ଆଜି ହେଉଛି ବିଜୟା ଦଶମୀ । ଆଜିର ଦିନରେ ଅଧର୍ମ ଉପରେ ଧର୍ମ ଓ ପାପର ଉପରେ ପୁଣ୍ୟର ବିଜୟ ହୋଇଥିଲା ।
ଆସନ୍ତାକାଲି ଭସାଣୀ । ମାଆଙ୍କୁ ଦିଆଯିବ ମେଲାଣି । ପୁଣି ଗୋଟିଏ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଗତିନାଶିନୀ । ଏନେଇ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ ।
ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଲାଗୁ ହୋଇଥିବା କଟକଣା ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।
ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଦଶହରା। ଏହାକୁ ବିଜୟାଦଶମୀ ଭାବେ ସାରା ଭାରତରେ ଖୁବ ଧୂମଧାମ୍ରେ ପାଳନ କରାଯାଏ। ଏହିଦିନ କାହିଁକି କରାଯାଏ ଅସ୍ତ୍ରଶସ୍ତ୍ର ପୂଜା ଆସନ୍ତୁ ଜାଣିବା।
ମା'ଙ୍କ ପାଖରେ ନେତାଙ୍କ ଗହଳି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିବାବେଳେ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମା’ଙ୍କ ପେଣ୍ଡାଲ ବୁଲିଛନ୍ତି ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
କେବଳ ଦହିପଖାଳ ନୁହେଁ ନବମୀ ଅବସରରେ ମାଛ ଭୋଗର ରହିଛି ଅନନ୍ୟ ପରମ୍ପରା । କଟକ ଅଲିଶାବଜାର ପୂଜା ମଣ୍ଡପରେ ଆଜକୁ ୨୦୦ ଶହ ବର୍ଷ ଧରି ନବମୀ ଦିନ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଇଥାଏ ।
ଏଇଠି ହିଁ ଜଳୁଥିଲା ଖୁଦିରାମ ବୋଷଙ୍କ ବିପ୍ଳବର ବହ୍ନି। ଆଉ ଏସବୁ ପଛରେ ରହିଛି ଓଡ଼ିଆ ଲିଙ୍କ। ୩ ପିଢ଼ି ହେଲା ଚାଲିଛି ଓଡ଼ିଆ ଓ ବଙ୍ଗାଳୀ ଖାଦ୍ୟର ସ୍ୱାଦିଷ୍ଠ ପସରା ।
ମା’ ଆଦିଶକ୍ତିଙ୍କ ଉପାସନାର ପବିତ୍ର ଶାରଦୀୟ ନବରାତ୍ରୀର ଆଜି ହେଉଛି ମହାନବମୀ। ଏହି ଦିନ ମାତା ସିଦ୍ଧିଦାତ୍ରୀଙ୍କୁ ପବିତ୍ର ମନରେ ପୂଜା କରାଯାଏ। ଯଦିଓ ନବରାତ୍ରୀର ପୂରା ନଅ ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, କିନ୍ତୁ ଅଷ୍ଟମୀ ଏବଂ ନବମୀ ତିଥିର ବିଶେଷ ମହତ୍ତ୍ୱ ରହିଛି।
ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି। ଏହି ଦିନ ଯେଉଁ ଭକ୍ତ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂରା ଭକ୍ତିର ସହିତ ମାତାଙ୍କୁ ସାଧନା କରନ୍ତି, ସେ ସମସ୍ତ ସଫଳତା ହାସଲ କରନ୍ତି।
ଯୁଆଡ଼େ ଚାହିଁବେ ଆଖି ଝଲସା ତୋରଣ... ଯେଉଁ ଅଞ୍ଚଳକୁ ବି ଯିବେ, ସେଇଠି ପାଇବେ ଅଳଙ୍କାର ବିଭୁଷିତା ମା’ଙ୍କ ମେଢ଼... କାରଣ ୟେ ହଜାରେ ବର୍ଷର ସହର କଟକର ଶାରଦୀୟ ଦୁର୍ଗା ପୂଜାର ଆସର... ।
ଭଲ ମେସେଜ୍ ଥିବା ଚର୍ଚ୍ଚିତ ଫିଲ୍ମ ହେଉ କି ସମାଜକୁ ସୁନ୍ଦର ବାର୍ତ୍ତା ଦେଉଥିବା ଆକର୍ଷଣୀୟ ଥିମ୍। ପେଣ୍ଡାଲରୁ ପେଣ୍ଡାଲ ଏକକୁ ଆରେକ ବଳି ଚମତ୍କାର ସାଜସଜ୍ଜା, ଦୃଶ୍ୟାୟନ। ହଁ ଆମେ କହୁଛୁ ଦୁର୍ଗାପୂଜାର ନଗରୀ କୋଲକାତା କଥା। ଯେତେ ଦେଖୁଥିଲେ, ସରିବନି। ଆଖି ଆହୁରି ଖୋଜୁଥିବ। ମନ ଆହୁରି ଚାହୁଁଥିବ।
ଶାରଦୀୟ ଦୁର୍ଗା ପୂଜା ଆସିଲେ ସବୁବେଳେ ଚର୍ଚ୍ଚାରେ ରୁହେ, ହଜାରେ ବର୍ଷର ସହର କଟକ। କାରଣ ଏଠି ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼। ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ। ଏଥର ବି ପୂର୍ବଭଳି ଚମକି ଉଠୁଛି ସିଲଭର୍ ସିଟି।
ପାର୍ବଣରେ କଡ଼ା ସୁରକ୍ଷାର କଥା କହୁଥିବା କମିଶନରେଟ୍ ପୋଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ। ରାତି କଥା ଛାଡ଼ନ୍ତୁ, ଦିନରେ ସୁରକ୍ଷା ବଳୟକୁ ଚକମା ଦେଇ ମହିଳା ଭକ୍ତଙ୍କ ବେକରୁ ଲେଡି ଲୁଟେରା ଝାମ୍ପିନେଲେ ସୁନା ଚେନ୍।
ପରଦାର ଫିଲ୍ମ ପେଣ୍ଡାଲରେ... ପାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା କୋଲକାତାରେ । ପୂରା କପି ପେଷ୍ଟ...ଏକଦମ୍ ଜୀବନ୍ତ...। ମା’ ଦୁର୍ଗାଙ୍କଠୁ ନେଇ ମହିଷାସୁର, ପାର୍ଶ୍ୱ ଦେବାଦେବୀ... ସବୁଥିରେ କାନ୍ତାରା... ମେକଅପ୍, କଷ୍ଟ୍ୟୁମ୍, ଡିଜାଇନ୍...ଆମ୍ବିଆନ୍ସ ସବୁ କାନ୍ତାରା ।
ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍ ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି ।
ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ।
ଆଜି ଶାରଦୀୟ ନବରାତ୍ରୀର ଅଷ୍ଟମୀ ପୂଜା। ଏହି ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ରୂପ ମହାଗୌରୀଙ୍କୁ ପୂଜା କରାଯାଏ। ଯଦିଓ ନବରାତ୍ରୀଙ୍କର ପ୍ରତ୍ୟେକ ଦିନର ବିଶେଷ ମହତ୍ତ୍ୱ ରହିଛି, କିନ୍ତୁ ଅଷ୍ଟମୀ ତିଥିକୁ ସ୍ୱତନ୍ତ୍ର ବିବେଚନା କରାଯାଏ। ଦୁର୍ଗା ଅଷ୍ଟମୀ କିମ୍ବା ମହା ଅଷ୍ଟମୀର ପର୍ବ ନବରାତ୍ରୀଙ୍କ ଅଷ୍ଟମୀ ତାରିଖରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ।
ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କ ଅଷ୍ଟମ ଶକ୍ତି ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଦେବୀ ମହାଗୌରୀଙ୍କୁ ପୂଜା କରି ଭକ୍ତମାନଙ୍କର ସମସ୍ତ ପାପ ନାଶହୁଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଜାଣନ୍ତୁ ଦେବୀ କିପରି ହେଲେ ମହାଗୌରୀ।
କଳା ଓ କାରୁକାର୍ଯ୍ୟର ସହର କୋଲକାତା। ପ୍ରତି ଶହେ ମିଟରରେ ମା\'ଙ୍କ ମେଢ। ହେଲେ ଇଏ ଏମିତି ସେମିତି ପୂଜା ପେଣ୍ଡାଲ ନୁହେଁ। ସବୁଠି ନୂଆ ଥିମ୍, ନିଆରା ପୂଜା। ଆଉ ସେହି ଥିମରେ ରହିଛି ଲୋକଙ୍କ ପାଇଁ ବାର୍ତ୍ତା, ପ୍ରକୃତି ସୁରକ୍ଷାର ସନ୍ଦେଶ...
ଷଷ୍ଠୀରେ ଧରାବତରଣ, ଆଜି ସପ୍ତମୀରେ ମହାମାୟାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୁଖରିତ ଚତୁର୍ଦିଗ। ମାଆଙ୍କ ଆବାହନୀରେ କମ୍ପୁଛି ପୀଠ ଓ ମଣ୍ଡପ। ଆଜି ଟ୍ବିନ ସିଟିରି ବିଭିନ୍ନ ପୂଜା ମଣ୍ଡପରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ମାଆଙ୍କ ସପ୍ତମୀ ପୂଜା....
ବାଉଁଶରେ ଘର, ମାଟିର ସୁରେଇ, ଘର ଚଟିଆଙ୍କ ବସା ସାଙ୍ଗକୁ ମହୁଫେଣା । ବୃକ୍ଷ, ଜଳ, ଅଗ୍ନି, ଆକାଶ ଓ ଧରିତ୍ରୀର ସୁରକ୍ଷା ନେଇ ପୂଜା ପେଣ୍ଡାଲରେ ଦିଆଯାଇଛି ମନୁଷ୍ୟ ଅସ୍ଥିତ୍ୱର ସନ୍ଦେଶ ।
ମା’ଙ୍କର ସ୍ଥାପନା ପୂର୍ବରୁ, ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ। ଜାଣନ୍ତୁ କାହିଁକି…
ଛୁଟିରେ ବାହାରକୁ ଗଲେ କୌଣସି ଲୋକଙ୍କୁ ଜିମା ଦିଅନ୍ତୁ....ଘର ଭିତରେ କୌଣସି ବି ମୂଲ୍ୟବାନ ଜିନିଷ ରଖନ୍ତୁ ନାହିଁ...କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ୧୧୨କୁ ଫୋନ୍ କରନ୍ତୁ...