/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660894091.jpg)
MP Aparajita Sarangi
ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜୟଦେବ ବିଧାନସଭା କ୍ଷେତ୍ରର ବାଲିପାଟଣା ଓ ବାଲିଅନ୍ତା ବ୍ଲକର କୁଆଖାଇ ଓ କୁଶଭଦ୍ରା ନଦୀରେ ବେଆଇନଭାବେ ବାଲି ଉଠାଣ ଚାଲିଛି । ଏଥିରେ ପ୍ରଭାବଶାଳୀ ନେତାଙ୍କ ହାତଥିବା ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଅପରାଜିତା ଅଭିଯୋଗ କରିଛନ୍ତି ଯେ, ଲିଜ୍ଧାରୀ ବାଲି ଉଠାଣ ବେଳେ ନୀତି ନିୟମ ମାନୁ ନାହାନ୍ତି । ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ବାଲି ଖନନ ଓ ଚାଲାଣ କରାଯାଉଛି । ଜେସିବି ଲଗାଇ ଓ ରାତିରେ ବେଆଇନ ଭାବେ ଖନନ ଓ ଚାଲାଣ ଚାଲିଛି । ବେଆଇନ ବାଲି ଚାଲାଣ ପଛରେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ସଂପୃକ୍ତି ରହିଛି ।
ସମ୍ପୃକ୍ତ ରାଜନେତା ଲିଜ୍ଧାରୀଙ୍କ ଫାର୍ମ ହାଉସକୁ ଯାଉଛନ୍ତି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି । ବେଆଇନ ବାଲି ଚାଲାଣକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି, ସରକାର ରୋକ୍ ଲଗାନ୍ତୁ ନଚେତ ପରିଣାମ ଭଲ ହେବନି ବୋଲି ଅପରାଜିତା କହିଛନ୍ତି । ଅପରାଜିତାଙ୍କ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)