Advertisment

Most-Wanted Gangsters From Sigma Gang Wiped Out: ଏନକାଉଣ୍ଟରରେ ଟଳିଲେ ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର, ଦୀର୍ଘ ଦିନ ହେଲା ଖୋଜୁଥିଲା ପୋଲିସ

ବିହାରର ୪ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲଙ୍କୁ ଏନକାଉଣ୍ଟର କରି ମାରିଛନ୍ତି ଦିଲ୍ଲୀ ଓ ବିହାର ପୋଲିସ । ମୃତ କ୍ରିମିନାଲମାନେ ହେଲେ ରଞ୍ଜନ ପାଠକ, ବିମଳେଶ ସାହନି, ମନୀଷ ପାଠକ ଓ ଅମନ ଠାକୁର ।

author-image
Tapan Swain
Sigma Gang

Sigma Gang Photograph: (OTV)

ନିର୍ବାଚନରେ ବିସ୍ଫୋରଣ ପାଇଁ ଚାଲିଥିଲା ବଡ ପ୍ଲାନିଂ । କରୁଥିଲେ ବ୍ୟାକ୍ ଟୁ ବ୍ୟାକ୍ ମର୍ଡର...
ହତ୍ୟା, ଆକ୍ରମଣ, ଅପହରଣ... ଘଟାଉଥିଲେ ନାନା ଜଘନ୍ୟ ଅପରାଧ, ସିଗ୍‌ମା ଗ୍ୟାଙ୍ଗ୍‌ ନାଁରେ ଖେଳାଇଥିଲେ ଆତଙ୍କ । ହେଲେ ଏବେ ସିଗ୍‌ମା ଗ୍ୟାଙ୍ଗର୍‌ ଖେଳ ଖତମ୍ । ବିହାର ନିର୍ବାଚନ ବେଳେ ବଡ ବିସ୍ଫୋରଣ ଯୋଜନା କରୁଥିବାବେଳେ ପୋଲିସ ଏନକାଉଣ୍ଟରରେ ଟଳିଲେ ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର । 

Advertisment

ଦିଲ୍ଲୀରେ ହୋଇଛି ଏହି ବଡ଼ ଏନକାଉଣ୍ଟର । ମଧ୍ୟରାତିରେ ପ୍ରଚଣ୍ଡ ଗୁଳିଶବ୍ଦରେ ଫାଟିଛି ଦେଶର ରାଜଧାନୀ । ବିହାରର ୪ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲଙ୍କୁ ଏନକାଉଣ୍ଟର କରି ମାରିଛନ୍ତି ଦିଲ୍ଲୀ ଓ ବିହାର ପୋଲିସ । ମୃତ କ୍ରିମିନାଲମାନେ ହେଲେ ରଞ୍ଜନ ପାଠକ, ବିମଳେଶ ସାହନି, ମନୀଷ ପାଠକ ଓ ଅମନ ଠାକୁର । ସେମାନେ ବିହାର ନିର୍ବାଚନରେ ବଡ ଧରଣର  ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ଏହି ୪ ଅପରାଧୀ ।

 'ସିଗମା ଆଣ୍ଡ୍ କମ୍ପାନୀ' ନାଁରେ ଜଣାଶୁଣା ଥିଲା ସେମାନଙ୍କ ଗ୍ୟାଙ୍ଗ୍ । ଆଉ ଏ ଗ୍ୟାଙ୍ଗର ଲିଡର ଥିଲା ରଞ୍ଜନ ପାଠକ । ଏହି ଗ୍ୟାଙ୍ଗ ବିହାରରେ ବ୍ୟାକ୍ ଟୁ ବ୍ୟାକ୍ ମର୍ଡର ସହ ନାନା ଜଘନ୍ୟ ଅପରାଧରେ ଜଡିତ ଥିଲା । ଏମାନଙ୍କୁ ଧରିବାକୁ ଅନେକ ଦିନରୁ ଯୋଜନା କରୁଥିଲା ପୋଲିସ । 

Advertisment

ଶେଷରେ କାଲି ରାତିଅଧରେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ଏହି ୪ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ମିଳିଛି ଏହି ସଫଳତା । କାଲି ମଧ୍ୟରାତି ପ୍ରାୟ ୨ଟା ୨୦ରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର । ଏହି ଅପରାଧୀମାନେ ପୋଲିସ ଉପରକୁ ଫାୟାରିଂ କରିବା ପରେ ପୋଲିସ ପାଲଟା ଜବାବ ଦେଇଥିଲା । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Encounter Gangster Dead Sigma Gang
Advertisment
Related Articles
Advertisment