Advertisment

Disha Patani: ହିରୋଇନଙ୍କ ଘରକୁ ଗୁଳି କଲେ, ନିଜେ ଗୁଳି ଖାଇଲେ...ଜଣାପଡିଲା ଅସଲ କଥା

ହିରୋଇନଙ୍କ ଘରକୁ ଗୁଳି କଲେ, ନିଜେ ଗୁଳି ଖାଇଲେ । ଏନକାଉଣ୍ଟର ଟଳିଲେ ୨ ସୁଟର । ଦିଶା ପଟାନୀଙ୍କ ଘରକୁ ଗୁଳିକରି ମଲେ ପୋଲିସ ହାତରେ । ହେଲେ କିଏ ସେହି ସୁଟର, କାହିଁକି ଦିଶାଙ୍କ ଘରକୁ କରିଥିଲେ ଟାର୍ଗେଟ । ଜଣାପଡିଲା ଅସଲ କଥା ।

author-image
Manasranjan Mohanty
Disha Patani

Disha Patani

ସେପ୍ଟେମ୍ବର ୧୨ ତାରିଖ, ଭୋର୍ ପ୍ରାୟ ୩ଟା ୪୫ । ଉତ୍ତରପ୍ରଦେଶ ବରେଲିର ସିଭିଲ ଲାଇନ ଅଞ୍ଚଳରେ ଥିବା ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ପୈତୃକ ଘର ଉପରକୁ ଗୁଳିମାଡ଼ ହୋଇଥିଲା । ବାଇକରେ ଆସି ଦିଶାଙ୍କ ଘର ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ ୨ ଦୁର୍ବୃତ୍ତ । ସେହି ସମୟରେ ଘରେ ନଥିଲେ ଦିଶା । ତାଙ୍କ ବାପାମାଆ ଓ ବଡ ଭଉଣୀ ଥିଲେ ।

Advertisment

ଗୁଳିମାଡ କରିଥିବା ଦୁଇ ସୁଟର ଥିଲେ ଗ୍ୟାଙ୍ଗଷ୍ଟାର ଗୋଲଡି ବ୍ରାର ଗ୍ୟାଙ୍ଗର । ଏହି ଗ୍ୟାଙ୍ଗ୍ ଗୁଳିକାଣ୍ଡ ପାଇଁ ସୋସିଆଲ ମିଡିଆରେ ନିଜକୁ ଦାୟୀ ବି କରିଥିଲା । ଯାହାର ଏକ ସ୍କ୍ରିନସଟ୍ ଭାଇରାଲ ହୋଇଛି । ଦିଶାଙ୍କ ଭଉଣୀ ଖୁସ୍‌ବୁ ପଟାନୀ କଥାବାଚକ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧ ଆଚାର୍ଯ୍ୟଙ୍କୁ ଅପମାନିତ କରିଥିଲେ । ତାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ତେଣୁ ଏହାର ପ୍ରତିଶୋଧ ନେଇଛୁ ବୋଲି କହିଥିଲା ଗ୍ୟାଙ୍ଗ ।

ଏହି ଘଟଣା ପରେ ଦିଶା ପଟାନୀଙ୍କ ବାପା ଜଗଦୀଶ ସିଂ ପଟାନୀଙ୍କ ସହ କଥା ହୋଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଆଶ୍ୱସ୍ତ କରିଥିଲେ । ଏହାପରେ ୟୁପି, ହରିୟାଣା ଏସଟିଏଫ ଓ ଦିଲ୍ଲୀ ପୋଲିସ ମିଶି ଦୁଇ ସୁଟରଙ୍କୁ ଏନକାଉଣ୍ଟର କରିଛି । ଦୁହେଁ ହରିଣାୟାର ରବିନ୍ଦ୍ର ଓ ଅରୁଣ । ଅନେକ ଅପରାଧିକ ମାମଲାରେ ଦୁହେଁ ମୋଷ୍ଟୱାଣ୍ଟେଡ ଥିବା ଜଣାପଡିଛି । ଦୁଇ ସୁଟର ଏନକାଉଣ୍ଟରରେ ମରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦିଶାଙ୍କ ବାପା ।

Advertisment
Disha Patani Firing Encounter Gangster
Advertisment
Related Articles
Advertisment