Advertisment

ଅରୁଣାଞ୍ଚଳ ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ତ; ଜଳିପୋଡ଼ି ପାଉଁଶ ହୋଇଗଲା ୭୦୦ ଦୋକାନ

ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନାହାରଲାଗୁନ ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ମାର୍କେଟରେ ଥିବା ୭୦୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Arunachal Pradesh Fire

Fire Ravages

ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୭୦୦ ଦୋକାନରେ ନିଆଁ ଲାଗିଯାଇଥିଲା । ଦୀପାବଳି ପାଇଁ ବାଣ ଫୁଟାଯାଇଥିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିବାବେଳେ, ଭୋର ପ୍ରାୟ ୪ଟା ବେଳେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିବା ପୋଲିସ ଅଧିକାରୀ କହିଛନ୍ତି ।

Advertisment

ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦୋକାନଗୁଡ଼ିକ ବାଉଁଶ ଓ କାଠରେ ତିଆରି ହୋଇ ଶୁଖିଲା ଦ୍ରବ୍ୟରେ ଭର୍ତ୍ତି ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା ।  ତେବେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କା କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି । ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେମାନେ ନିଆଁ ବିଷୟରେ ସୂଚନା ପାଇଲେ । ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ ।

ଭୋର ସମୟରେ ଦୋକାନ ଗୁଡ଼ିକ ବନ୍ଦ ଥିଲା। ସେହିପରି ମାର୍କେଟରେ କୌଣସି ଲୋକ ନଥିବାରୁ ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି। ତେବେ ୭୦୦ ଦୋକାନରେ ଥିବା ସମସ୍ତ ଜନିଷପତ୍ର ନିଆଁର ଆଁରେ ପୋଡ଼ି ହୋଇ ପାଉଁଶ ହୋଇଯାଇଛି। ସ୍ଥିତି ଏପରି ହୋଇଥିଲା ଯେ ଆଖି ପିଛୁଳାକେ ୭୦୦ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁ ବ୍ୟାପିବାରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ମଧ୍ୟ ଘିଅ ଢାଳିବା କାମ କରିଥିଲା। ଦୋକାନୀମାନେ ବିସ୍ଫୋରଣ ଯୋଗୁ ମାର୍କେଟ ଭିତରକୁ ପଶିବାକୁ  ସାହାସ ଦେଖାଇ ପାରି ନଥିଲେ।

Advertisment

୩ଟି ଅଗ୍ନିଶମ ଗାଡ଼ି ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ନିଆଁ ପ୍ରକୃତରେ କେମିତି ଲାଗିଲା, ସେ ବିଷୟରେ ପୋଲିସ୍‌ କିଛି ବି କହିନି। ସେହିପରି ୭୦୦ ଦୋକାନ ପୋଡ଼ି ଯିବା ଦ୍ୱାରା କେତେ ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି, ସେକଥା ମଧ୍ୟ ପୋଲିସ କହିନି।

Diwali 2022 Fire Crackers
Advertisment
Advertisment