Advertisment

cyclone 'Senyar' formed: ସୃଷ୍ଟି ହେଲା ବାତ୍ୟା 'ସେନୟାର୍': ସୂଚନା ଦେଲା ପାଣିପାଗ ବିଭାଗ

ମାଲାକ୍କା ଓ ଉତ୍ତର ପୂର୍ବ ଇଣ୍ଡୋନେସିଆ ମଧ୍ୟରେ ସୃଷ୍ଟି ହେଲା ବାତ୍ୟା 'ସେନୟାର୍'। ଇଣ୍ଡୋନେସିଆ ଠାରୁ ପୂର୍ବରେ ୧୦୦ କିମି ଦୂରରେ 'ସେନୟାର୍'। ମାଲେସିଆ ଠାରୁ ୬୦୦ କିମି ଦୂରରେ ରହିଛି।

author-image
Chinmayee Sahoo
Cyclone

Cyclone Photograph: (OTV)

ସୃଷ୍ଟିହେଲା ବାତ୍ୟା 'ସେନୟାର୍ '। ମାଲାକ୍କା ପ୍ରଣାଳୀ ଓ ତତ୍ ସଂଲଗ୍ନ ଉତ୍ତର ପୂର୍ବ ଇଣ୍ଡୋନେସିଆ ମଧ୍ୟରେ ଏହି ବାତ୍ୟା 'ସେନୟାର୍ ' ସୃଷ୍ଟି ହୋଇଛି । ମାଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହୋଇଛି ।

Advertisment

ଏହି ବାତ୍ୟା ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ୧୦୦ କିମି ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କିମି ଦୂରରେ ରହିଛି । ଏହା କ୍ରମେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପୂର୍ବ ଦିଗରେ ଗତି କରିବ । ସେହିପରି ଅନ୍ୟ ଏକ ସିଷ୍ଟମରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇଛି ।

ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ୱେଲ୍ ମାର୍କଡ୍ ଲୋ ପ୍ରେସର୍ ଓ ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅବପାତର ରୂପ ନେବ । ତେବେ ଏହି ଦୁଇଟି ସିଷ୍ଟମ ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ପଡ଼ିନପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

•    ସୃଷ୍ଟି ହେଲା ବାତ୍ୟା 'ସେନୟାର୍ '
•    ମାଲାକ୍କା ଓ ଉତ୍ତର ପୂର୍ବ ଇଣ୍ଡୋନେସିଆ ମଧ୍ୟରେ ସୃଷ୍ଟି ହେଲା ବାତ୍ୟା 'ସେନୟାର୍ ' 
•    ଇଣ୍ଡୋନେସିଆ ଠାରୁ ପୂର୍ବରେ ୧୦୦ କିମି ଦୂରରେ 'ସେନୟାର୍ '
•    ମାଲେସିଆ ଠାରୁ ୬୦୦ କିମି ଦୂରରେ ରହିଛି 
•    ଏହା କ୍ରମେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ
•    ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହେଲା ଶ୍ରୀଲଙ୍କା ନିକଟ ସିଷ୍ଟମ୍ 
•    ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅବପାତର ରୂପ ନେବ
•    ସୂଚନା ଦେଲା ପାଣିପାଗ ବିଭାଗ

Cyclone
Advertisment