• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାରତର ସୀମାକୁ କେହି ନଜର ପକାଇଲେ ଆମ ସଶସ୍ତ୍ର ବାହିନୀ ସେମାନଙ୍କୁ ମୁହଁତୋଡ଼ ଯବାବ ଦେବେ । ଆମେ ଯୁଦ୍ଧର ବିରୋଧୀ ହୋଇଥିଲେ ବି ସାମର୍ଥ୍ୟ ବିନା ଶାନ୍ତି ସମ୍ଭବ ନୁହେଁ । ଆଜି ଜାମ୍ମୁ ଓ କାଶ୍ମୀରର କାର୍ଗିଲ ସୀମାରେ ଯବାନଙ୍କ ସହ ଦୀପାବଳି ମନାଇବା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେହିଭଳି ଭାରତର ୩ ସେନାକୁ ଆଗାମୀ ଦିନରେ ୪୦୦ ପ୍ରକାର ସ୍ୱଦେଶୀ ଅର୍ଥଶସ୍ତ୍ର ମିଳିବ ବୋଲି କହିଛନ୍ତି ମୋଦି । ସବୁବର୍ଷ ଭଳି ଏ ବର୍ଷ ବି ଦୀପାବଳି ମନାଇବାକୁ ପ୍ରଧାନମନ୍ତ୍ରୀ ଆଜି ସକାଳୁ କାର୍ଗିଲରେ ପହଞ୍ଚିଥିଲେ । କାର୍ଗିଲରେ ମୁତୟନ ହୋଇଥିବା ବୀର ଯବାନଙ୍କ ସହ ଉତ୍ସବ ମନାଇଥିଲେ । ଏହି ଅବସରରେ ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ ।

ମୋଦିଙ୍କୁ ଗହଣରେ ପାଇ ଯବାନମାନେ ପରିବେଷଣ କରିଥିଲେ ବନ୍ଦେ ମାତରଂ ସଙ୍ଗୀତ । ପ୍ରଧାନମନ୍ତ୍ରୀ ବି ସେମାନଙ୍କ ସହ ତାଳ ମିଳାଇଥିବା ଦେଖିବାକୁ ମିଳିଥିଲା । ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ଯବାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରି ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ଭାବେ ୨୦୧୪ରେ ସେ ସିଆଚିନରେ ଯବାନଙ୍କ ସହ ଆଲୋକର ପର୍ବ ଦୀପାବଳିକୁ ପାଳନ କରିଥିଲେ । ସେହିପରି ୨୦୧୯ ଓ ୨୦୨୧ରେ ଜମ୍ମୁ କାଶ୍ମୀରର ରଜୌରୀରେ ଯବାନଙ୍କ ସହ ଦୀପାବଳି ମନାଇଥିଲେ ।

୨୦୧୫ରେ ମୋଦି ପଞ୍ଜାବରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ୨୦୧୬ରେ ହିମାଚଳର କିନୌରରେ, ୨୦୧୭ ଜମ୍ମୁକଶ୍ମୀରର ଗୁରେଜ ପହଞ୍ଚିଥିଲେ। ସେହିପରି ୨୦୧୮ରେ ତିବ୍ଦତ ସୀମାରେ ପୁଲିସକର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିଥିଲେ। ୨୦୧୯ରେ ଏଲ୍‌ଓସି ଓ ୨୦୨୦ରେ ଜୈସଲମେରର ଲୋଙ୍ଗେୱାଲା ପୋଷ୍ଟରେ ସେନା ଯବାନଙ୍କ ସହ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ।

ସୂଚନା ମୁତାବକ, ଆଜି ମୋଦି ଯବାନଙ୍କୁ ସାକ୍ଷାତ କରିବା ସହ ତାଙ୍କ ସହ ମିଶି ଚା’ ପିଇବେ ଓ ଦୀପାବଳି ପାଳନ କରିବେ। ଏହାପୂର୍ବରୁ ମଧ୍ୟ ମୋଦି ଦୀପାବଳି ଅବସରରେ ସୀମାର ଭିନ୍ନ ଭିନ୍ନ ପୋଷ୍ଟରେ ସେନା ସହ ଦୀପାବଳି ପାଳନ କରିସାରିଛନ୍ତି।