Advertisment

Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ । ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ । ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଝିଅ ନାଁରେ ୪ ପ୍ଲଟ୍‌ ଠାବ

author-image
Manasranjan Mohanty
Big News

Big News

- ରାୟଗଡ଼ା ଜିଲ୍ଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ବେହେରା ଗିରଫ । ଜଣେ ମହିଳାଙ୍କ ସହ ସମ୍ପର୍କ ଓ ନିର୍ଯାତନା ଅଭିଯୋଗରେ ଗିରଫ । ମହିଳା ଜଣଙ୍କ ରାୟଗଡ଼ା ଟାଉନ ଥାନାରେ ଏତଲା ପରେ ଗିରଫ । ମହିଳାଙ୍କ ଅଭିଯୋଗ ନେଇ ଅତିରିକ୍ତ ଅଗ୍ନିଶମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନି ।

Advertisment

- ପୁରୀ ବଳଙ୍ଗାରେ ପୋସିସ୍ ଡିଜି ୱାଇ. ବି. ଖୁରାନିଆ । ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଥିରେ ଥିଲେ ପୁରୀ ଏସ୍‌ପି ପିନାକ ମିଶ୍ର । ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିଜେ ସ୍ଥିତି ପରଖିଛନ୍ତି ।

-ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ‘ସର୍ବୋତ୍ତମ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି’ ।‘ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସୁବିଧା ନିଶ୍ଚିତ କରାଯିବ’ । ‘ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା’ କହିଲେ ମୁଖ୍ୟମନ୍ତ୍ରୀ ।

Advertisment

- ଭିଜିଲାନ୍ସ ଜାଲରେ DFO ନିତ୍ୟାନନ୍ଦ ନାୟକ । କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ।

- କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ । ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ । ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌, ଝିଅ ନାଁରେ ୪ ପ୍ଲଟ୍‌ ଠାବ ।

-ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା । ୧ ଲକ୍ଷ ୧୯ ହଜାର ଟଙ୍କା ଠାବ, ଯାଞ୍ଚ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ଟି ସ୍ଥାନରେ ରେଡ୍‌

- ବାଲେଶ୍ୱର FM କଲେଜ ତଦନ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା । ‘ବହୁତ ପ୍ରମାଣ ଯୋଗାଡ଼ କରିଛୁ, ଏବେ ବି ତଦନ୍ତ ଜାରି ରହିଛି’ । ତଦନ୍ତରେ ବହୁ ଲିଡ୍‌ ମିଳି ସାରିଛି। ‘ପୂର୍ବରୁ ଯେଉଁମାନେ ଯାହା ମତ ଦେଇଥିଲେ, ଏବେ ତାହା ବଦଳୁଛି’ ।

-ବରଗଡ଼ରେ ପିକ୍‌ଅପ୍ ଭ୍ୟାନ୍‌ ଦୁର୍ଘଟଣା; ଡ୍ରାଇଭର୍ ଓ ହେଲ୍‌ପର ମୃତ । ଚକରକେନ୍ଦ ନିକଟ ଏନ୍‌ଏଚ୍‌ରେ ଗଛରେ ପିଟିହେଲା ଭ୍ୟାନ୍‌ । ଚାପି ହୋଇଥିବା ୨ ମୃତଦେହକୁ ଉଦ୍ଧାର କଲା ଅଗ୍ନିଶମ ଟିମ୍

-ଭାରତ-ପାକିସ୍ତାନ ଲିଜେଣ୍ଡସ୍‌ ଲିଗ୍‌ ମ୍ୟାଚ୍ ବାତିଲ୍ । ୱାଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (WCL) ମ୍ୟାଚ୍ ରଦ୍ଦ । ମ୍ୟାଚ୍‌ ବାତିଲ୍ ନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା । ଭାରତୀୟ ଖେଳାଳି ମ୍ୟାଚ୍‌ରୁ ଓହରିବା ପରେ ରଦ୍ଦ ଘୋଷଣା । ପ୍ରେସ୍ ରିଲିଜ୍ ଜାରି କରି ଆୟୋଜକଙ୍କ ପକ୍ଷରୁ ଦୁଃଖ ପ୍ରକାଶ

- ଦୁଇ କାର୍‌ ମୁହାଁମୁହିଁ ଧକ୍କାରୁ ୪ ଜଣଙ୍କ ମୃତ୍ୟୁ । ସୁନାବେଡ଼ା ଥାନା ହାଲ୍‌ ଗେଷ୍ଟ ହାଉସ୍‌ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ମୃତ, ହସ୍ପିଟାଲ୍‌ରେ ୩ ମୃତ ଘୋଷଣା ।

India News Odisha News Odisha
Advertisment
Related Articles
Advertisment