ଭାରତ ପକ୍ଷରୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍ କରିଥିଲେ।
ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।
ଶିଶୁ ଯୌନ ଉତ୍ପୀଡ଼ନ ସଂପର୍କିତ ଫଟୋ, ଭିଡିଓ ଆଦି ସମସ୍ତ ପ୍ରକାର ବିଷୟବସ୍ତୁକୁ ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ହଟାଇବାକୁ କିମ୍ବା ଏହାକୁ ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭବିଷ୍ୟତରେ ଏଭଳି ବିଷୟବସ୍ତୁ ଚିହ୍ନଟ କରି ହଟାଇବା ପାଇଁ ଠୋସ୍ ଆଲଗରିଦିମ୍ ଓ ରିପୋର୍ଟିଂ ବ୍ୟବସ୍ଥା ସୃଷ୍ଟି କରିବାକୁ କୁହାଯାଇଛି ।
ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଦଶମିକ ୨ ରହିଥିବା ସୂଚନା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ ଆଜି ୨ଟା ୫୧ ମିନିଟରେ ୪୦ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଏତେ ରୋଗୀଙ୍କ ମୃତ୍ୟୁ ପାଇଁ ଔଷଧର ଅଭାବ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ବିଶେଷ କରି ଜରୁରୀକାଳୀନ ମେଡିସିନର ଅଭାବ ଥିବା କୁହାଯାଇଛି ।
ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ବିଶାଲ ଆଣିଥିବା ଅଭିଯୋଗର ତଦନ୍ତ କରିବାକୁ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍ରେ ପରିଣତ ହୋଇଛି ଏହି ବିଲ୍। ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।
ମେନକା ଗାନ୍ଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇସ୍କନ୍ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରି କରୁଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ । ଭିଡିଓରେ ସେ କହିଥିଲେ କି ଏବେ ଦେଶର ସବୁଠୁ ବଡ଼ ଠକ ସଂସ୍ଥା ହେଉଛି ଇସ୍କନ୍ । ଗୋ ଶାଳ ପ୍ରତିଷ୍ଠା କରିଥାଏ ଇସ୍କନ୍ ।
୨୦ରୁ ୨୫ କୋଟି ଟଙ୍କାର ଗହଣା ଦୋକାନରେ ଥିଲା ବୋଲି କହିଛନ୍ତି ମାଲିକ। ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଟେରେସ୍ ଜରିଆରେ ଚୋରମାନେ ଆସିଥିବା ସନ୍ଦେହ କରାଯାଉଛି ।
ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲା ଭାରତ। ଋତୁରାଜ ଗାଏକ୍ୱଡ୍ ୮ ରନ କରି ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଗିଲ୍ ଓ ଆୟର।
ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରୁଥିଲା ସେ ସମୟରେ ବିଭିନ୍ନ ମାଧ୍ୟମରେ କୋଟି କୋଟି ଲୋକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡ ସରକାରଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲେ। ତେବେ ଆମେରିକା କେଉଁ ପ୍ରକାର ସୂଚନା କାନାଡାକୁ ଦେଇଛି ତାହା ପ୍ରକାଶ କରାଯାଇନାହିଁ ।
ଦେଶର ନାମ ଇଣ୍ଡିଆରୁ ଭାରତକୁ ବଦଳାଇବା ନେଇ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ଲଜିଷ୍ଟିକ୍ କମ୍ପାନୀ ‘ବ୍ଲୁ ଡାର୍ଟ’ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ବର୍ତ୍ତମାନ ଏହାର ପ୍ରିମିୟମ ସେବା ‘ଡାର୍ଟ ପ୍ଲସ’ର ନାମ ‘ଭାରତ ପ୍ଲସ’ରେ ପରିବର୍ତ୍ତନ କରିଛି।
ଫଳ ପେଟିରୁ ୫୦୨ କୋଟି ଟଙ୍କାର ୫୦ କିଲୋଗ୍ରାମରୁ ଅଧିକ "ଉଚ୍ଚମାନର" କୋକେନ ଜବତ। ନିକଟ ଅତୀତରେ ଏକ ଫଳ ପେଟିରେ ଡ୍ରଗ୍ ଚୋରା ଚାଲାଣ ଉଦ୍ୟମ ବେଳେ ଜବତ ହୋଇଥିବା କୋକେନ୍ର ଏହା ହେଉଛି ସବୁଠାରୁ ବଡ ମାମଲା ବୋଲି କୁହାଯାଇଛି।
କଂଗ୍ରେସର ‘ଭାରତ ଯୋଡା ଯାତ୍ରା’କୁ ନେଇ ବିଜେପିର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍। ଟି-ସାର୍ଟର ମୂଲ୍ୟକୁ ନେଇ ରାହୁଲଙ୍କୁ ଆକ୍ରମଣ କରିଛି ବିଜେପି। କଂଗ୍ରେସ ପ୍ରତିଆକ୍ରମଣରେ ମୋଦିଙ୍କ ସୁଟ୍ ଓ ଚଷମା କଥା ଉଠେଇଛି।
୩୮ ବର୍ଷ ପରେ ବରଫ ଭିତରୁ ଶବ ଉଦ୍ଧାର ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ। ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର ପକ୍ଷରୁ ଏବେ ପୂରା ରୀତିନୀତିରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।
ଆମ ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ...ଚାରି ଆଡ଼େ ଆନନ୍ଦ...ଚାରି ଆଡ଼େ ଉଲ୍ଲାସ...କେଉଁଠି ସମୁଦ୍ର ଭିତରେ ଜାତୀୟ ପତାକା ଉଡୁଚି ତ ଆଉ କେଉଁଠି ରଙ୍ଗ ବେରଙ୍ଗ ଆଲୁଅ କହୁଛି ସ୍ୱାଧୀନତାର କଥା...ଦେଖିବା କିଛି ଝଲକ୍।
ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି।
ପଞ୍ଚାୟତରେ ରହିଛି ୧୫ ଟି ଲାଇବ୍ରେରୀ। ସେଗୁଡିକ ମଧ୍ୟରୁ କିଛି ରାଜ୍ୟ ଲାଇବ୍ରେରୀ ପରିଷଦ ସହିତ ଜଡିତ। ଏଠାକୁ ଆସୁଛନ୍ତି ଅନେକ ପାଠକ। ଜାଣନ୍ତୁ କୋଇଠି ଅଛି?
ମାଂସ ବିକି ଜେଲ୍ ଗଲେ ମୁସଲମାନ୍ ଯୁବକ। ହିନ୍ଦୁ ଦେବଦେବୀ ଥିବା ଖବରକାଗଜରେ ମାଂସ ଗୁଡେଇ ଦେବାରୁ ଏମିତି ମିଳିଲା ଦଣ୍ଡ।
୧ରୁ ଲାଗୁହେବ ନୂଆ ଶ୍ରମ ଆଇନ। ଏଥିରେ ନିଯୁକ୍ତି ଦାତା ଦୈନିକ କାର୍ଯ୍ୟ ଅବଧି ବଢାଇ ପାରିବେ। ତେବେ ସେମାନଙ୍କୁ ସାପ୍ତାହିକ ଛୁଟି ବା ଓ୍ୱିକିଲ୍ ଅଫ୍ ସଂଖ୍ୟା ବି ବଢାଇବାକୁ ପଡିବ।
ଋଷ୍-ୟୁକ୍ରେନ୍ ଯୁଦ୍ଧରେ କେହି ବିଜୟୀ ହେବେନି, ସମସ୍ତେ କ୍ଷତି ସହିବେ। ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ପ୍ରସଙ୍ଗରେ ଆଜି ଏଭଳି ମତ ରଖିଛନ୍ତି। ସେ କହିଛନ୍ତି, ଋଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତ ଶାନ୍ତି ସପକ୍ଷରେ ରହିଛି।
କରୋନା ମହାମାରୀ ଆରମ୍ଭରୁ ଟେଲିକମ୍ ପ୍ରଦାନକାରୀଙ୍କ ଦ୍ୱାରା କୋଭିଡ୍-୧୯ ବିଷୟରେ ସଚେତନତା ସୃଷ୍ଟି କରିବାକୁ କଲ୍ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଘୋଷଣା ଶୀଘ୍ର ଇତିହାସ ହୋଇପାରେ।