• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Firing

Satnam Singh
ପାକିସ୍ତାନରେ ଶିଖ୍ ହାକିମ୍‌ଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ପୁଣି ଆତଙ୍କୀୟ କାର୍ଯ୍ୟକଳାପ। ପାକିସ୍ତାନର ପେଶୱାରରେ ଶିଖ ସମ୍ପ୍ରଦାୟର ଜଣେ ହାକିମଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଏହା ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ କ୍ଲିନିକରେ ପ୍ରବେଶ କରି ଶିଖ୍‌ ହାକିମଙ୍କ ଉପରକୁ ଚାରିଟି ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ହାକିମ୍‌ଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

Russian University
ଋଷିଆ ୟୁନିଭର୍ସିଟିରେ ଗୁଳିମାଡ଼

ଋଷିଆର ପର୍ମ ଷ୍ଟେଟ୍‌ ୟୁନିଭର୍ସିଟି(Perm State University)ରେ ଜଣେ ବନ୍ଧୁକଧାରୀର ଆଖୁବୁଜା ଗୁଳିମାଡ଼ରେ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀର ନାଁ ତିମୁର ବେକ୍‌ମାଂସୁରୋଭ ବୋଲି ଜଣାପଡ଼ିଛି। ଆକ୍ରମଣ ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନି।

firing at raurkela
ରାଉରକେଲାରେ ଫୁଟିଲା ଗୁଳି, ଚାଲିଗଲା ଯୁବକଙ୍କ ଜୀବନ

ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। କଥାକଥାକେ ଫୁଟୁଛି ଗୁଳି।  ଦିନ ଦ୍ୱିପହରରେ ଏପରି ଘଟଣା ଘଟୁଥିଲେ ବି କିଛି କରିପାରୁନି ପୋଲିସ।  ଇସ୍ପାତ ସହର ରାଉରକେଲାରେ ‍ହୋଇଛି ଗୁଳିମାଡ।

firing at cuttack
କଟକରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି

କଟକ ସହର ଉପକଣ୍ଠରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି।  କନ୍ଦରପୁର ଥାନା ଅଥଙ୍ଗା ଠାରେ ହୋଇଛି ଏପରି ଗୁଳିମାଡ଼ । ଦିନ ଦ୍ୱିପହରରେ ଏପରି ଗୁଳିମାଡ ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି। 

firing
ଢାବା ମାଲିକାଣୀଙ୍କୁ ଫାୟାରିଂ

ଢାବା ମାଲିକାଣୀଙ୍କୁ ଫାୟାରିଂ। ଏଥିରେ ଢାବା ମାଲିକାଣୀଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ଏକ ଢାବାରେ ଫାୟାରିଂ ହୋଇଛି।