ଉଭୟ ରେଡ୍ ଓ ହ୍ୱାଇଟ୍ ବଲ୍ କ୍ରିକେଟ୍ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ଥିଲେ ଟିମ୍ର ସବୁଠାରୁ ପ୍ରଭାବଶାଳୀ ସ୍ପିନର୍।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଯୁବ ଖେଳାଳି ଧ୍ରୁବ ଜୁରେଲ୍ଙ୍କ ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ଯେ ଟେଷ୍ଟ ଟିମ୍ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନ ନେଇପାରିବେ କି ଜୁରେଲ୍?
ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇ ସିରିଜ୍କୁ ସମାନ ସ୍ଥିତିକୁ ଆଣିବା ପରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ମାଟିରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍ବଲ୍’ ରଣନୀତି? ବିଫଳ ହେବେ କି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍?
ଚଳିତ ରଣଜୀ ସିଜନ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍ ଟିମ୍କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ?
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି ଭାରତର ଶିବମ୍ ଦୁବେ। ଏବେ ପ୍ରଶ୍ନ ଉଠିଛି ଯେ ଜୁନ୍ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ କି ଏହି ପେସ୍ ବୋଲିଂ ଅଲ୍ରାଉଣ୍ଡର୍?
୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?
ଭାରତୀୟ ଯୁବ ଖେଳାଳିମାନେ ଏବେ ଟି-୨୦ କ୍ରିକେଟ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନଙ୍କ ମଧ୍ୟରେ ଟିମ୍କୁ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତାଇବାର ସାମର୍ଥ୍ୟ ରହିଛି କି?
ଭାରତୀୟ ଟି-୨୦ ଟିମ୍ର ‘ନୂଆ ଫିନିଶର୍’ ଭାବେ ରିଙ୍କୁ ସିଂହଙ୍କ ଅଭ୍ୟୁଦୟ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଭାରତର ଟି-୨୦ ବିଶ୍ୱକପ୍ ଟିମ୍ରେ ସୁଯୋଗ ପାଇବେ କି ଏହି ବିସ୍ଫୋରକ ବାମହାତି ବ୍ୟାଟର୍?
୨୦୨୩ ଦିନିକିଆ ବିଶ୍ୱକପ୍ର ଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ ଦେଶର କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ନେଇ ଡ୍ରେସିଂରୁମ୍ରେ ଖେଳାଳିଙ୍କ ପର୍ଯ୍ୟନ୍ତ - ସମସ୍ତେ ନିରାଶ ହୋଇଥିଲେ। ଏହା ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏହି ପରାଜୟ ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି?
୨୦୨୩ ଦିନିକିଆ ବିଶ୍ୱକପ୍ରେ ଦୃଢ଼ ପ୍ରଦର୍ଶନ କରୁଥିବା ଭାରତୀୟ ଯୁବ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଟିମ୍ରେ ତାଙ୍କ ଉପସ୍ଥିତି ଖୁବ୍ ଗୁରୁତ୍ୱ ରଖେ। ସେ ମଧ୍ୟକ୍ରମର ବାଦ୍ଶାହ, ତାଙ୍କ ବିନା ଟିମ୍ର ବ୍ୟାଟିଂ ଲାଇନ୍ଅପ୍ ସତେ ଯେମିତି ଅସମ୍ପୂର୍ଣ୍ଣ।
ଗ୍ରୁପ୍ ରାଉଣ୍ଡର ଶେଷ ମ୍ୟାଚ୍ରେ ଭାରତ ନେଦରଲ୍ୟାଣ୍ଡକୁ ୧୬୦ ରନ୍ରେ ପରାସ୍ତ କରିଛି। ନଭେମ୍ବର ୧୫ରେ ମୁମ୍ବାଇର ୱାନ୍ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ।
ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍?
୨୦୨୩ ଦିନିକିଆ ବିଶ୍ୱକପ୍ରେ ଭାରତୀୟ ବୋଲର୍ଙ୍କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା। ପେସର୍ ଯଶପ୍ରୀତ ବୁମ୍ରା ହୁଅନ୍ତୁ ବା ମହମ୍ମଦ ଶାମୀ ଅଥବା କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ସ୍ପିନର୍ - ସେମାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଉଜ୍ଜ୍ୱଳ ହୋଇଛି ତୃତୀୟ ବିଶ୍ୱ ମୁକୁଟ ଜିତିବାର ସମ୍ଭାବନା।
ଆଘାତରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ ପରେ ନୂଆ ଅବତାରରେ ଭାରତୀୟ ୱିକେଟ୍କିପର୍-ବ୍ୟାଟର୍ ଲୋକେଶ ରାହୁଲ। ଏବେ ସେ ସାଜିଛନ୍ତି ମଧ୍ୟକ୍ରମର ମେରୁଦଣ୍ଡ। କେବଳ ବ୍ୟାଟର୍ ଭାବେ ନୁହନ୍ତି, ୱିକେଟ୍କିପର୍ ଭାବରେ ମଧ୍ୟ ତୁଲାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା।
୨୦୨୩ ବିଶ୍ୱକପ୍ ଟିମ୍ରେ ବିଶେଷଜ୍ଞ ବୋଲର୍ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ସେମାନେ ଟିମ୍ର ବଡ଼ ଆଶା। ତେବେ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରେ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ କମାଲ୍ କରିପାରିବେ କି ଭାରତୀୟ ବୋଲର୍?
ଏକଦା ନିଜ କ୍ୟାରିଅର୍କୁ ଆଗକୁ ନେବା ପାଇଁ ଗୁପ୍ଚୁପ୍ ବିକିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ନେଇ ଏବେ ଭାରତୀୟ କ୍ରିକେଟ୍ରେ ବେଶ୍ ଚର୍ଚ୍ଚା । ଜୁନିଅର୍ କ୍ରିକେଟ୍, ପ୍ରଥମ-ଶ୍ରେଣୀ କ୍ରିକେଟ୍, ଆଇପିଏଲ୍ର ସଫଳ ଯାତ୍ରା ପରେ ସେ ନିଜ ପଦାର୍ପଣ ଟେଷ୍ଟରେ ହିଁ ଶତକ ଲଗାଇ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି ।
ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଡବ୍ଲ୍ୟୁଟିସି ଫାଇନାଲ୍ରେ ପରାଜିତ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ କ’ଣ ଆଗାମୀ ଦୁଇ ବର୍ଷ ଯାଏଁ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ରହିବେ? ଟେଷ୍ଟ ଟିମ୍ର ନେତୃତ୍ୱ ନେବା ପାଇଁ ଏବେ ଭାରତ ପାଖରେ କ’ଣ କୌଣସି ବଳିଷ୍ଠ ବିକଳ୍ପ ନାହାନ୍ତି? କୌଣସି ଯୁବ ଖେଳାଳିଙ୍କୁ କ’ଣ ଦାୟିତ୍ୱ ଦିଆଯାଇପାରିବନି, ଯେପରିକି ଦକ୍ଷିଣ ଆଫ୍ରିକା ପାଇଁ ଗ୍ରେମ୍ ସ୍ମିଥ୍ ଥିଲେ?
ଦୀର୍ଘ ଦିନ ପରେ ଭାରତୀୟ ଟେଷ୍ଟ ଟିମ୍କୁ ଫେରିଥିବା ବ୍ୟାଟର୍ ଅଜିଙ୍କ୍ୟ ରାହାଣେଙ୍କୁ ଏବେ ଖୁବ୍ ଚର୍ଚ୍ଚା । ସେ ଡବ୍ଲ୍ୟୁଟିସି ଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଉଲ୍ଲେଖନୀୟ ଇନିଂସ୍ ଖେଳି ଟିମ୍କୁ ଫଲୋଅନ୍ ସଙ୍କଟରୁ ବଞ୍ଚାଇଥିଲେ । ଏବେ ପ୍ରଶ୍ନ ଉଠିଛି, ଟେଷ୍ଟ ଟିମ୍ରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ କି ରାହାଣେ?
ବିଶ୍ୱର ଏପରି ୩ ଜଣ ବାମହାତୀ ଦ୍ରୁତ ବୋଲର୍ ଅଛନ୍ତି, ଯାହାଙ୍କ ବୋଲିଂ ଆଗରେ ଫେଲ୍ ମାରିଛନ୍ତି ଟିମ୍ ଇଣ୍ତିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ।
ଟିମ୍ ଇଣ୍ଡିଆର ଡେଥ୍ ଓଭର୍ସ ସମସ୍ୟା ସମ୍ପୂର୍ଣ୍ଣ ରୂପେ ନ ହେଲେ ବି ଅନେକାଂଶରେ ଦୂର ହୋଇପାରିଛି। ଟିମ୍ର ନୂଆ ଡେଥ୍ ଓଭର୍ ବୋଲର୍ ଭାବେ ବାମହାତି ପେସର୍ ଅର୍ଶଦୀପ ସିଂହଙ୍କ ଅଦ୍ଭ୍ୟୁଦୟ ହୋଇଛି। ସ୍ୱଳ୍ପ ଅଭିଜ୍ଞତା ମଧ୍ୟରେ ସେ ବଡ଼ ସଫଳତା ପାଇଛନ୍ତି।
ସେ ଆସିଲେ ପଡିଆ ଥରି ଉଠେ। ବ୍ୟାଟବଲରେ ମାଡ଼ିଆସେ ଝଡ। ଦର୍ଶକଙ୍କ ଛାତିରେ ସୃଷ୍ଟି ହୁଏ କମ୍ପନ। ସେ ଆସିଲେ ବର୍ଷାହୁଏ ଛକା ଚଉକା। ସେ ହେଉଛନ୍ତି ଟିମ୍ ଇଣ୍ଡିଆ ଶାନ୍ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଜଣେ ଦମଦାର ଓପନର । ଆଜି ତାଙ୍କ ଜନ୍ମଦିନରେ ‘ନଜଫଗଡର ନବାବ’ଙ୍କୁ ଅନେକ ଅନେକ ଶୁଭେଚ୍ଛା।
ସୁପର ସଣ୍ଡେରେ ଦୁବାଇ ଇଣ୍ଟରନ୍ୟାସନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ।
ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟ୍ସମ୍ୟାନ୍ ଆତ୍ମସମର୍ପଣ କରିଥିଲେ । ଭାରତ ଏହି ମ୍ୟାଚ୍ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା ।
କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ବୃହତ ବିଜୟ ଦେବାରେ ବଡ଼ ଭୂମିକା ଗ୍ରହଣ କରିଛି ।