିଥିଲେ। କୋହଲିଙ୍କ ପରି କିମ୍ବଦନ୍ତୀଙ୍କ ପକ୍ଷରେ ଏଭଳି କରିବା ଠିକ ନୁହେଁ ବୋଲି ଆଉ ଜଣେ ୟୁଜର ଲେଖିଥିଲେ। ତେବେ ଆଉଜଣେ ୟୁଜର କୋହଲିଙ୍କ ସମର୍ଥନରେ ବାହାରିଥିଲେ। ମଜାକରେ କୋହଲି କହିଥିବା ବେଳେ ଏହାକୁ ନେଇ ଇସ୍ୟୁ କରିବା ଠିକ ନୁହେଁ ବୋଲି ଆଉ ଜଣେ ୟୁଜର ଲେଖିଥିଲେ।

ପ୍ରଥମ କ୍ୱାଲିଫାୟାରରେ ପଞ୍ଜାବ କିଙ୍ଗ୍ସକୁ ୮ ୱିକେଟରେ ହରାଇ ୨୦୧୬ ପରେ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି ବେଙ୍ଗାଲୁରୁ । ଶେଷ ଥର ପାଇଁ ୨୦୧୬ ଆଇପିଏଲ ଫାଇନାଲକୁ ଯାଇଥିଲା ଆରସିବି । ଏହା ପୂର୍ବରୁ ୨୦୦୯ ଓ ୨୦୧୧ ମସିହାରେ ମଧ୍ୟ ଆଇପିଏଲ ଫାଇନାଲରେ ଆରସିବି ପ୍ରବେଶ କରିଥିବା ବେଳେ ଉଭୟ ଥର ରନର ଅପ ରହିଥିଲା। ବାଙ୍ଗାଲୋର ଆଇପିଏଲ ସିଜିନ୍‌-୧୮ରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଜୁନ୍‌ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ଅଧିକ ପଢ଼ନ୍ତୁ: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB

Virat Kohli IPL IPL 2025
Advertisment
Advertisment