• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସମୟ ରାତି ପ୍ରାୟ ୧୧ଟା ହେବ...ଅନ୍ଧାର କିଟିକିଟି ଶୂନଶାନ୍‌ ରାସ୍ତାରେ ହଠାତ୍‌ ଆମ କ୍ୟାମେରା ପଡିଥିଲା ଜଣେ ବୁଢୀ ମାଉସୀଙ୍କ ଉପରେ । ଏତେ ରାତିରେ ଦୟନୀୟ ଅବସ୍ଥାରେ ସେ କୁଆଡେ ଯାଉଛନ୍ତି? କଣ କରୁଛନ୍ତି? ଆମେ ଜାଣିବାକୁ ଚେଷ୍ଟା କରିଥିଲୁ । ଆଉ ସେ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣିବା ପରେ କେହି ହେଲେ ବି ଜଣେ ଆଖିର ଲୁହକୁ ଅଟକାଇପାରିବେନି ।

ଭାବିଥିଲେ ୪ ପୁଅ ଜନ୍ମ କରିଛନ୍ତି, ପରିଣତ ବୟସରେ ସମସ୍ତେ ସାହାଯ୍ୟ କରିବେ । ମୁଠେ ଖାଇବାକୁ ଦେବେ । ହେଲେ ସବୁ ସ୍ୱପ୍ନ ସତେ ଯେମିତି ତାଙ୍କ ଲାଗି ସ୍ୱପ୍ନରେ ରହିଯାଇଛି । ଦିନେ କି ଓଳିଏ ନୁହେଁ ବରଂ ୬ ଦିନ ହେଲା ସେ ଖାଇନାହାନ୍ତି । ପୂରା ଥକିଗଲେଣି...ତେଣୁ ରାସ୍ତା କଡରେ ଶୋଇପଡିଛନ୍ତି ବୁଢୀ ମାଉସୀ ଜଣକ ।

ଭଦ୍ରକ ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ସାମଦାସ ପୁର ଗାଁର କୌଶଲ୍ୟା କର । ବୟସ ୮୦ପାର ହେବ । ସ୍ୱାମୀ କେବେଠୁ ପରପାରିକୁ ଗଲେଣି । ସବୁ ଭେଣ୍ଡା ପୁଅମାନେ ରୋଜଗାର କରୁଛନ୍ତି ହେଲେ ମାଆକୁ କେହି ପଚାରୁନାହାନ୍ତି । ଖାଇବାକୁ ତ ଦେଉନାହାନ୍ତି ବରଂ ବୋହୂମାନେ ମାଡ଼ ମାରୁଛନ୍ତି ତାଙ୍କୁ । ଯେଉଁ ବୟସରେ ସ୍ନେହ, ଶ୍ରଦ୍ଧା ଓ ସେବା କରିବାର କଥା ସେହି ବୟସରେ ମାଡ ସହିବେ ବା କେମିତି? ତେଣୁ ଏବେ ବୁଲିବୁଲି ଏମିତି ଖାଉଛନ୍ତି, ଯେଉଁଠି ଇଚ୍ଛା ହେଲା ସେଇଠି ଶୋଉଛନ୍ତି । ଗାଁ ଲୋକ କିନ୍ତୁ କୁହନ୍ତି ସେ ଘରକୁ ଯାଉଛନ୍ତି ପୁଣି ପଳାଉଛନ୍ତି । ସେମାନଙ୍କ ଘରୋଇ କଥାରେ ଆମେ କଣ କରିବୁ?

ସେପଟେ ବୁଢୀ ମାଆକୁ କାହିଁକି ପୁଅ-ବୋହୂମାନେ ହିନୀମାନ କରୁଛନ୍ତି ସେନେଇ ଆମେ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ହେଲେ କ୍ୟାମେରା ଦେଖୁ ଦେଖୁ ବୋହୂ ଚାଲିଯାଇଥିବା ବେଳେ ପୁଅ କହୁଛନ୍ତି ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର ।  ଘଟଣା ଯାହା ହୋଇଥାଉନା କାହିଁକି?  ଘରେ ୪-୪ଟା ପୁଅ ବୋହୂ ଥାଉଥାଉ ଜଣେ ମାଆ ଏମିତି ରାସ୍ତାରେ ବୁଲିବା ନିଶ୍ଚୟ କଷ୍ଟଦାୟକ ।

  • Reported by:
  • Basudev Das