/odishatv-khabar/media/post_attachments/uploadimage/library/16_9/16_9_0/Big_News_1753288678.jpg)
Big News
-ପାହାଡ଼ ଉପରେ ଫସି ରହିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ । ବର୍ଷା ଯୋଗୁଁ ବାଟ ଭୁଲି ଫସି ରହିଛନ୍ତି ୧୭ ଛତିଶଗଡ଼ି ପର୍ଯ୍ୟଟକ ।
-ନରସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ରହିଛନ୍ତି । ଉଦ୍ଧାର ପାଇଁ ଗଲେ ଡିଭିଏଫ୍, ପୋଲିସ, ଅଗ୍ନିଶମ ବାହିନୀ ଓ ବନବିଭାଗ
-ଯାଜପୁରରେ ନାବାଳକ ପୁତୁରାକୁ ନିସ୍ତୁକ ମାଡ଼ ମାରିଥିବା ଦାଦା ଅଟକ । କାଳିଆପାଣି ଥାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ପରେ ଅଟକ । ଦାଦା ନିସ୍ତୁକ ପିଟିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା
-ବଣାଇ ହସ୍ପିଟାଲ୍ ୫ ଘଣ୍ଟା ଅନ୍ଧାର; ଚିକିତ୍ସା ପାଇଁ ଆସି ରୋଗୀ ମୃତ । ପ୍ରବଳ ବର୍ଷା, ଘଡ଼ଘଡ଼ି ଯୋଗୁଁ ୫ ଘଣ୍ଟା ବିଦ୍ୟୁତ୍ ସେବା ଠପ୍ । ମୋବାଇଲ୍ ଆଲୋକରେ ଚିକିତ୍ସା କଲେ ଡାକ୍ତର । ରୋଗୀ ମୃତ୍ୟୁ ହେବାରୁ ମେଡିକାଲ୍ ଅନ୍ଧାରକୁ ନେଇ ଉଠିଲା ପ୍ରଶ୍ନ
-ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର । ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର । ଏବେ ବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । ଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଜାରି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି
-ବାଲେଶ୍ବରରେ ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ସଜା ଶୁଣାଇଲେ ଜିଲ୍ଲା ଜଜ୍ । ଦୋଷୀ ସ୍ବାମୀ ନୀଳାମ୍ବର ମଲିକ୍କୁ ଆଜୀବନ ସଜା । ଆଜୀବନ ସଜା ସହ ୧୦ ହଜାର ଜରିମାନା, ଅନାଦେୟ ଆଉ ୩ ବର୍ଷ ଜେଲ୍ । ୨୦୧୯ରେ ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ
-ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ୨ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଜରିଆରେ ସମାଧାନ ପାଇଁ ଗୁରୁତ୍ବ ।
-ଓଡ଼ିଶା-ଛତିଶଗଡ଼ ବିବାଦ ଆପୋଷ ଆଲୋଚନାରେ ସମାଧାନକୁ ଗୁରୁତ୍ବ । କେନ୍ଦ୍ର ସରକାରଙ୍କ ସହଯୋଗରେ ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ । କେନ୍ଦ୍ର ଜଳ କମିଶନ ବୈଷୟିକ ସହଯୋଗ ପ୍ରଦାନ କରିପାରିବେ କହିଲେ ମୁଖ୍ୟମନ୍ତ୍ରୀ
-ନବରଙ୍ଗପୁର ନର୍ସିଂ ଛାତ୍ରୀ ନିର୍ଯାତନା ଘଟଣାରେ ସମସ୍ତ ୨ ଅଭିଯୁକ୍ତ ଗିରଫ । ଭାଇରାଲ ଫଟୋରେ ଥିବା ଯୁବକ ଓ ଭାଇରାଲକାରୀ ମଧ୍ୟ ଗିରଫ । ଭାଇରାଲ୍ ଫଟୋରେ ଥିବା ଯୁବକଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ ।
-ଦିଲ୍ଲୀରେ ବିଜେପି ସାଂସଦଙ୍କ ସହ ସଭାପତି ମନମୋହନ ସାମଲଙ୍କ ଆଲୋଚନା । ଜଣେ ଦଳୀୟ ସାଂସଦଙ୍କ ବାସଭବନରେ କାଲି ରାତିରେ ଆଲୋଚନା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ୧୮ ସାଂସଦ ଉପସ୍ଥିତ ଥିଲେ । ରାଜ୍ୟ ପ୍ରଭାରୀ ଓ ସଂଗଠନ ସମ୍ପାଦକ ମଧ୍ୟ ବୈଠକରେ ସାମିଲ ଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)