• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manasranjan Mohanty

-ବାଣିଜ୍ୟିକ ପ୍ରତିଷ୍ଠାନର ସାଇନ୍‌ବୋର୍ଡରେ ଓଡ଼ିଆ ଲେଖା ହେବ ବାଧ୍ୟତାମୂଳକ । ଏନେଇ ଗୃହ ନଗର ଉନ୍ନୟନ ବିଭାଗ ସଚିବଙ୍କ ପକ୍ଷରୁ ଚିଠି । ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି

-ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆରେ ଲେଖିବାକୁ ନିର୍ଦ୍ଦେଶ । ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ଦ୍ଦେଶର ପରିଚାଳନା ସୁନିଶ୍ଚିତ କରିବାକୁ କହିଲେ । ଅନୁପାଳନ ନ କଲେ ବାଣିଜ୍ୟିକ ଅନୁଷ୍ଠାନମାନଙ୍କୁ ନୋଟିସ୍ କରାଯିବ ।

-MBBS/BDSର ସଂଶୋଧିତ କାଉନ୍‌ସେଲିଂ ନେଇ OJEE ପକ୍ଷରୁ ସୂଚନା । ରାଜ୍ୟ କୋଟାରେ କାଉନସେଲିଂ ଓ ନାମଲେଖା ନେଇ ସୂଚନା ଜାରି । ଅଗଷ୍ଟ ୧୫ ଅପରାହ୍ନ ୪ଟା ୩୦ ଯାଏଁ ଚଏସ୍‌ ଫିଲିଂ ଏବଂ ଲକିଂ

-ଅଗଷ୍ଟ ୧୬ ଦିନ ୧୧ଟାରେ ବାହାରିବ ପ୍ରଥମ ରାଉଣ୍ଡ ଆଲଟ୍‌ମେଣ୍ଟ । ଅଗଷ୍ଟ ୧୮ରେ ଆସିବ ପ୍ରଥମ ପର୍ଯ୍ୟାୟ ଆଲଟ୍‌ମେଣ୍ଟ ଲେଟର୍ । ଅଗଷ୍ଟ ୧୯ରୁ ୨୪ ଯାଏଁ OJEE କାର୍ଯ୍ୟାଳୟରେ ପ୍ରୋଭିଜନାଲ ଆଡମିଶନ

-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତକାର ନେଇ ଜଣାଇଲେ । ସାକ୍ଷାତ ବେଳେ ପିଏମ୍‌ଙ୍କୁ ମହାପ୍ରଭୁଙ୍କର ମହାପ୍ରସାଦ ଭେଟି ଦେଲେ

-କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମଧ୍ୟ ଭେଟିଲେ । ରାଜ୍ୟର ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ । FCI ଦ୍ୱାରା ମାସିକ ଚାଉଳ ଉଠାଣ ବୃଦ୍ଧି କରିବାକୁ ଅନୁରୋଧ କଲେ

-ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା । କେନ୍ଦ୍ର-ରାଜ୍ୟ ସମନ୍ୱୟ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଆଲୋଚନା । ନକ୍ସଲ ନିୟନ୍ତ୍ରଣ ସହ ପ୍ରଭାବିତ ଅଞ୍ଚଳର ବିକାଶ ଉପରେ ଆଲୋଚନା । ପୋଲିସ ଆଧୁନିକୀକରଣ ଉପରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା

-ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଅଗଷ୍ଟ ୩୧ରେ ଚୀନ୍‌ ଗସ୍ତ କରିବା ନେଇ ସୂଚନା । SCO ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍‌ ଯିବେ । ଚୀନ ସହ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

-ପଟ୍ଟାମୁଣ୍ଡାଇ: ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା । ମୁଁ ନିଜେ ତଦନ୍ତ କରିବି କହିଲେ କେନ୍ଦ୍ରାପଡ଼ା ଏସ୍‌ପି । ‘କେଉଁ ପରିସ୍ଥିତିରେ ଯୁବତୀ ଜଳିଗଲେ ତାହାର ତଦନ୍ତ କରିବି’ । ‘ପୋଲିସ ଏତଲା ଗ୍ରହଣ କରି ନ ଥିବା ଅଭିଯୋଗର ବି ତଦନ୍ତ ହେବ’

-ନୟାଗଡ଼: ଲଡୁ ବାବା ପୌରାଣିକ ଯାତ୍ରା ପାର୍ଟିର ୨ ମାଲିଙ୍କ ନାଁରେ ଏତଲା । ଏତଲା କଲେ ଅଭିନେତା ପପୁନ ବିଶ୍ବାଳ ଓରଫ୍‌ ଭାଇରାଲ ନାରଦ । ମାଲିକ ସଂଘର ବ୍ୟାନ୍‌ ଓ ହତ୍ୟା ଧମକ ନେଇ ଫେରାଦ ହେଲେ । ଯାତ୍ରା ପାର୍ଟି ବଦଳାଇବାକୁ ଚାହିଁବାରୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ।

ଓଟିଭି ବିଜ୍ଞାପନ