/odishatv-khabar/media/media_files/2025/11/25/cyclone-2025-11-25-20-37-49.jpg)
CYCLONE Photograph: (OTV)
ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ଏବେ ୨ଟି ସିଷ୍ଟମ ସକ୍ରିୟ ରହିଛି। ଗୋଟିଏ ପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ଅବପାତ, ଆରପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଗକୁ ବଢୁଛି। ଆସନ୍ତା ୨ ଦିନରେ ଦୁଇଟି ଯାକ ସିଷ୍ଟମ ଅଧିକ ଘନୀଭୂତ ହେବେ।
ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି, ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ। ସମ୍ଭାବ୍ୟ ସାଇକ୍ଲୋନର ବେଶୀ ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ୨ଟିଯାକ ସିଷ୍ଟମର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। ସପ୍ତାହେ ଯାଏଁ ରାଜ୍ୟରେ ନାହିଁ ବର୍ଷା ଆଶଙ୍କା। ...
ବଙ୍ଗୋପସାଗରରେ ୪୮ ଘଣ୍ଟାରେ ହେବ ବାତ୍ୟା ! ସମଦ୍ରରେ ଦୁଇଟି ସିଷ୍ଟମ୍ ସକ୍ରିୟ । ଗୋଟିଏ ଅବପାତ, ଆଉ ଗୋଟିଏ ଲଘୁଚାପ । ମଲାକ୍କା ସମୁଦ୍ର ସନ୍ଧିରେ ଡିପ୍ରେସନ୍ । ଶ୍ରୀଲଙ୍କା ପାଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ଦୁଇଟି ସିଷ୍ଟମରୁ ଗୋଟିଏ ବାତ୍ୟା ରୂପ ନେବା ନିଶ୍ଚିତ !
ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଆସୁଛି
ମଲ୍ଲାକା ଉପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଅବପାତ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ମାଡ଼ି ଆସୁଛି। ଯେତିକି ଆଗକୁ ବଢୁଛି, ସମୁଦ୍ରରୁ ବଳ ଗୋଟାଇ ସେତିକି ଶକ୍ତି ଜୁଟାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ ଘଣ୍ଟା ଯାଏଁ ପଶ୍ଚିମ ଦିଗରେ ଗତି ଜାରି ରଖିବ ଅବପାତ। ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ। ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ହୋଇପାରେ ସାଇକ୍ଲୋନ୍।
କୋମୋରିନ୍ ଓ ଶ୍ରୀଲଙ୍କା ପାଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ବି ଅଧିକ ଘନୀଭୂତ ହେଉଛି। ୪୮ ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇପାରେ। ଏହି ସିଷ୍ଟମ ଆଗକୁ କି ରୂପ ନେବ, କଣ ପ୍ରଭାବ ରହିବ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରିନି। କିନ୍ତୁ ପାଣିପାଗ ବିଜ୍ଞାନୀଙ୍କ ମତରେ, ମାଲ୍ଲକା ଉପରେ ସକ୍ରିୟ ସିଷ୍ଟମ ସେତେ ଅଗ୍ରସର ହୋଇ ନପାରେ। ଶ୍ରୀଲଙ୍କା ପାଖରେ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୨୮ କିମ୍ବା ୨୯ ବେଳକୁ ତାମିଲନାଡୁ ଉପକୂଳ ପାଖରେ ଥିବା ବେଳେ ବାତ୍ୟାରେ ପରିଣତ ହୋଇପାରେ। ତାମିଲନାଡୁ ଓ ଆନ୍ଧ୍ରରେ ବେଶୀ ପ୍ରଭାବ ଦେଖାଇପାରେ ସମ୍ଭାବ୍ୟ ସାଇକ୍ଲୋନ୍। ...
ବଙ୍ଗୋପସାଗରରେ ଦୁଇଟି ସିଷ୍ଟମକୁ ନେଇ ଛନକା ବଢ଼ିଛି। ବାତ୍ୟା ହେଲେ କୁଆଡ଼େ ଯିବ ? କେଉଁଠି ମାଡ଼ ହେବ ? କିଭଳି ତାଣ୍ଡବ ରଚିବ ? ନା ଉପକୂଳ ଛୁଇଁବା ଆଗକୁ ଦୁର୍ବଳ ପଡ଼ିବ ? ଓଡ଼ିଶାରେ ଶୀତ ଦିନିଆ ବ୍ୟାତ୍ୟାର କିଭଳି ରହିବ ପ୍ରଭାବ ? ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦୁଇଟି ସିଷ୍ଟମର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ। କିଛି ସ୍ଥାନରେ ମେଘୁଆ ପାଗ ସହ ଶୀତର ପ୍ରଭାବ ସାମାନ୍ୟ ରହିବ। ଆସନ୍ତାକାଲିଠୁ ୨ରୁ ୩ ଡିଗ୍ରୀ କମିବ ପାରଦ। ସପ୍ତାହେ ଯାଏଁ ରାଜ୍ୟକୁ ବର୍ଷା ଭୟ ନାହିଁ। ...
ଗତ ମାସରେ ବାତ୍ୟା ମୋନ୍ଥା ଆନ୍ଧ୍ର ଉପକୂଳକୁ ହିଟ୍ କରି ପ୍ରବଳ ତାଣ୍ଡବ ରଚିଥିଲା। ଏବେ ପୁଣି ବାତ୍ୟା ଛନକା ବଢାଇଥିବା ବେଳେ ମଡେଲ୍ ସମ୍ଭାବ୍ୟ ସାଇକ୍ଲୋନ୍ ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ପଡ଼ିପାରେ ବୋଲି ପୂର୍ବାନୁମାନ କରୁଛନ୍ତି। ...
Debashish Slams Pandian: ପାଣ୍ଡିଆନଙ୍କୁ ଦେବାଶିଷଙ୍କ ନିଶାନା, ବିଜେଡିକୁ ଏବେ ବି ଚଳାଉଛନ୍ତି ଭୈରବ

No Celebrations, Only Condolences: ଶୁଭେଚ୍ଛା ବଦଳରେ ଫ୍ୟାନ୍ ଦେଉଛନ୍ତି ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି, ତେଜିଲା ଦୁଇ ମ୍ୟାନେଜରଙ୍କ ବିରୋଧରେ ତଦନ୍ତ ଦାବି

Is the Grave Crying Too: ସତରେ କଣ ସମାଧି ନିକଟରେ ଶୁଭୁଛି କାନ୍ଦ ? ଆଜି ହ୍ୟୁମାନଙ୍କ ଜନ୍ମଦିନ

Emotional Goodbye: ମନେ ପକାଉଛନ୍ତି ଫ୍ୟାନ୍ସ, ଆଖିରେ ଲୁହ ଦେଇ ଯାଇଛନ୍ତି ହ୍ୟୁମାନ୍

Zubeen Garg’s Death Was No Accident: ଜୁବୀନ ଗର୍ଗଙ୍କ ମୃତ୍ୟୁ ସାଧାସିଧା ହତ୍ୟା, ଜଣେ ମାରିଛନ୍ତି ଓ ଅନ୍ୟମାନେ ସାହାଯ୍ୟ କରିଛନ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)