Advertisment

Paras Hospital Firing: ଗୁଳିମାଡ଼ ପରେ ସେଲିବ୍ରେସନ...ମାଷ୍ଟରମାଇଣ୍ଡ ଚିହ୍ନଟ

ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ପାଞ୍ଚ ଜଣ ଦୁର୍ବୃତ୍ତ ବହୁତ ଆରାମରେ ପାରସ ହସ୍ପିଟାଲରେ ପ୍ରବେଶ କରୁଛନ୍ତି ଏବଂ ଚନ୍ଦନ ଯେଉଁ ଓ୍ଵାର୍ଡରେ ରହୁଥିଲେ, ସେହି ଦିଗକୁ ଆଗେଇ ଯାଉଛନ୍ତି। ଏହି ମାମଲାରେ ପୁଲିସ ଏଫଆଇଆର ରୁଜୁ କରିଛି।

author-image
Manasranjan Mohanty
Paras Hospital Firing

Paras Hospital Firing

ପାଟନାର ପାରସ ହସ୍ପିଟାଲରେ ଗୁଳିମାଡ଼ ଘଟଣା । ଗୋଟିଏ ପରେ ଗୋଟିଏ ସାଂଘାତିକ ଖୁଲାସା ହେଉଛି । ହତ୍ୟା କରିଲା ପରେ ସୁଟର ମାନେ ସେଲିବ୍ରେସନ କରିଥିଲେ ଓ ବାଇକରେ ଚାଲିଯାଇଥିଲେ ।

Advertisment

ପାଞ୍ଚଜଣ ବନ୍ଧୁକଧାରୀ ହସ୍ପିଟାଲ ଭିତରେ ପଶି ପାରୋଲରେ ଥିବା ଅପରାଧୀ ଚନ୍ଦନ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଚନ୍ଦନ ମିଶ୍ରାଙ୍କ ବିରୋଧରେ ଅନେକ ମାମଲା ରହିଛି । ତାଙ୍କୁ ଚିକିତ୍ସା ପାଇଁ ବେଉର ଜେଲରୁ ମେଡିକାଲ ପାରୋଲରେ ମୁକ୍ତ କରାଯାଇଥିଲା ଏବଂ ସେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।

ଅଧିକ ପଢନ୍ତୁ: ହସ୍ପିଟାଲରେ ପଶିଲେ, ପାରୋଲ କଏଦୀଙ୍କୁ ଗୁଳି ମାରିଲେ... ଚାଲିଗଲେ

ସେ ଚିକିତ୍ସା ପାଇଁ ପାରୋଲରେ ଥିବା ବେଳେ ଶତ୍ରୁ ଗ୍ୟାଙ୍ଗର ସଦସ୍ୟମାନେ ଏହା ଜାଣି ପାରି ତାଙ୍କୁ ଟାର୍ଗେଟ କରି ଏହି ହମଲା କରିଛନ୍ତି । ହମଲା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶୁଟଆଉଟର ଲାଇଭ୍‌ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅପରାଧୀମାନଙ୍କ ଫଟୋ କଏଦ ହୋଇଛି।

Advertisment

ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ପାଞ୍ଚ ଜଣ ଦୁର୍ବୃତ୍ତ ବହୁତ ଆରାମରେ ପାରସ ହସ୍ପିଟାଲରେ ପ୍ରବେଶ କରୁଛନ୍ତି ଏବଂ ଚନ୍ଦନ ଯେଉଁ ଓ୍ଵାର୍ଡରେ ରହୁଥିଲେ, ସେହି ଦିଗକୁ ଆଗେଇ ଯାଉଛନ୍ତି। ଏହି ମାମଲାରେ ପୁଲିସ ଏଫଆଇଆର ରୁଜୁ କରିଛି।

ପରିବାର ଲୋକେ ଅଭିଯୁକ୍ତଙ୍କ ପରିଚୟ ଦେଇଛନ୍ତି। ଚନ୍ଦନଙ୍କ ହତ୍ୟା ପାଇଁ ତୌସିଫଙ୍କୁ ଦାୟୀ କରିଛନ୍ତି । ଭିଡିଓରେ ମଧ୍ୟ ସବୁଠାରୁ ଆଗରେ ତୌସିଫଙ୍କୁ ଦେଖିବାକୁ ମିଳିଛି । ପ୍ରକୃତରେ, ତୌସିଫ ପଟନାର ଫୁଲୱାରୀର ବାସିନ୍ଦା।

ଭିଡିଓରେ ଦେଖାଯାଇଛି ଯେ କୌଣସି ଅଭିଯୁକ୍ତ ମୁହଁକୁ ଘୋଡାଇନଥିଲେ । ଖୋଲାଖୋଲି ଏହି ହତ୍ୟା କରାଯାଇଛି। ଚନ୍ଦନ ମିଶ୍ରାଙ୍କ ବିରୁଦ୍ଧରେ ଡଜନେରୁ ଅଧିକ ହତ୍ୟା ମାମଲା ରହିଛି । ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଗୁଳିମାଡ଼ ଘଟିଛି।

ଗୁଳିମାଡ଼ ପରେ ବରିଷ୍ଠ ପୁଲିସ ଅଧୀକ୍ଷକ କାର୍ତ୍ତିକେୟ ଶର୍ମା ମିଡିଆକୁ କହିଛନ୍ତି, ‘ବକ୍ସର ଜିଲ୍ଲାର ବାସିନ୍ଦା ଚନ୍ଦନ ମିଶ୍ରା ନାମକ ଅପରାଧୀ, ଯାହାଙ୍କ ବିରୁଦ୍ଧରେ ଡଜନେକ ହତ୍ୟା ମାମଲା ରୁଜୁ ହୋଇଛି। ତାଙ୍କୁ ବକ୍ସରରୁ ଭାଗଲପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚନ୍ଦନ ପାରୋଲରେ ଥିଲେ ଏବଂ ଚିକିତ୍ସା ପାଇଁ ପାରସ ହସ୍ପିଟାଲରେ ଭର୍ତ୍ତି ଥିଲେ। ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ତାଙ୍କୁ ଗୁଳି ମାରି ହତ୍ୟା କରିଛି।’

ଅଧିକ ପଢନ୍ତୁ: ୫ ବର୍ଷର ଝିଅକୁ ତଣ୍ଟି ଚିପି ମାରିଲା, ମୃତଦେହକୁ ନେଇ ସମୁଦ୍ରରେ ଫିଙ୍ଗିଲା ବାପା

CCTV Bihar Firing
Advertisment
Related Articles
Advertisment