• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୂଜା ପରେ ଅଘଟଣ । କଟକରେ ଭୁଶୁଡ଼ିଲା ତୋରଣ । ଖାନ୍ ନଗର ଦଶହରାରେ ନିର୍ମିତ ତୋରଣ ଭୁଶୁଡ଼ି ପଡ଼ିଛି । ନେତାଜୀ ବସ୍ ଟର୍ମିନାଲ ନିକଟରେ ହିଁ ଭୁଶୁଡ଼ିଛି ସୁଉଚ୍ଚ ତୋରଣ । ତେବେ ତୋରଣ ତଳେ ଗୋଟିଏ କାର୍, ୩ଟି ବାଇକ୍ ଚାପି ହୋଇଥିବା ସୂଚନା ମିଳିଛି । ତୋରଣ ଭୁଶୁଡ଼ିବା ଫଳରେ ବସ୍ ଟର୍ମିନାଲକୁ ବସ୍ ଚଳାଚଳ ବ୍ୟାହତ ରହିଛି ।

ଅଧିକ ପଢ଼ନ୍ତୁ: ଧରାପୃଷ୍ଠକୁ ଆସି ମାମଲାରେ ଫସିଛନ୍ତି ମା’ ଦୁର୍ଗା, ମଣ୍ଡପ ଜାଗା ବିବାଦରୁ ହୋଇପାରୁନି ଦେବୀଙ୍କ ବିସର୍ଜନ

ସେପଟେ ଗତ କିଛିଦିନ ତଳେ ରାଜଧାନୀରେ ମଧ୍ୟ ଦୁର୍ଗାପୂଜା ପେଣ୍ତାଲ୍ ଭୁଶୁଡ଼ି ପଡ଼ିଥିଲା । ପୂଜା ପୂର୍ବରୁ ଗତ ୬ ତାରିଖରେ ଭୁବନେଶ୍ୱର ରସୁଲଗଡ ଦୁର୍ଗା ପୂଜା ଲାଇଟ ଗେଟ ଭୁଶୁଡ଼ି ପଡ଼ିଥିଲା । ୩୦ ଫୁଟ ଉଚ୍ଚର ଉକ୍ତ ଗେଟ୍‌ଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିଲା । ଅପରାହ୍ନରେ ହୋଇଥିବା ବର୍ଷାର ପ୍ରଭାବରେ ଏଭଳି ହୋଇଥିବା କହିଥିଲେ ପୂଜା କର୍ମକର୍ତ୍ତା ।

ସେପଟେ ଓଡ଼ିଶାକୁ ଅକ୍ଟୋବରରେ ପୁଣି ବାତ୍ୟା ଛନକା ଘାରିଛି । ୨୦ରେ ଘୂର୍ଣ୍ଣିବଳୟ, ୨୨ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ପରେ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ଅବପାତ ହେବ ନା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ସେନେଇ ଦେଖାଦେଇଛି ସସପେନ୍‌ସ ।

ବାତ୍ୟା ସନ୍ଦେହ ଏଥିପାଇଁ ଉପୁଜିଛି, କାହିଁକି ନା କିଛି ବିଦେଶୀ ମଡେଲ୍ ଘୂର୍ଣ୍ଣିବଳୟ ପରେ ବାତ୍ୟା ରୂପ ନେବ ବୋଲି ଆକଳନ କରୁଛନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ-IMD ଏଯାଏଁ ବାତ୍ୟା ନେଇ କୌଣସି ଆକଳନ କରିନାହିଁ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି ।

୨୨ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଏବଂ ୨୪ରେ ଅଧିକ ବର୍ଷାର ସମ୍ଭାବନା ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now