ନାରାୟଣପାଟଣା: କୋରାପୁଟ ନାରାୟଣପାଟଣାରେ ପୋଲିସର ମାଓ ଏନକାଉଣ୍ଟର। ଡୋକରୀ ଘାଟିରେ କମ୍ବିଂ ବେଳେ ପୋଲିସ- ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ଅପରେସନରେ ଏକ ମାଓ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଓ ଗୁଳିଗୋଳା ଜବତ ହୋଇଛି। ଡୋକରୀ ଘାଟିରେ ମାଓବାଦୀ ଥିବା ଖବର ପାଇ ଡିଭିଏଫ, ଏସଓଜି ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା। ଏ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଅଂଚଳରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ଦୁଇଟି AK 47 ରାଇଫଲ, ପିସ୍ତଲ, ଗ୍ରେନେଡ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ରାଷ୍ଟ୍ରୀୟ ରାଇଫଲସ, ସିଆରପିଏଫ୍ ଓ ସ୍ପେସିଆଲ ଅପରେସନସ ଗ୍ରୁପ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ଗତକାଲି ଅନନ୍ତନାଗ ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଅପରେସନ ଆରମ୍ଭ ହୋଇଥିଲା। ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ […]
କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି ମଂଗୁ ଓ ଲିପୁଠାରୁ ୨ଟି ବନ୍ଧୁକ ସହ ୧୫ଟି ଗୁଳି ଜବତ ହୋଇଛି। ପୂର୍ବରୁ […]
ଜମ୍ମୁ-କାଶ୍ମୀରର ପୁଲ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟର ଲସ୍କର-ଇ-ତୋଇବା କମାଣ୍ଡର ଅବୁ ହୁରାଇରା ଓ ଆଉ ୨ ଜଣ ଆତଙ୍କବାଦୀ ଅଛନ୍ତି।
କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force) ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ […]
୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାରେ BSFର ପାଇଲଟ ପଣ୍ଡିତଙ୍କ କାମକୁ ପ୍ରଶଂସା କରିଛନ୍ତି ଡିଜିପି । ଏହାସହ CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି ପ୍ରଶଂସା କରିଛନ୍ତି