Advertisment

Notorious Criminal Shot in Police Encounter: ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ଦେଶୀ ବନ୍ଧୁକ ଓ ଗୁଳି ଜବତ

ଭଦ୍ରକରେ ଏନକାଉଣ୍ଟର୍। ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆକୁ ଏନକାଉଣ୍ଟର୍। ଚରମ୍ପା ମାଲଗୋଦାମ ନିକଟରେ ଗୁଳି ମାରିଲା ପୋଲିସ। ବୁଦ୍ଧିଆର ଡାହାଣ ଗୋଡ଼ରେ ଗୁଳି ବାଜିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Encounter

Encounter Photograph: (OTV)

ଭଦ୍ରକରେ ଏନକାଉଣ୍ଟର୍। ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ୍ ବୁଦ୍ଧିଆକୁ ଏନକାଉଣ୍ଟର୍ । ଚରମ୍ପା ମାଲଗୋଦାମ ନିକଟରେ ଗୁଳି ମାରିଲା ପୋଲିସ । ବୁଦ୍ଧିଆର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ କିଛି ଗୁଳି ଜବତ ହୋଇଛି। 

Advertisment

ବୁଦ୍ଧିଆର ଘର ବାଲେଶ୍ବର ତୁଡ଼ିଗଡ଼ଗାଁରେ ହୋଇଥିବାବେଳେ ତା ନାଁରେ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। କିଛି ଦିନ ତଳେ ଖଇରା ନିକଟରୁ ଫାୟରିଂ କରି ୧୫ ଲକ୍ଷ ଓ ସୋରୋରୁ ୫ ଲକ୍ଷ ଲୁଟ୍ ମାମଲାରେ ସେ ସଂପୃକ୍ତ ଥିଲା । 

ଆଜି ଭୋର ୫ଟା ୧୫ରେ ଏକ ନମ୍ବର ବିହୀନ କଳା ପଲସରରେ ସହଯୋଗୀ ସହିତ ବୁଦ୍ଧିଆ ବୁଲୁଥିବା ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଫାୟାରିଂ କରିଥିଲା ବୁଦ୍ଧିଆ । ଶେଷରେ ପୋଲିସର ଗୁଳି ବୁଦ୍ଧିଆର ଗୋଡ଼ରେ ବାଜିଥିଲା । ବୁଦ୍ଧିଆର ସହଯୋଗୀ ଗାଡ଼ିନେଇ ଫେରାର ହୋଇଯାଇଛି ।

Advertisment

•    ଭଦ୍ରକରେ ଏନକାଉଣ୍ଟର୍
•    ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଓରଫ୍ ବୁଦ୍ଧିଆକୁ ଏନକାଉଣ୍ଟର୍
•    ଚରମ୍ପା ମାଲଗୋଦାମ ନିକଟରେ ଗୁଳି ମାରିଲା ପୋଲିସ
•    ବୁଦ୍ଧିଆର ଡାହାଣ ଗୋଡ଼ରେ ବାଜିଛି ଗୁଳି
•    ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି 
•    ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ
•    ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା 
•    ବଡ଼ଧରଣର ଲୁଟରେ ସାମିଲ ଥିଲା ବୁଦ୍ଧିଆ

Bhadrak Encounter
Advertisment
Related Articles
Advertisment