Advertisment

Sundargarh Mining Scam: ଖୋଲିବ ସୁନ୍ଦରଗଡ଼ ଖଣି ଦୁର୍ନୀତିର ଗୁମର; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଖଣି ଦୁର୍ନୀତିର ହେବ ଭିଜିଲାନ୍ସ ତଦନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଇ‍‍ବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Illegal mining

Illegal mining

ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଖଣି ଦୁର୍ନୀତିର ହେବ ଭିଜିଲାନ୍ସ ତଦନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଇ‍‍ବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ଭିଜିଲାନ୍ସ ପକ୍ଷରୁ SIT ଗଠନ କରାଯାଇଛି।

Advertisment

ପୂର୍ବରୁ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀ ମାନଙ୍କ ସହ ଏହି ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରି ରିପୋର୍ଟ ସଂଗ୍ରହ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡର ଏହି ଖଣି ଦୁର୍ନୀତିର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ASI ଓ ହୋମଗାର୍ଡ

ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯ହଜାର ୮୪୩ ମେଟ୍ରିକ୍ ଟନ୍ ରୁ ଉର୍ଦ୍ଧ୍ୱ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ।

Advertisment

ସେହିପରି କୋଇଡ଼ା ତହସିଲରେ ୫୦ଟି ଖଣିରୁ ବେଆଇନ ଭାବେ ୨୦ ହଜାର ମେଟ୍ରିକ ଟନରୁ ଅଧିକ ପରିମାଣର ମାଙ୍ଗାନିଜ ପଥର ଏବଂ ୧୨ଶହ ମେଟ୍ରିକ ଟନରୁ ଅଧିକ ପରିମାଣର ଲୁହପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ।

ଉଲ୍ଲେଖଯୋଗ୍ୟ ଯେ, ଏହି ଖଣି ଦୁର୍ନୀତି ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଆରମ୍ଭ ହୋଇଥିଲା ତନାଘନା। ସରକାର ଏ ନେଇ ଦୃଷ୍ଟି ଆକର୍ଷଣ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

ଅଧିକ ପଢନ୍ତୁ: କନିଷ୍ଠ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି : ୩ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ ସହ ଏକାଧିକ କାର୍

Mining Scam Odisha Illegal Mining Chief Minister Mohan Majhi
Advertisment
Advertisment