Advertisment

ଆଉ ଅପରାଜେୟ ନୁହେଁ ବିଜେଡି, ଭବିଷ୍ୟତ ରାଜ୍ୟ ରାଜନୀତିକୁ ନେଇ ବଢ଼ିଲା କଳ୍ପନାଜଳ୍ପନା

ନବୀନ ମ୍ୟାଜିକର କିଛି ବି ତୋଡ଼ ନାହିଁ। ହେଲେ ଏସବୁ ଭୁଲ୍ ବୋଲି ଆଜି ପ୍ରମାଣ କରିଦେଇଛନ୍ତି ଧାମନଗର ଭୋଟର୍।

author-image
Chandan Shishu
BJP retains Odisha's Dhamnagar Assembly seat

BJP retains Odisha's Dhamnagar Assembly seat

ବିଜେଡି ଉପନିର୍ବାଚନ ବିଜୟ ଧାରାରେ ବଡ଼ ବ୍ରେକ୍। ଧାମନଗରର ଅପ୍ରତ୍ୟାଶିତ ଫଳାଫଳ ଦଳକୁ ଦେଇଛି ଶକ୍ତ ଧକ୍କା। ୨୦୦୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ କୌଣସି ଉପନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛି ବିଜେଡି, ଫୁସକି ଯାଇଛି ଶଙ୍ଖ। ପ୍ରମାଣିତ ହୋଇଛି- ବିଜେଡି ନା ତ ଅପରାଜେୟ, ନା ହିଁ ଅପ୍ରତିଦ୍ୱନ୍ଦ୍ୱୀ। ନବୀନଙ୍କ ପଞ୍ଚମ ପାଳିରେ ଧାମନଗରକୁ ଛାଡ଼ି ୨୦୧୯ ଠୁ ୨୦୨୨ ଭିତରେ ରାଜ୍ୟର ୫ଟି ଆସନରେ ହୋଇଥିଲା ଉପନିର୍ବାଚନ।

Advertisment

୨୦୧୯ରେ ବିଜେପୁର, ୨୦୨୦ରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ, ୨୦୨୧ରେ ପିପିଲି ଏବଂ ଚଳିତବର୍ଷ ମେରେ ବ୍ରଜରାଜନଗର ୫ଟି ଯାକ ବାଇଲେକ୍ସନରେ କହିବାକୁ ଗଲେ ବିଜେଡି ଏକତରଫା ବିଜୟ ହାସଲ କରିଥିଲା। ଲାଗୁଥିଲା ଯେମିତି ନବୀନ ମ୍ୟାଜିକର କିଛି ବି ତୋଡ଼ ନାହିଁ। ହେଲେ ଏସବୁ ଭୁଲ୍ ବୋଲି ଆଜି ପ୍ରମାଣ କରିଦେଇଛନ୍ତି ଧାମନଗର ଭୋଟର୍। 

ଧାମନଗର ରାୟ କେବଳ ବିଜେଡିର ବିଜୟ ଧାରାରେ ବ୍ରେକ୍ ଲଗାଇନି, ଭବିଷ୍ୟତର ରାଜ୍ୟ ରାଜନୀତି, ବିଶେଷ କରି ୨୦୨୪ ନିର୍ବାଚନ ପାଇଁ ଦେଇଛି ବ଼ଡ ସଂକେତ। ନଜର ପକାନ୍ତୁ ସେହିଭଳି ୭ ପ୍ରମୁଖ ସଂକେତ ଉପରେ:-
୧. ବିଜେଡି ଅପରାଜେୟ ନୁହେଁ 
୨. ସବୁବେଳେ କାମ ଦେବନି ଟଙ୍କା ଓ ସରକାରୀ କଳର ସହଯୋଗ 
୩. ସ୍ଥାନୀୟ ସଂଗଠନ ଓ ନେତାଙ୍କୁ ଅଣଦେଖା ପଡ଼ିପାରେ ମହଙ୍ଗା
୪. ଅଯଥା ପତିଆରାକୁ ସବୁବେଳେ ସହିବେନି ଜନତା
୫. ଆଉ କୋଳାକୋଳି ନୁହେଁ, ଏଥର ଆମ୍ନାସାମ୍ନା ଲଢ଼େଇ
୬. ପଦ୍ମପୁର ଉପନିର୍ବାଚନରେ ପଡ଼ିପାରେ ବଡ଼ ପ୍ରଭାବ
୭. ୨୪ ନିର୍ବାଚନରେ ଓଲଟପାଲଟ ହୋଇପାରେ ଗଣିତ

Advertisment

ବିଜେଡିକୁ ଲାଗିଥିବା ଆଜିର ଝଟକା ବିରୋଧୀଙ୍କୁ ଉତ୍ସାହିତ କରିଛି ସତ, ହେଲେ ବିଜେପି ଏଥିରେ ଉତ୍ସାହିତ ନହୋଇ ଆଗାମୀ ଦିନର ବଡ଼ ଲଢ଼େଇ ପାଇଁ ନିଜକୁ କିଭଳି ପ୍ରସ୍ତୁତ କରୁଛିଛ। ତା ଉପରେ ନଜର। 

Dhamnagar Bypoll
Advertisment
Advertisment