/odishatv-khabar/media/media_files/2025/11/19/maoists-dead-2025-11-19-12-31-18.jpg)
Maoists Dead Photograph: (OTV)
ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଧରଣର ଅପରେସନ । ୨ ଦିନରେ ସଫା ହେଲେଣି ୧୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ପୋଲିସ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡ଼ମିଲ୍ଲୀ ଜଙ୍ଗଲରେ ଆଜି ପୁଣି ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି ।
ଗତକାଲି ଏହି ଜଙ୍ଗଲରେ ଏନକାଉଣ୍ଟର ବେଲେ ଟପ ମାଓନେତା ହିଡମା ସମେତ ୬ ମାଓବାଦୀ ନିପାତ ହୋଇଥିଲେ । ଘଟଣା ସ୍ଥଳରେ ଏବେ ବି ଗୁଳିବିନିମୟ ଜାରି ରହିଛି। ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।
• ପୁଣି ବଡ଼ ଏନକାଉଣ୍ଟର: ୭ ମାଓବାଦୀ ନିହତ
• ଆନ୍ଧ୍ରରେ ପୁଣି ବଡ଼ ଧରଣର ଏନକାଉଣ୍ଟର; ୭ ମାଓବାଦୀ ନିହତ
• ଆଲୁରି ସୀତାରାମରାଜୁ ଜିଲ୍ଲା ମାରେଡ୍ ମଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର
• ଏନକାଉଣ୍ଟରରେ ନିହତ ୭ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା
• କାଲି ମଧ୍ୟ ଏହି ସମାନ ସ୍ଥାନରେ ଏନକାଉଣ୍ଟର ହୋଇଥିଲା
• ଦୁର୍ଦ୍ଦାନ୍ତ ମାଓନେତା ହିଡମା ସମେତ ୬ ନକ୍ସଲ ଟଳିଥିଲେ
New Kansa Selected: ୭୮ତମ ଧନୁଯାତ୍ରାରେ କଂସ ମହାରାଜ ହେବେ ସୁଶିଲ୍: ଦୁଲୁକେଇବେ ମଞ୍ଚ

PM Narendra Modi: ସତ୍ୟସାଇ ବାବାଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି: ମହାସମାଧି ସ୍ଥଳରେ ପୂଜାର୍ଚ୍ଚନା

PM-Kisan Installment: ମୋଦି ପଠାଇବେ ଟଙ୍କା: ଉପକୃତ ହେବେ ୯ କୋଟିରୁ ଊର୍ଦ୍ଧ୍ୱ କୃଷକ

Ram Temple Flag Hoisting Ceremony: ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା: ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)