• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଇଂଲଣ୍ଡରେ ଓଡ଼ିଆ ସଂସ୍କୃତିର ଝଲକ୍ । ଧୂମଧାମରେ ପାଳନ ହେଲା ନବରାତ୍ରୀ । ଇଂଲଣ୍ଡର ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିରରେ ଆନନ୍ଦ ଓ ଉଲ୍ଲାସ ସହ ନବରାତ୍ରୀ ଓ ଦୁର୍ଗା ପୂଜା ପାଳିତ ହୋଇଛି । ଶାରଦୀୟ ଦୁର୍ଗାପୂଜାରେ ମା’ଙ୍କ ଆବାହନ ପରେ ଉତ୍ସବମୁଖର ହୋଇ ଉଠିଥିଲା ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର । ନବରାତ୍ରୀ ପୂଜା ହେଉଥିବାରୁ ପ୍ରବାସୀ ଓଡିଆ ଓ ବିଦେଶୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । 

ଚଳିତ ବର୍ଷ ଇଂଲଣ୍ଡର ସର୍ବ ପୁରାତନ ସହର ବାଥ୍‌ରେ ଥିବା ଭବ୍ୟ ଜଗନ୍ନାଥ ମନ୍ଦିର ପକ୍ଷରୁ ନବଦିନାତ୍ମକ ଦୁର୍ଗାପୂଜା ପୂଜା ବେଶ୍ ଧୁମଧାମରେ ପାଳିତ ହେଉଛି । ମହାମୟା ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କ ପୂଜା ସହ ଆକର୍ଷଣୀୟ ଭାବେ ସାଜସଜ୍ଜାରେ ସଜେଇ ହୋଇଛି ବାଥ୍ ଜଗନ୍ନାଥ ମନ୍ଦିର । ବିଭିନ୍ନ ଆଲୋକମାଳ ସହ ଜାକଜମକରେ ଆୟୋଜନ କରାଯାଇଛି । ମହାଷଷ୍ଠୀ, ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଓ ବିଜୟା ଦଶମୀ - ଦଶହରାରେ ମୂଣ୍ମୟୀ ମୂର୍ତିଙ୍କ ସ୍ୱତନ୍ତ୍ର ପୂଜା କରାଯାଇଥିଲା । ସମସ୍ତ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଆଳତୀ ଓ ପୁଷ୍ପାଞ୍ଜଳି ଅର୍ପଣ କରି ଆଶିଷ ଲାଭ କରିଥିଲେ । 

ନବମୀ ଦିନ କନ୍ୟା ପୂଜା କରାଯାଇଛି । କୁନି କୁନି ଝିଅମାନଙ୍କ ପାଦ ଧୋଇ ନୂତନ ବସ୍ତ୍ର ପରିଧାନ ସହ ପୂଜା କରାଯାଇଥାଏ ।  ସେହିପରି ମନ୍ଦିର ପରିସରରେ ନବରାତ୍ରୀ ଉପଲକ୍ଷେ ଗରୱା ଓ ଦାଣ୍ଡିଆ ନାଚ ଗୀତର ତାଳେ ତାଳେ ଝୁମିଛନ୍ତି ସମସ୍ତ ପ୍ରବାସୀ ଭାରତୀୟମାନେ । ବିଜୟା ଦଶମୀ ଦିନ ସଂଧ୍ୟାରେ ପ୍ରବାସୀ ଇଂଜିନିୟରମାନେ ୧୨ ଫୁଟ୍ ଉଚ୍ଚର ରାବଣ ତିଆରି କରାଯାଇ ରାବଣ ପୋଡି ଉତ୍ସବ କରାଯାଇଛି । 

ରାବଣ ବଦ୍ଧ ସମୟରେ ଶ୍ରୀରାମ ଜୟ ରାମ ଧ୍ୱନି ସମସ୍ତ କହିଥିଲେ । ଏହାଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ପ୍ରବାସୀ ଭାରତୀୟମାନେ ଯୋଗଦେଇ ବେଶ ଉତ୍ସାହିତ ହୋଇଛନ୍ତି ।  କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ବାଥ୍ ସହରରେ ଦେଖିବାକୁ ମିଳୁଛି ଓଡିଶାର ସଂସ୍କୃତି ଓ ପରଂପରା ।  

OTV is now on Whatsapp

Join and get latest news update delivered to you via whatsapp

Join Now