/odishatv-khabar/media/media_files/2025/10/01/durga-puja-2025-10-01-21-17-03.jpg)
Durga Puja Photograph: (OTV)
ମହାନବମୀରେ ମହାଆଡ଼ମ୍ବରରେ ହୋଇଛି ମହାମାୟୀଙ୍କ ପୂଜା, ଆରାଧନା। ଚଣ୍ଡିପାଠ ଓ ମନ୍ତ୍ରୋଚାରଣରେ କମ୍ପିଛି ପୂଜା ମଣ୍ଡପ। ମାଙ୍କ ଦର୍ଶନ ଲାଗି ମଣ୍ଡପ ଓ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ନବମୀର ପରମ୍ପରା ଅନୁସାରେ ଆଜି ବଙ୍ଗୀୟ ରୀତିନୀତି ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି କନ୍ୟା ପୂଜନ ନୀତି।
ସେପଟେ ପଶ୍ଚିମ ଓଡ଼ିଶାର ପାଟଣାଗଡ଼ରେ ବଏଲ ଯାତ୍ରା ଓ ସୋନପୁରରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ମହାବଳି ଯାତ୍ରା।...ସେପଟେ ଆସନ୍ତାକାଲି ଦଶମୀରେ ହେବ ରାବଣପୋଡ଼ି ଉତ୍ସବ।
ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା। ଚଣ୍ଡୀପାଠ ଓ ମନ୍ତ୍ର ଉଚ୍ଚାରଣରେ ମୁଖରିତ ଚତୁର୍ପାଶ୍ବ। ଘଣ୍ଟ, ଘଣ୍ଟା ଓ ଶଙ୍ଖ ଧ୍ୱନି ଭିତରେ ଭବ୍ୟ ଓ ଭକ୍ତିମୟ ପରିବେଶ।
ଟ୍ବିନ ସିଟି ସମେତ ରାଜ୍ୟର ବିଭିନ୍ନ ମଣ୍ଡପରେ ଆଜି ମହାଆଡ଼ମ୍ବରରେ ହୋଇଛି ମାଆଙ୍କ ମହାନବମୀ ପୂଜା। ପ୍ରଥମେ ସୂର୍ଯ୍ୟପୂଜା, ପଞ୍ଚକର୍ମ, ମହାସ୍ନାନ ଏବଂ ପରେ ଉପଚାର ପୂଜା କରାଯାଇ ସଂଧ୍ୟାରେ ହୋଇଛି ପୂର୍ଣ୍ଣାହୂତି।
ଏପଟେ ମଝିରେ ମଝିରେ ବର୍ଷା ସତ୍ତ୍ବେ ସକାଳୁ ସଂଧ୍ୟା ଯାଏଁ ଜଗତଜନନୀଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଲାଗି ରହିଛି ଭକ୍ତଙ୍କ ଗହଳି ଚହଳି। ମାଆଙ୍କ ଆଶୀର୍ବାଦ ନେବାକୁ ସବୁ ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।...
ନବମୀରେ ବିଭିନ୍ନ ପରମ୍ପରା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଭିନ୍ନ ଭିନ୍ନ ରୀତି ଓ ନୀତି। କଟକ ଅଲିଶା ବଜାରରେ ମାଆଙ୍କ ନିକଟରେ ଲାଗି ହୋଇଛି ମାଛ ଭୋଗ। ଏଥିପାଇଁ ସକାଳୁ ମାଛ ଘାଣ୍ଟ ଲାଗି ଆରମ୍ଭ ହୋଇଥିଲା ବିରାଟ ପ୍ରସ୍ତୁତି। ଏପଟେ ରାଜ୍ୟର କିଛି ଅଞ୍ଚଳରେ ନବମୀରେ ନବ କୁମାରୀ ପୂଜାର ଆୟୋଜନ କରାଯାଇଛି। ଭୁବନେଶ୍ବର ଝାରପଡା ଦୁର୍ଗା ପୂଜା ମଣ୍ଡପରେ ୯ ଜଣ କୁମାରୀଙ୍କୁ ଦେବୀ ରୂପେ ପୂଜାର୍ଚ୍ଚନା କରାଯାଇଛି।
ସେହିଭଳି ବାଲେଶ୍ବରରେ ଘରେ ଘରେ କୁଆଁରୀ କନ୍ୟାମାନଙ୍କୁ ନେଇ ନବମତୃକା ପୂଜା ପରମ୍ପରା ପାଳିତ ହୋଇଛି। ଏପଟେ ଶ୍ରୀକ୍ଷେତ୍ର ପୁରୀ ଓ ମିନି ଇଣ୍ଡିଆ ରାଉରକେଲାରେ ବି କନ୍ୟା ପୂଜନର ବିଧି ଦେଖିବାକୁ ମିଳିଛି।...
ସେପଟେ ପାଟଣାଗଡ଼ରେ ମହାସମାରୋହରେ ପାଳନ କରାଯାଇଛି 2 ହଜାର ବର୍ଷର ପୁରୁଣା ବଏଲ ଯାତ୍ରା। ଅଞ୍ଚଳବାସୀଙ୍କ ବିଶ୍ବାସ ଓ ପରମ୍ପରା ଅନୁସାରେ ବରୁଆ ଦେହରେ ଆବିର୍ଭାବ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମାଆ ପାଟଣେଶ୍ବରୀ। ଯେଉଁ ଯାତ୍ରାରେ ସାମିଲ ହୋଇଥିଲେ ପାଟଣାଗଡ଼ର ରାଜା ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ।
ସେହିଭଳି ସୋନପୁରରେ ବି ସମାନ ପରମ୍ପରାରେ ମା ଖମ୍ବେଶ୍ବରୀଙ୍କ ପୀଠରେ ପାଳିତ ହୋଇଛି ମହାବଳି ଯାତ୍ରା। ଏହି ଅବସରରେ ମାଆ ଖମ୍ବେଶ୍ବୀରଙ୍କ ପୀଠରୁ ବିଶାଳ ଶୋଭାଯାତ୍ରାରେ ସୁରେଶ୍ବରୀଙ୍କ ମନ୍ଦିରକୁ ଯାଇଥିଲା ମହାବଳି। ଯେଉଁଥିରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ।...
BJD Politics See Fresh Trend, Pandian Targeted: ବିଜେଡି ରାଜନୀତିରେ ନୂଆ ଟ୍ରେଣ୍ଡ୍, ପାର୍ବଣରେ ପୁରାଣ ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ତେରଛା ବାଣ

Massive SI Recruitment Scam Uncovered: ପୋଲିସ SI ଚାକିରି ପାଇଁ ଚଞ୍ଚକତାର ଫିଟୁଛି ଗୁମର, ପ୍ରାର୍ଥୀ ପିଛା ହୋଇଥିଲା ୨୫ ଲକ୍ଷର ଡିଲ୍

Heavy Rains, Gusty Winds on Dussehra: ଦଶମୀକୁ ଧୋଇବ ଭସାଣରେ ଭସେଇବ, ବର୍ଷା ପବନରେ କଟକରେ ଭୁଶୁଡ଼ିଲା ଲାଇଟ୍ ଗେଟ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)