/odishatv-khabar/media/post_attachments/uploadimage/library/16_9/16_9_0/Big_News_1752769122.jpg)
Big News
-ଚାନ୍ଦିପୁର ୩ ନଂ ଲଞ୍ଚପ୍ୟାଡରୁ ପୃଥ୍ୱୀ-୨' ମିଜାଇଲ୍ର ସଫଳ ପରୀକ୍ଷଣ । ସନ୍ଧ୍ୟା ୮ଟା ୩୫ ମିନିଟରେ ପରୀକ୍ଷଣ ହେଲା ୩୫୦ରୁ ୫୦୦ କି.ମି ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ପୃଥ୍ବୀ । ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା
-ଓଡ଼ିଶାରେ ଖୋଲିବ ଆଉ ୫ ନୂଆ ମହିଳା ଏନସିସି ବାଟାଲିଅନ୍ । କ୍ୟାଡେଟ୍ ସଂଖ୍ୟା ୬୩ ହଜାରରୁ ୯୦ ହଜାର କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ । କ୍ୟାଡେଟ୍ମାନଙ୍କ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ । ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ
-ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଜାତୀୟ ସ୍ତରରେ ଭୁବନେଶ୍ବର ନବମ । ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ନବମ ସ୍ଥାନ । ଗତ ବର୍ଷ ୩୪ତମ ସ୍ଥାନରେ ରହିଥିଲା ବେଳେ ଏଥର ନବମ
-ପଞ୍ଚାୟତ ପ୍ରତିନିଧିଙ୍କର କାର୍ଯ୍ୟ ଅବଧିରେ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା । ମୃତ୍ୟୁ ହେଲେ କିମ୍ବା ଅକ୍ଷମ ହେଲେ ମିଳିବ ଅନୁକମ୍ପା ରାଶି । ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ।
-କୌଣସି କାରଣରୁ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା । ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ ଲକ୍ଷ ଅନୁକମ୍ପା ରାଶି ମିଳିବ । ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କାର ସହାୟତା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ସୂଚନା
-ଚମ୍ପୁଆର ଏକ ଘରୋଇ ସ୍କୁଲ୍ ଛାତ୍ରର ମୃତ୍ୟୁ ଘଟଣା । ସ୍କୁଲ୍ର ୪ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ । ସ୍କୁଲ୍ ହଷ୍ଟେଲରେ ରହୁଥିଲା, ୪ ମହଲାରୁ ପଡ଼ି ମୃତ୍ୟୁବରଣ କରିଥିଲା । ପରିବାର ଚମ୍ପୁଆ ଥାନାରେ ଏନେଇ ଏତଲା କରିଥିଲେ
- ସମ୍ବଲପୁର GM ବିଶ୍ୱବିଦ୍ୟାଳୟର କେଳେଙ୍କାରୀ ‘ସୁନା’ ସାର୍ ସସ୍ପେଣ୍ଡ୍ । ଏଜୁକେସନ୍ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା ସସ୍ପେଣ୍ଡ୍ । ମହିଳା ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ସସ୍ପେଣ୍ଡ୍ । ଜଣେ ଛାତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ପ୍ରତାରଣା ନେଇ ଥାନାରେ FIR କରିଥିଲେ ସମ୍ପୃକ୍ତ ଛାତ୍ରୀ
- ଭୁବନେଶ୍ୱରରେ ଆରମ୍ଭ ହେଲା ୨ ଦିନିଆ ଜାତୀୟ ସୁଶାସନ ସମ୍ମିଳନୀ । ଲୋକସେବା ଭବନରେ ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ
-ପ୍ରଶାସନିକ ସଂସ୍କାରଠୁ ପେପରଲେସ୍ ବଜେଟ୍ ସବୁଥିରେ ଆଗୁଆ କହିଲେ CM । ‘ଭାରତର ଏହି ଯାତ୍ରାରେ ଅଗ୍ରଣୀ ଭୂମିକା ନେଇଥିବାରୁ ଓଡ଼ିଶା ଗର୍ବିତ’ । ସାରା ଦେଶରୁ ୪ ଶହରୁ ଅଧିକ ପଦାଧିକାରୀ ଯୋଗ ଦେଇଛନ୍ତି
- FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ । FM କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କଲା କ୍ରାଇମ୍ବ୍ରାଞ୍ଚ୍ ଟିମ୍ । ଆଇଜି ଏସ୍ ସାଇନି ଓ ତଦନ୍ତକାରୀ ଅଧିକାରୀ ପହଞ୍ଚିଲେ । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)