ଚଳିତ ମାସରେ ଆଉ ବଡ ବର୍ଷା ନାହିଁ। ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ । କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅଗଷ୍ଟରେ ଆଉ ମୌସୁମୀ ସକ୍ରିୟ ସମ୍ଭାବନା ନାହିଁ। ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି। କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫% ରହିଛି
ଭେଣ୍ଟିଲେଟର୍ ଥିବା ୧ ଲକ୍ଷ ୨୦ ହଜାର ଆଇସିୟୁ ବେଡ୍, ୫ ଲକ୍ଷ ଅକସିଜେନ୍ ସୁବିଧା ବେଡ୍ ସହ ମୋଟ୍ ୭ ଲକ୍ଷ ନନ୍ ଆଇସିୟୁ ବେଡ୍ ଓ ୧୦ ଲକ୍ଷ କୋଭିଡ୍ ଆଇସୋଲେସନ୍ କେୟାର୍ ବେଡ୍ ଆବଶ୍ୟକ ହେବ। ଏପରି ସ୍ଥିତିରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ହୋଇପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି।
ଓଡ଼ିଶା - ଆନ୍ଧ୍ର ସୀମାନ୍ତରେ ଥିବା ଇଚ୍ଛାପୁରମ ନିକଟରେ ଜଣେ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ଏହାପରେ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ।
କାବୁଲରୁ ଫେରୁଛନ୍ତି ଫସିଥିବା ଭାରତୀୟ ନାଗରିକ। ପର୍ଯ୍ୟାୟକ୍ରମେ ସମସ୍ତ ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ବୈଦେଶିକ ବ୍ୟାପାର ବିଭାଗ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୬୮ ଯାତ୍ରୀଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି ବାୟୁସେନାର ସି-୧୭ ବିମାନ। ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଯାତ୍ରୀଙ୍କୁ ନେଇ ପହଞ୍ଚିଛି ଏହି ବିମାନ।
ଗୁଜରାଟର କଚ୍ଛରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି।
ACP ସତ୍ୟେନ୍ଦ୍ର କୁମାର ଶୁକ୍ଳ କହିବାନୁସାରେ ୪ଜଣକୁ ଗିରଫ ହେବା ସହ ୬ଜଣକୁ ଖୁବ ଶୀଘ୍ର ପୋଲିସ୍ ଗିରଫ କରାଯିବ ଏବଂ ସେମାନଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହୋଇଛି। ଏହି ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିହଂ କହିଛନ୍ତି।
ଦେଶର ସ୍ୱାର୍ଥ କଥା ଆସିଥିବାରୁ ଆମ ସମସ୍ତଙ୍କୁ ଏହାର ଉର୍ଦ୍ଧ୍ୱକୁ ଯାଇ ଏକାଠି ହେବାର ସମୟ ଆସିଛି। ୨୦୨୪ ନିର୍ବାଚନ ହେଉଛି ଏକମାତ୍ର ଲକ୍ଷ୍ୟ। ଏହି ଚ୍ୟାଲେଞ୍ଜର ଆମେ ସମ୍ମୁଖୀନ ହୋଇପାରିବେ। ଏକଜୁଟ ହୋଇ କାମ କରିବା ଛଡ଼ା ଆଉ କିଛି ବାଟ ନାହିଁ ବୋଲି କହିଛନ୍ତି ସୋନିଆ ଗାନ୍ଧି।
କେନ୍ଦ୍ର ସରକାରଙ୍କ ମିଶନ୍ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହି ଟିକାକୁ ବିକଶିତ କରାଯାଇଛି। ଗତ ଜୁଲାଇ ୧ ତାରିଖରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଏକୁ ଅନୁମତି ମାଗିଥିଲା ଜାଇଡସ୍ କାଡ଼ିଲା। ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ୱେଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା।
କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।
ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍ରେ ଘଟିଥିଲା।
ତାଲିବାନ୍ର କାବୁଲ୍ ଅଧିକାର ପରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ବୈଠକରେ ବିଷଦ୍ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସିଥିବା ହିନ୍ଦୁ ଓ ଶିଖ୍ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ତାଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ପଞ୍ଚମ ଦିନରେ ଦ୍ୱିତୀୟ ପାଳିରେ ଘରୋଇ ଦଳ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଟିମ୍ ଇଣ୍ଡିଆ ଲଞ୍ଚ ବ୍ରେକ୍ ସୁଦ୍ଧା ୮ ଓ୍ୱିକେଟ ବିନିମୟରେ ୨୯୮ ରନ୍ କରି ପାଳି ସମାପ୍ତ ଘୋଷଣା କରିଥିଲା। ଜବାବରେ ବ୍ରିଟିଶ ବାହିନୀ ଦ୍ୱିତୀୟ ପାଳି ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା।
ସୁସ୍ମିତା ହେଉଛନ୍ତି ଆସାମ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ପୂର୍ବରୁ ସେ ସିଲଚାର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ମନ୍ତ୍ରୀ ବି ରହିଥିଲେ। ସେ ୫ ଥର ସିଲଚାର ଓ ୨ ଥର ତ୍ରିପୁରା ୱେଷ୍ଟ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ, ସଂଗଠନର ଟପ୍ ନେତା ମୁଲ୍ଲା ବରାଦର୍ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସଂସଦରେ ଏମିତି ଆଇନ୍ ପାରିତ ହେଉଛି ଯେଉଁଥିରେ ବହୁତ ଦୁର୍ବଳତା ରହୁଛି। କେଉଁ ଉଦ୍ଦେଶ୍ୟରେ ଏଭଳି ଆଇନ୍ ତିଆରି ହେଉଛି ତାହା ସେ ଜାଣିପାରୁନଥିବା କହି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୟ ଥିଲା ସଂସଦର ଉଭୟ ଗୃହ ଓକିଲରେ ଭର୍ତ୍ତି ରହୁଥିଲେ।
ସୀମାରେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହ୍ୱାର୍ଦ୍ଦ୍ୟ ଲାଗି ଏଭଳି ପରମ୍ପରା ପାଳନ କରାଯାଇ ଆସୁଛି। ଆଜି ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନୀ ରେଞ୍ଜର ଭାରତୀୟ ସୁରକ୍ଷା ବଳଙ୍କୁ ମିଠା ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ପ୍ରଦାନ କରାଯିବ ବୋଲି ବିଏସଏଫ୍ କମାଣ୍ଡାଣ୍ଟ୍ ଜସବୀର ସିଂହ ସୂଚନା ଦେଇଛନ୍ତି।
ସୁସ୍ଥଙ୍କ ସଂଖ୍ୟା ୩,୧୩,୦୨,୩୪୫ ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ୩,୮୫,୨୨୭ ଆକ୍ଟିଭ୍ କେସ ରହିଛି, ଯାହାକୁ ନେଇ ଚିନ୍ତ ପ୍ରକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସୂଚନା ଅନୁସାରେ, ଦେଶରେ ମୋଟ୍ ୫୨,୯୫,୮୨,୯୫୬ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ଗତ ୨୪ ଘଂଟାରେ ୫୭,୩୧,୫୭୪ ଜଣ ଭ୍ୟାକ୍ସିନ୍ ନେଇଥିବା ସୂଚନା ମିଳିଛି।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୧,୮୦,୯୬୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସର ସଂଖ୍ୟା ୩,୮୮, ୫୦୮ ରହିଛି।
ସାମୁଦ୍ରିକ ଐତିହ୍ୟର ବ୍ୟବହାର ପାଇଁ ଆମକୁ ପରସ୍ପର ସହ ବୁଝାମଣା କରିବାକୁ ହେବ। କୌଣସି ଦେଶ ଏକକୀ ସାମୁଦ୍ରିକ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିପାରିବ ନାହିଁ। ମଳିତ ପ୍ରୟାସରେ ହିଁ ଏହା ସମ୍ଭବ। ଏହି ଚିନ୍ତାଧାରା ସହିତ ଆମେ ସାମୁଦ୍ରିକ ଶିଳ୍ପ ପ୍ରସଙ୍ଗକୁ ସୁରକ୍ଷା ପରିଷଦକୁ ଆଣିଛୁ।
ବିଶେଷକରି ମେଟ୍ରୋ ସହରଗୁଡ଼ିକରେ ବହୁ ସଂଖ୍ୟାରେ ବିଦେଶୀ ରହୁଥିବାରୁ, ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଲାଗି ମଧ୍ୟ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାଫଳରେ ଦେଶରେ ରହୁଥିବା ବିଦେଶୀ ନାଗରିକ ମଧ୍ୟ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରାଯାଇପାରିବ।
ବିଜୟୱାଡ଼ାର ସବ୍-କଲେକ୍ଟର ସୂର୍ଯ୍ୟ ପ୍ରବୀଣ ଚାନ୍ଦଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଖୁବ୍ ଚର୍ଚ୍ଚା ଚାଲିଛି। କାରଣ ଦୀର୍ଘଦିନ ହେବ ଚାଷୀମାନେ ଲଗାତାର ଅଭିଯୋଗ କରିଆସୁଥିଲେ କି ୟୁରିଆ ଓ ଡ଼ିଏପି ସାରରେ ବ୍ୟାପକ ଅନିୟମିତତା ହେଉଛି। ଆଉ ଅଭିଯୋଗ ପରେ ପ୍ରକୃତ ଘଟଣା କଣ ସେ ସମ୍ପର୍କରେ ଜାଣିବା ଲାଗି ନିଜେ ଚାଷୀ ବେଶ ହୋଇ ଦୋକାନରେ ପହଞ୍ଚିଥିଲେ ସବ୍-କଲେକ୍ଚର।
ସ୍ପ୍ରିଣ୍ଟ କୁଇନ୍ ପିିଟି ଉଷା ମଧ୍ୟ ଟୁଇଟ୍ କରିଛନ୍ତି ଯେ, ୩୭ ବର୍ଷ ପରେ ମୋ ଅପୂରଣୀୟ ସ୍ବପ୍ନ ସାକାର ହେଲା। ମିଲଖା ସିଂ ଓ ପିଟି ଉଷା ଆଥଲେଟିକ୍ସରେ ଅଲିମ୍ପିକ୍ସ ପଦକର ଅତି ନିକଟକୁ ଆସି ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇନଥିଲେ।
ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି କ୍ରୀଡ଼ା କ୍ଷେତ୍ରରେ ୪୧ ବର୍ଷର ପଦକ ମରୁଡ଼ିକୁ ଶେଷ କରିଛି। ଦଳର ସଫଳତା ପାଇଁ, କେବଳ ଯେ ଖେଳାଳିମାନେ ଦିନରାତି ଏକାଠି କରିଥିଲେ ତାହା ନୁହେଁ, ସପୋର୍ଟ ଷ୍ଟାଫ୍ ମଧ୍ୟ ସେମାନଙ୍କ ସହ କଠିନ ପରିଶ୍ରମ କରିଥିଲେ। ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଥିବାବେଳେ ଦଳକୁ ସହାୟତା ଏବଂ ସମର୍ଥନ କରିବାକୁ ୬ ଜଣ କର୍ମଚାରୀ ମଧ୍ୟ ରହିଥିଲେ।
କିନ୍ତୁ ଏହି ଦୁଇଟି ଅଂଚଳ ଭାରତର ହୋଇଥିବାରୁ ଜୋର ଜବରଦସ୍ତ ପାକିସ୍ତାନରେ ମିଶାଇବାର ଚେଷ୍ଟା ବିଫଳ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଦୁଇଟି ସ୍ଥାନରୁ ଭାରତ ସହ ମିଶାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିଲେ। ତେଣୁ ଚାପଗ୍ରସ୍ତ ହୋଇ ଇଂରେଜମାନେ ଅଗଷ୍ଟ ୧୮ ତାରିଖରେ ସେହି ଦୁଇଟି ସ୍ଥାନକୁ ଭାରତ ସହ ମିଶାଇ ଦେଇଥିଲେ। ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ନୁହେଁ ବରଂ ଅଗଷ୍ଟ ୧୮ କୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି।
ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନ ତାର ମନୋଭାବରେ ପରିବର୍ତ୍ତନ ଆଣିବା ପରି ମନେ ହେଉଛି। ଭାରତ ପ୍ରତି ବନ୍ଧୁତାର ସଙ୍କେତ ଦେଇଛି ତାଲିବାନ।