/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758468030.jpg)
LOW PRESSURE
ଠିକ୍ ଦଶରାବେଳେ ବର୍ଷା ଛେଚିବ । ପୂଜା ମାହୋଲକୁ ପୂରା ବିଗାଡ଼ିବ ।ଆଗ ପଛ ହୋଇ ଆସୁଛି ୨ ବଡ଼ ଲଘୁଚାପ । ଆଞ୍ଚଳିକ ପାଣିପାଗ ବିଭାଗ କହୁଛି- ଆସନ୍ତା ୨୫ ଓ ଅକ୍ଟୋବର ୧ରେ ପୁଣି ସୃଷ୍ଟି ହେବ ଲଘୁଚାପ। ଦୁଇ ଦୁଇଟି ବଡ଼ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ।
ଉତ୍ତର ଆଣ୍ଡାମାନ ସାଗର ଓ ମ୍ୟାମାଁର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆସନ୍ତା ୨୨ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଏହା ପହଞ୍ଚିବ ଓ ୨୫ ଆଡ଼କୁ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ। ପ୍ରଭାବରେ ୨୬ ଯାଏଁ ୫୦ରୁ ୬୦ କିଲୋମିଟର ପବନ ସାଙ୍ଗକୁ ପ୍ରବଳ ଛେଚିବ ବର୍ଷା।
ସେମିତି ୩୦ରେ ମ୍ୟାଁମାର୍ ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ପ୍ରଭାବରେ ୧ ଓ ୨ରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି। ତେଣେ ଠିକ୍ ଦୁର୍ଗାପୂଜାବେଳେ ଘନ ଘନ ଲଘୁଚାପ ଓ ବଡ଼ ବର୍ଷା ଆସୁଥିବା ଶୁଣି ଛାନିଆ ହେଲେଣି ବିଭିନ୍ନ ପୂଜା କମିଟି। ତୋରଣ କାମ ପ୍ରାୟ ଶେଷ ହୋଇ ଆସୁଥିବାବେଳେ ବର୍ଷା ଓ ପବନର ମୁକାବିଲା ଲାଗି ସଜାଗ ହେଲେଣି।ମାଆଙ୍କ ଆଗମନ ପାଇଁ ଜୋରଦାର ପ୍ରସ୍ତୁତି।
ରାଜଧାନୀର ଅନ୍ୟତମ ଆକର୍ଷଣୀୟ ପୂଜା ପେଣ୍ଡାଲ ସହିଦନଗର। ଜୋରସରରେ ଏଠି ଆଗେଇ ଚାଲିଛି ତୋରଣ ନିର୍ମାଣ। ଦୈନିକ ୫୦ରୁ ଅଧିକ ବଙ୍ଗାଳୀ କାରୀଗର ରାତିଦିନ କାମରେ ଲାଗିଛନ୍ତି। ଆଲୋକ ସଜ୍ଜା ସାଙ୍ଗକୁ ଆନୁସଙ୍ଗିକ ସାଜସଜ୍ଜା ବି ଚାଲିଛି। ହେଲେ ଲଘୁଚାପ ବର୍ଷା ଆସୁଥିବା କଥା ଶୁଣି ପୂଜା କମିଟିର ଟେନସନ୍ ବଢ଼ିଛି। ଯେମିତି ତୋରଣକୁ ବର୍ଷା ଓ ପବନ କ୍ଷତି ନପହଞ୍ଚାଏ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା କହିଛନ୍ତି କାର୍ଯ୍ୟକର୍ତ୍ତା।
ସମାନ ଚିନ୍ତା ଝାରପଡ଼ା ଦୁର୍ଗାପୂଜା ସମିତି ଓ ପୁରୁଣା ଷ୍ଟେସନ ବଜାର ପୂଜା କମିଟିର। ଉଭୟ ସ୍ଥାନରେ ମଣ୍ଡପ ଭିତର ଓ ବାହାର କାମ ନନଷ୍ଟପ୍ ଚାଲିଥିବାବେଳେ ଲଘୁଚାପ ବର୍ଷା ଛାନିଆ କଲାଣି। ତଥାପି ଏସମୟରେ ତୋରଣକୁ ସୁରକ୍ଷିତ ରଖିବା ଲାଗି ଆବଶ୍ୟକତାଠାରୁ ଅଧିକ ବାଉଁଶ ଓ ଶକ୍ତ ବଲ୍ହା ବ୍ୟବହାର କରୁଛନ୍ତି କମିଟି। ସେମିତି ମଣ୍ଡପ ଭିତରେ କିଛି କ୍ଷତି ହେଲେ ବର୍ଷା ପବନ ଛାଡ଼ିବା ମାତ୍ରେ ମରାମତି ପାଇଁ ଅଭିଜ୍ଞ କର୍ମଚାରୀ ନିୟଜିତ ହେବେ ବୋଲି କମିଟି ଯୋଜନା ରଖିଛି।...
କେବଳ ରାଜଧାନୀ ନୁହେଁ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରରେ ମଧ୍ୟ ବର୍ଷା ପାଇଁ ପୂଜା ଫିକା ପଡ଼ିଯିବା ଟେନସନ୍ କମିଟି ମାନଙ୍କୁ ଘାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)