ଆପ୍ର ଦବଦବା ବଢି ବଢି ଚାଲିଛି। ଦେଶରେ କଂଗ୍ରେସର ବିକଳ୍ପ ହେବାର ସ୍ୱପ୍ନ ଦେଖୁଛି ଦଳ। ଦଳର ଏହି ସ୍ୱପ୍ନ କ’ଣ ସଫଳ ହେବ? ଜାତୀୟ ଦଳ ହେବା ନେଇ କ’ଣ ସବୁ ସର୍ତ୍ତ ପୂରଣ କରିବାକୁ ହୁଏ। ଦଳ କ’ଣ ଏହା କରିବାରେ ସଫଳ ହେବ?
ଆଜିକାଲି, ୟୁକ୍ରେନ୍-ଋଷ୍ ଯୁଦ୍ଧରେ ଜେଲେନ୍ସ୍କିକୁ ନେଇ ବେଶ୍ ଚର୍ଚ୍ଚା, ଯିଏ ଜଣେ ହାସ୍ୟ ଅଭିନେତା ଥିଲେ। ଏହାରି ଭିତରେ ୟୁକ୍ରେନ୍ ଠାରୁ ୪,୫୦୦ କିଲୋମିଟର ଦୂର ଭାରତର ପଞ୍ଜାବ ରାଜ୍ୟର କମାଣ ଧରିବାକୁ ଯାଉଛନ୍ତି ଭଗୱନ୍ତ ମାନ। ସିଏ ବି ଥିଲେ ଜଣେ ହାସ୍ୟ ଅଭିନେତା। ତେବେ ଆସନ୍ତୁ ଜାଣିବା ଅଧାରୁ ପାଠ ଛାଡିଥିବା ଭଗୱନ୍ତ କିପରି ଏତେ ବାଟ ଗଲେ…
ସଂସଦରେ ୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ୮ରୁ ୮.୫ ପ୍ରତିଶତ ବଢିବା ନେଇ ଏଥିରେ ଆକଳନ କରାଯାଇଛି।
ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କର ମୃତ୍ୟୁ ହୋଇଥିଲା।
କରୋନା ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ପୁଣି ଆଜିଠୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯାଉଛି କରୋନାର ବୁଷ୍ଟର ଡୋଜ୍ । ଦେଖନ୍ତୁ ଏହାର କିଛି ଚିତ୍ର...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହାଇଦ୍ରାବାଦ ହାଉସ୍ରେ ଏହି କାର୍ ପ୍ରଥମେ ଦେଖାଯାଇଥିଲା। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ମାବାକ୍ S650 ପ୍ରଥମେ ଦେଖାଯାଇଥିଲା। ଏହା ପୂର୍ବର ରେଞ୍ଜ ରୋଭର୍ ଭୋଗ୍ ଏବଂ ଟୋୟୋଟା ଲ୍ୟାଣ୍ଡ୍ କ୍ରୁଜରର ଅପ୍ଗ୍ରେଡ୍ ଭର୍ସନ।
ନୂଆଦିଲ୍ଲୀ: ଟଙ୍କା ପଇସା ତ ସମସ୍ତେ ବ୍ୟବହାର କରିଥାନ୍ତି । ସର୍ବନିମ୍ନ ୧୦ ଟଙ୍କା , ୨୦ ଟଙ୍କା , ୫୦ ଟଙ୍କାଠୁ ଆରମ୍ଭ କରି ସର୍ବାଧିକ ୫୦୦ ଟଙ୍କିଆ କି ୨୦୦୦ ଟଙ୍କିଆ ନୋଟକୁ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି ‘ଶୂନ’ ଟଙ୍କିଆ ନୋଟ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ କଥାଟି ସତ....
ଆପଣ ଟିଭି ପ୍ରିୟ କି। ଯଦି ହଁ, ତେବେ ଆପଣଙ୍କ ପକେଟ ଉପରେ ପଡିବ ଚଡକ। ଆସନ୍ତା ଡିସେମ୍ବର ପହିଲାରୁ ଟିଭି ଚ୍ୟାନେଲ୍ସର ବିଲ୍ ବଢିବାକୁ ଯାଉଛି। ଦେଶର ପ୍ରମୁଖ ବ୍ରଡକାଷ୍ଟିଂ ନେଟୱର୍କ୍ସ ଜି, ଷ୍ଟାର୍, ସୋନି ଏବଂ ଭାଏକମ୍ ୧୮ ଭଳି କିଛି ଚ୍ୟାନେଲ୍ସ ନିଜର ରେଟ ବଢାଇ ଦେଉଛନ୍ତି
ଦେଶରେ ପ୍ରାୟ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥାଏ। କିନ୍ତୁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପ୍ରବଳ ବର୍ଷା ହୋଇଥାଏ। କିଛି ଦିନ ପୂର୍ବରୁ ଦିଲ୍ଲୀ ସହିତ କେରଳ, ମଧ୍ୟପ୍ରଦେଶ, ବିହାର ଏବଂ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ଅନେକ ସ୍ଥାନରେ ଜନଜୀବନ ସହିତ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ଗତ ଦିନରେ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେତୁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ନିଖୋଜ ଅଛନ୍ତି। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଦେଶରେ ଏଭଳି ବର୍ଷା ପାଇଁ ଅନେକ କାରଣ ଥିବା ବିଶେଷଜ୍ଞମାନେ କହିଛନ୍ତି।
ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୧୪,୬୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମହମାରୀ ୧୯୭ ଜଣଙ୍କ ପ୍ରାଣ ନେଇଛି। ଏହାସହ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୪୧,୦୮,୯୯୬ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂସ୍ଥା ସମ୍ପର୍କରେ ମିଳିଛି ଗୁଇନ୍ଦା ସୂଚନା।
ଦେଶରେ ୧୦୦ କୋଟି ଟିକାକରଣ ପରେ ଉତ୍ସବ ପାଳନ କରୁଛି ଦେଶ। ପ୍ରାଚୀନ ଐତିହ୍ୟକୁ ଲାଇଟ୍ରେ ତ୍ରୀରଙ୍ଗାର ରୂପ ଦେବା ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା
ସପ୍ତାହେ ଧରି ଜେଲରେ ଅଛନ୍ତି ଆର୍ୟନ ଖାନ୍। ଆଜି ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ।
ଏଣିକି ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆପଣଙ୍କ ମୋବାଇଲ୍ରେ ଖୋଲିବ ନାହିଁ ହ୍ୱାଟ୍ସଆପ୍। ନୂଆ ନିର୍ଦ୍ଦେଶନାମା ହେଲା ଜାରି।
ଆମାଜନରେ ମହା ପାର୍ବଣ ବିକ୍ରି ଚାଲିଛି। ବର୍ତ୍ତମାନ ସମୟରେ ଆପଣ ଗେମିଂ ଲାପ୍ଟପ୍ ଭଳି କିଛି ଦାମୀ ଇଲେକ୍ଟ୍ରୋନିକ୍ ଡିଭାସ୍କୁ ବହୁ ଶସ୍ତାରେ କିଣିପାରିବେ। ତେବେ ସେହି ଗେମିଂ ଲାପ୍ଟପ୍ ବିଷୟରେ ଯେଉଁଠିରେ ମିଳୁଛି ବମ୍ଫର ରିହାତି। ଏବେ ଗେମିଂ ଲାପ୍ଟପ୍ ଉପରେ ଟପ୍ ଡିଲ୍ସ ଚାଲିଥିବା ବେଳେ ଏହା ଅଧିନରେ ଆମାଜନ୍ରେ ଅଫର ମିଳୁଛି। ଖାଲି ଏତିକି ନୁହେଁ ଯଦି କୌଣସି ଗ୍ରାହକ ପ୍ରିମିୟମ୍ କ୍ୱାଲିଟିର ଲାପ୍ଟପ୍ କିଣେ ତେବେ ତାକୁ ସେଲ୍ ପ୍ରାଇସ୍ ବ୍ୟତୀତ ଏଚ୍ଡିଏଫ୍ସି ବ୍ୟାଙ୍କରୁ ୧୦ ପ୍ରତିଶତ କେସବ୍ୟାକ୍ର ବି ଲାଭ ମିଳିବ।
ଇଣ୍ଟରନେଟ୍ ଦୁନିଆରେ ଅନେକ ଡ୍ୟାନ୍ସ ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଦେଖିବା ପରେ ପୂରା ଦିନ ଖୁସି ହୋଇଯାଏ। ଏବେ ଗୋଟିଏ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହି ଭିଡିଓ ଦେଖିବା ପରେ, ସମସ୍ତଙ୍କ ମୁହଁରେ ଖୁସି ଆସିବ। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଆମେରିକୀୟ ବ୍ୟକ୍ତି ଲଭ୍ରାତ୍ରୀ ଫିଲ୍ମର ଗୀତରେ ଗର୍ବା କରୁଥିବା ଦେଖିବାକୁ ମିଳେ।
ବ୍ରିଜ ତଳେ ଫସିଗଲା ପ୍ଲେନ। ଏହା ହେଖି ତାଜୁବ ହୋଇଗଲେ ଲୋକେ। ଫଟୋ ଉଠାଇଲେ, ଭିଡିଓ ବି କଲେ। ଏହା ପରେ ସୋସିଆଲ ମିଡିଆରେ ଛାଇ ହୋଇଗଲା ପ୍ଲେନର ଫଟୋ ଓ ଭିଡିଓ
ଏନ୍ସିବି ରିମାଣ୍ଡରେ କିଙ୍ଗ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଏନ୍ସିବି ଟିମ୍ ଆଜି ଗିରଫ ଆର୍ଯ୍ୟନ ଖାନ୍ ଓ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ଦୁଇ ଥର ରିମାଣ୍ଡରେ ନେଇ ଆର୍ଯ୍ୟନଙ୍କଠାରୁ ଏନ୍ସିବି ଟିମ୍ ବହୁ ତଥ୍ୟ ଉଗାଳିଥିବା ସୂଚନା ମିଳିଛି । ଏପରିକି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।
ଡ୍ରଗ୍ସ ମାମଲାରେ ଫସିଥିବା ପୁଅ ଆର୍ୟନଙ୍କ ସହ ୨ ମିନିଟ ପାଇଁ କଥା ହୋଇଛନ୍ତି ଶାହରୁଖ ଖାନ୍। ସେପଟେ ତାଙ୍କର ପୋଲିସ କଷ୍ଟଡି ଅବଧି ସରୁଥିବାରୁ ଆର୍ୟନଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲିଠାରୁ ଆର୍ୟନଙ୍କୁ ଗିରଫ ପରେ ଏନ୍ସିବି ପଚରାଉଚରା ଜାରି ରଖିଥିଲା। ଜେରାବେଳେ ଆର୍ୟନଙ୍କ ପାଖରୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି।
ଦୁନିଆର ସବୁଠୁ ଭିନ୍ନ ଘର ଆବିଷ୍କାର କରି ଚର୍ଚ୍ଚାରେ ଭାରତୀୟ ଯୁବକ । ଭାରତର ବାସ୍ତ୍ରୁଶାସ୍ତ୍ର ଅଧୟନ କରୁଥିବା ୨୦ ବର୍ଷୀୟ ଯୁବକଙ୍କୁ କମନ୍ୱେଲଥ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । କାରଣ ଯୁବକ ଜଣକ ଏମିତି ଏକ ଭିନ୍ନ ଘରର ଆବିଷ୍କାର କରିଛନ୍ତି ତାହା ହୁଏ ତ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ପୁଣି ବଢିଲା ତୈଳ ଦର । କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନ ପେଟ୍ରୋଲ ଡିଜେଲ ଦରବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀର ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବାବେଳେ ପେଟ୍ରୋଲର ଦର ୧୦୨ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ ତୈଳ ଦର ଅଧିକ ସଂଖ୍ୟା ରେ ବୃଦ୍ଧି ହେବାରେ ଲାଗିଛି ।
ମନୀଷ ଗୁପ୍ତା ହତ୍ୟାକାଣ୍ଡକୁ ନେଇ ସମାଜବାଦୀ ପାର୍ଟି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।
ପୁଣି ବଢ଼ିଲା ତେଲ ଦର । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଓଏଲ୍ ମାର୍କେଟିଂ କମ୍ପାନୀ ଗୁଡିକ ଘରୋଇ କମ୍ପାନୀରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖାଯାଇଛି । ପେଟ୍ରୋଲ ଦର ଲିଟର ପିଛା ଆଜି ୨୪ ରୁ ୨୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ୍ ଦରରେ ୩୦ରୁ ୩୨ ପଇସା ବୃଦ୍ଧି ପାଇଛି । ଗତକାଲି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୦.୫୭ ପ୍ରତିଶତ ହ୍ରାସ ପାଇ ୭୭.୯୦ ଡଲାରର ହୋଇଥିଲା
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଅମିତ ଶାହାଙ୍କୁ ଭେଟିବା ପରେ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଶାହାଙ୍କୁ ଭେଟିବା ପୂର୍ବରୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ କିଛି କୁହାଯାଉଛି।
ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର।