/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666528379.jpg)
Deepawali is not celebrated in these places of india, why
ଦୀପାବଳିକୁ ଭାରତରେ ଖୁବ୍ ଧୁମ୍ଧାମରେ ପାଳନ କରାଯାଏ। ପ୍ରତିବର୍ଷ ଲୋକମାନେ ଆଲୋକର ଏହି ପର୍ବ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ହିନ୍ଦୁ ଧର୍ମରେ ଦୀପାବଳି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ଦିନ ଲୋକେ ମା’ କାଳୀଙ୍କୁ ପୂଜା କରନ୍ତି। ଏହା ବ୍ୟତୀତ ଲୋକମାନେ ନିଜ ଘର ଏବଂ ମନ୍ଦିରରେ ଦୀପ ଜାଳନ୍ତି। ଭାରତ ବ୍ୟତୀତ ଏହାକୁ ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ।
ଏହି ଭାରତରେ କିନ୍ତୁ ଅନେକ ସ୍ଥାନ ଅଛି ଯେଉଁଠାରେ ଦୀପାବଳି ପର୍ବ ପାଳନ କରାଯାଏ ନାହିଁ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ। ତେବେ ଆସନ୍ତୁ ଜାଣିବା ଆଲୋକର ଏହି ପର୍ବକୁ କାହିଁକି ଭାରତର ଏହି ସ୍ଥାନମାନଙ୍କରେ ପାଳନ କରାଯାଏ ନାହିଁ ଏବଂ ଏହା ପଛରେ କ’ଣ ରହିଛି ବିଶ୍ୱାସ?
ଦୀପାବଳି କାହିଁକି:
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀରାମ ରାବଣକୁ ହତ୍ୟା କରିବା ପରେ କାର୍ତ୍ତିକ ଅମାବାସ୍ୟା ଦିନ ମାତା ସୀତା ଏବଂ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟାକୁ ଫେରିଥିଲେ। ଭଗବାନ ରାମଙ୍କୁ ଅଯୋଧ୍ୟାକୁ ସ୍ୱାଗତ କରିବା ପାଇଁ ପ୍ରଜାମାନେ ଦୀପ ଜାଳି ଦୀପାବଳି ପାଳନ କରିଥିଲେ। ସେବେଠାରୁ ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ଦିନ ଏହି ପର୍ବ ପାଳନ କରାଯାଏ।
ଦୀପାବଳି ଏଠାରେ କାହିଁକି ପାଳନ କରାଯାଏ ନାହିଁ:
ଦୀପାବଳି ଭାରତର କେରଳରେ ପାଳନ କରାଯାଏ ନାହିଁ। କେବଳ କୋଚି ସହରରେ ଏହି ପର୍ବ ପାଳନ କରାଯାଏ। ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ ଯେ ଏହି ରାଜ୍ୟରେ ଲୋକମାନେ କାହିଁକି ଦୀପାବଳି ପାଳନ କରନ୍ତି ନାହିଁ? ଏଠାରେ ଦୀପାବଳି ପାଳନ ନ କରିବା ପଛରେ ଅନେକ କାରଣ ଅଛି।
କୁହାଯାଏ ଦୀପାବଳି ଦିନ କେରଳର ରାଜା ମହାବାଲିଙ୍କର ମୃତ୍ୟୁ ହୋଇଥିଲା। ଏହି କାରଣରୁ, ସେହି ଦିନଠାରୁ ଏଠାରେ ଦୀପାବଳି ପାଳନ କରାଯାଏ ନାହିଁ। କେରଳରେ ଦୀପାବଳି ପାଳନ ନ କରିବାର ଦ୍ୱିତୀୟ କାରଣ ହେଉଛି ଏଠାରେ ହିନ୍ଦୁ ଧର୍ମର ବହୁତ କମ୍ ଲୋକ ବାସ କରନ୍ତି। ଏହା ମଧ୍ୟ କୁହାଯାଏ ଯେ ଏହି ସମୟରେ ରାଜ୍ୟରେ ବର୍ଷା ହୁଏ। ଏହି କାରଣ ଦୀପ ଜଳେ ନାହିଁ କି ବାଣ ଫୁଟେ ନାହିଁ।
ତାମିଲନାଡୁର କେତେକ ସ୍ଥାନରେ ମଧ୍ୟ ଦୀପାବଳି ପାଳନ କରାଯାଏ ନାହିଁ। ଏଠାରେ ଲୋକମାନେ ନରକ ଚତୁର୍ଦଶୀକୁ ବହୁତ ବଡ଼ ଧୁମଧାମରେ ପାଳନ କରନ୍ତି। ବିଶ୍ୱାସ କରାଯାଏ ଯେ ଭଗବାନ କୃଷ୍ଣ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ନରକାସୁରକୁ ବଦ୍ଧ କରିଥିଲେ। ଏହି ଦିନକୁ ଏଠରେ ‘ଛୋଟି ଦିୱାଲୀ’ ଭାବରେ ପାଳନ କରାଯାଏ।
ODI Series: ନିରାଶ କଲେ ରୋହିତ-କୋହଲି... କମ୍ ବ୍ୟାକରେ ଫେଲ୍ ମାରିଲେ

Khazana Opened After 54 Years: ୫୪ ବର୍ଷ ପରେ ଖୋଲିଲା କବାଟ, ବାହାରିଲା....

Supernatural Mystery: ରହସ୍ୟ ଏବଂ ରୋମାଞ୍ଚକର କାହାଣୀ, ଯୋଉଠୁ ଆରମ୍ଭ ସେଇଠି ଶେଷ

Sex Racket in Bhubaneswar: ବାହାରେ ଲୁଗା ଗୋଦାମ, ଭିତରେ ସେକ୍ସ ରାକେଟ୍ ...ରଙ୍ଗ ମହଲର ରାଣୀ ମହୁମାଛି ମଞ୍ଜୁ ସେଠୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)