/odishatv-khabar/media/media_files/2025/12/14/firing-2025-12-14-16-23-56.jpg)
Firing Photograph: (OTV)
ଆଖିବୁଜା ଗୁଳିଚାଳନା କରିଛନ୍ତି ଆତଙ୍କବାଦୀ। ଘଟଣା ପରେ ପୋଲିସ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା ଏବଂ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା। ପୋଲିସ ଲୋକମାନଙ୍କୁ ବଣ୍ଡି ବିଚ୍ ଅଞ୍ଚଳରୁ ଦୂରେଇ ରହିବା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛି। ବେଳାଭୂମିରେ ଏକ ଶାନ୍ତିପୂର୍ଣ୍ଣ ଧାର୍ମିକ ଉତ୍ସବ ସମୟରେ ଏହି ଆକ୍ରମଣ ଘଟିଥିଲା।
ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଛି। ବଣ୍ଡି ବିଚ୍ରେ ହନୁକା ପାଳନ ସମୟରେ ଗୁଳିକାଣ୍ଡରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏହି ଆକ୍ରମଣ "ହାନୁକା ବାଇ ଦି ସି" ନାମକ ଏକ କାର୍ଯ୍ୟକ୍ରମରେ ଘଟିଥିଲା, ଯେଉଁଠାରେ ପ୍ରାୟ ୨୦୦୦ ଇହୁଦୀ ଲୋକ ଉତ୍ସବର ପ୍ରଥମ ଦୀପ ଜାଳିବା ପାଇଁ ଏକାଠି ହୋଇଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ୧୦ ଜଣଙ୍କର ମୃତ୍ୟୁ ନିଶ୍ଚିତ କରାଯାଇଛି । ଅନେକ ଗୁରୁତର ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆର ସିଡନୀରେ ହୋଇଥିବା ଏହି ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।
ଘଟଣା ପରେ ପୋଲିସ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ପୋଲିସ ଲୋକମାନଙ୍କୁ ବଣ୍ଡି ବିଚ୍ ଅଞ୍ଚଳରୁ ଦୂରେଇ ରହିବା ଏବଂ ସୁରକ୍ଷା ବାହିନୀର ନିର୍ଦ୍ଦେଶ ପାଳନ କରିବାକୁ ନିବେଦନ କରିଛି। ବେଳାଭୂମିରେ ଧାର୍ମିକ ଉତ୍ସବ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ବେଳେ ଏହି ଆକ୍ରମଣ ଘଟିଥିଲା। ଆକ୍ରମଣକାରୀମାନେ ବନ୍ଧୁକ ଧରିଥିବା ଦେଖାଯାଇଥିଲା।
ଇହୁଦୀ ସମ୍ପ୍ରଦାୟ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ
ଏହି ଉତ୍ସବ ପ୍ରତିବର୍ଷ ବଣ୍ଡିର ଚାବାଦ ଦ୍ୱାରା ଆୟୋଜନ କରାଯାଏ। ଏହି ଉତ୍ସବକୁ ଇହୁଦୀ ସମ୍ପ୍ରଦାୟ ପାଇଁ ବିଶ୍ୱାସ ଏବଂ ଏକତାର ପ୍ରତୀକ ଭାବରେ ବିବେଚନା କରାଯାଏ। ହଠାତ୍ ଗୁଳିଚାଳନା ଯୋଗୁଁ ସେଠାରେ ଆତଙ୍କ ସୃଷ୍ଟି ହୋଇଥିଲା। ଅନେକ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଏଠାକୁ ସେଠାକୁ ଦୌଡ଼ୁଥିବାର ଦେଖାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଘଟଣା ସ୍ଥଳରେ ଭୟର ବାତାବରଣ ଖେଳିଯାଇଥିଲା । ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଛି।
ଅଷ୍ଟ୍ରେଲିଆର ଜାୟୋନିଷ୍ଟ ଫେଡେରେସନର ସଭାପତି ଜେରେମି ଲିବଲର ଏହି ଆକ୍ରମଣରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଇହୁଦୀ ସମ୍ପ୍ରଦାୟ ମର୍ମାହତ। ଏହା ଗଭୀର ଦୁଃଖର ଦିନ। ଆମ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି, ଅନେକ ଗୁରୁତର ଆହତ ହୋଇଛନ୍ତି । ଆଲୋକ ଏବଂ ବିଶ୍ୱାସର ଏହି ପବିକ୍ର ମୁହୂର୍ତ୍ତକୁ ହିଂସା ଦ୍ୱାରା ଅନ୍ଧକାରମୟ କରାଯାଇଛି ବୋଲି ସେ କହିଛନ୍ତି।
ସେ କହିଛନ୍ତି, "ବର୍ତ୍ତମାନ ଆମର ଧ୍ୟାନ ପୀଡିତଙ୍କ ଜୀବନ ରକ୍ଷା କରିବା ଉପରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି।" ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଇହୁଦୀମାନେ ସେମାନଙ୍କ ଧର୍ମ ପାଳନ କରୁଥିବା ସମୟରେ ଆକ୍ରମଣ ଅଷ୍ଟ୍ରେଲିଆ ଉପରେ ହିଁ ଆକ୍ରମଣ। ଏହା ଆମର ମୂଲ୍ୟବୋଧ, ଆମର ସାମାଜିକ ସଂହତି ଏବଂ ଭୟ ବିନା ଏକାଠି ହେବାର ଲୋକମାନଙ୍କ ମୌଳିକ ଅଧିକାର ଉପରେ ଆକ୍ରମଣ।"
John Cena ends WWE chapter: ଅବସର ନେଲେ ରେସଲର୍ ଜନ୍ ସିନା, ଶେଷ ମ୍ୟାଚ୍ ରେ ଭାବବିହ୍ବଳ ହେଲେ

Gold And Silver Price Update: ବଢ଼ୁଛି ସୁନା, କମୁଛି ରୁପା: ଚିନ୍ତାରେ ଗ୍ରାହକ

Moquim–Bhakta Rift Escalates: କଂଗ୍ରେସ ହାଇକମାଣ୍ଡକୁ ରିପୋର୍ଟ ଦେଇଛି ପିସିସି, ମୋକିମଙ୍କ ବିରୋଧରେ ହେବ କି ଆକ୍ସନ୍?

Water Seepage From Meghanad Pacheri: ମେଘନାଦ ପାଚେରୀରେ ଫାଟ; ପାଣି ଗଳୁଛି, ଶିଉଳି ଲାଗିଛି

Student Deaths Raise Safety Concerns: କେତେ ସୁରକ୍ଷିତ KIIT-KISS କ୍ୟାମ୍ପସ୍? ସନ୍ଦେହରେ ନେପାଳୀ ଛାତ୍ରୀଙ୍କଠୁ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)