Jawan Died
ନିଜ ହାତରେ ଚାଲିଗଲା ଯବାନଙ୍କ ଜୀବନ । ନିଜ ବନ୍ଧୁକରୁ ଗୁଳି ଫୁଟି ଯବାନଙ୍କ ମୃତ୍ୟୁ ହୋଇଛି । ଜମ୍ମୁକାଶ୍ମୀର ରଜୌରୀ ଜିଲ୍ଲା ଧର୍ମାଶାଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯବାନ ହେଲେ ଆନ୍ଧ୍ରପ୍ରଦେଶର ନାଏକ ଉପଲା ରବି କୁମାର । ସେ ୫୪ ରାଷ୍ଟ୍ରୀୟ ରାଇଫଲ୍ସରେ କାମ କରୁଥିଲେ ।
Advertisment
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯବାନ ଜଣଙ୍କ ଡ୍ୟୁଟିରେ ଥିବା ସମୟରେ ହିଁ ଏପରି ଅଘଟଣ ଘଟିଛି । ହଠାତ୍ ଗୁଳି ଶବ୍ଦ ଶୁଣି ସାଥୀ ଯବାନମାନେ ଆସି ପହଞ୍ଚିଥିଲେ । ସେଠାରେ ରବି କୁମାରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ
ପୋଲିସ ଏକ ମାମଲା ରୁଜୁ କରି ଛାନଭିନ ଚଳାଇଛି । ତେବେ ଏପରି ଘଟଣା କିଛି ନୂଆ ନୁହେଁ, ପୂର୍ବରୁ ମଧ୍ୟ ନିଜ ବନ୍ଧୁକରେ ଯବାନଙ୍କ ଜୀବନ ଯାଇଥିବା ଘଟଣା ନଜିର ରହିଛି । ଯବାନଙ୍କ ବନ୍ଧୁକରୁ କିପରି ଗୁଳି ଫୁଟିଲା, ଏହା ଭୁଲବଶତଃ ହୋଇଛି ନା ଯବାନ ଆତ୍ମହତ୍ୟା କରୁଇଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ ।
ଅଧିକ ପଢନ୍ତୁ: ଆତ୍ମଘାତୀ ବିସ୍ଫୋରଣରେ ୧୬ ପାକିସ୍ତାନୀ ଯବାନ ମୃତ, ତାଲିବାନ ଗ୍ରୁପ୍ କହିଲା...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)