Advertisment

Elvish Yadav:କିଏ ଏହି ଭାଉ ଗ୍ୟାଙ୍ଗ ? କାହିଁକି କଲେ ଏଲଭିଶଙ୍କ ଉପରେ ଆଟାକ୍

ଚାରିଆଡେ ନିସ୍ତବ୍ଦ, ଥିଲା ପୁରା ଶୂନ୍‌ଶାନ। କିଏ ମର୍ଣ୍ଣିଂ ୱାକ୍‌ରେ ବାହାରକୁ ଯାଇଥିଲା ତ ଆଉ କିଏ ଘରେ ଶୋଇଥିଲା। ଏତିକି ବେଳେ ଶୁଭିଲା ଶବ୍ଦ ଫୁଟିଲା ଗୁଳି। ତିନି ଜଣ ମୁଖା ପିନ୍ଧି ବାଇକ୍‌ରେ ଆସିଲେ। ଘର ଉପରକୁ ଆଖିବୁଜା ଗୁଳିମାଡ଼ କଲେ। ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୩୦ ରାଉଣ୍ଡ ଫାୟାରିଂ କଲେ।

author-image
Manasranjan Mohanty
Elvish Yadav

Elvish Yadav

ଚାରିଆଡେ ନିସ୍ତବ୍ଦ, ଥିଲା ପୁରା ଶୂନ୍‌ଶାନ। କିଏ ମର୍ଣ୍ଣିଂ ୱାକ୍‌ରେ ବାହାରକୁ ଯାଇଥିଲା ତ ଆଉ କିଏ ଘରେ ଶୋଇଥିଲା। ଏତିକି ବେଳେ ଶୁଭିଲା ଶବ୍ଦ ଫୁଟିଲା ଗୁଳି। ତିନି ଜଣ ମୁଖା ପିନ୍ଧି ବାଇକ୍‌ରେ ଆସିଲେ। ଘର ଉପରକୁ ଆଖିବୁଜା ଗୁଳିମାଡ଼ କଲେ। ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୩୦ ରାଉଣ୍ଡ ଫାୟାରିଂ କଲେ। ଗୁଳିମାଡ ଶବ୍ଦ ଶୁଣି ଚାରିଆଡେ ଖେଳିଗଳା ଆତଙ୍କ। କିଏ କିଛି ବୁଝିବା ଆଗରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଜଣାଶୁଣା ୟୁଟ୍ୟୁବର ତଥା ବିଗଗସ୍‌ ଓଟିଟି ବିଜେତା ଏଲ୍‌ଭିଶ ଯାଦବଙ୍କ ଘର ଉପରକୁ ହୋଇଛି ଏଭଳି କିଛି ଆଖିବୁଜା ଗୁଳିମାଡ।

Advertisment

ଗୁରୁଗ୍ରାମର ସେକ୍ଟର-୫୭। ଏଠାରେ ରୁହନ୍ତି ଫେମସ୍‌ ୟୁଟ୍ୟୁବର୍‌ ଏଲ୍‌ଭିସ୍‌ ଯାଦବ। ତାଙ୍କ ପରିବାର ବି ଏଠାରେ ରହୁନ୍ତି। ରବିବାର ଭୋର ସାଢ଼େ ୫ଟା। ମୁଖା ପିନ୍ଧି ତିନି ଜଣ ବାଇକ୍‌ରେ ଆସିଥିଲେ ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ତାଙ୍କ ଘର ଉପରକୁ କରିଥିଲ ଆଖିବୁଜା ଗୁଳିମାଡ଼। ୩୦ ରାଉଣ୍ଟ ଫାୟାରିଂ କରିଥିଲେ। ତେବେ ଗୁଳିକାଣ୍ଡ ସମୟରେ ଘରେ କେବଳ ଏଲଭିଶଙ୍କ ମାଆ ଏବଂ କେୟାରଟେକର ଥିଲେ। ତାଙ୍କ ବାପା ଶୋଇଥିଲେ। ଘରେ ନଥିଲେ ଏଲଭିଶ। ସେ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏଥିରେ କେହି ଆହତ ହୋଇନଥିବା ବେଳେ ତାଙ୍କ ଘରର ଝରକା ଓ କବାଟ ଭାଙ୍ଗି ଯାଇଛି।

ଅଚାନକ ହୋଇଥିବା ଏଭଳି ଘଟଣାକୁ ନେଇ ସ୍ଥାନୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୂରା ଘରକୁ ପୁଲିସ ଘେରାବନ୍ଦୀ କରି ତଲାସୀ ଚଳାଇଛି। ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଏହାସହ ସନ୍ଧିଗ୍ଧଙ୍କ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି। ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଲାଗିପଡିଛି।

Advertisment

ତେବେ କିଏ ଓ କାହିଁକି ଏଲ୍‌ଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି। ଏହି ଘଟଣା ଏଲଭିଶଙ୍କ ପୂର୍ବ ବିବାଦମାନଙ୍କ ସହ ଜଡ଼ିତ ରହିଛି କି? ସେ ନେଇ ପୋଲିସ ତନାଘନା ଚଳାଇଛି। ସେପଟେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ଗୁଳିମାଡ ପାଇଁ ‘ଭାଉ ଗ୍ୟାଙ୍ଗ’ ନିଜକୁ ଦାୟୀ କରିଛି। ଏଲଭିଶ ଯାଦବଙ୍କ ଟିମ୍ ଏବଂ ସେ ନିଜେ ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରିନାହାନ୍ତି। ଏକ୍ସରେ ଏଲଭିଶଙ୍କ ସମର୍ଥକମାନେ ଏହି ଘଟଣା ପ୍ରତି ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି।

ପୂର୍ବରୁ ଏଲଭିଶ ଆଗ୍ରେସିଭ କଣ୍ଟେଣ୍ଟ, ସାପ ବିଷ ଓ ଅନ୍ୟ କିଛି ମାମଲାକୁ ନେଇ ବିବାଦରେ ରହି ଆସିଛନ୍ତି। ଏହି ମାମଲାରେ ସେ ଜେଲ୍‌ ମଧ୍ୟ ଯାଇ ସାରିଛନ୍ତି।

Attack Firing
Advertisment
Related Articles
Advertisment