Advertisment

Twin Systems over Bay of Bengal Raise Alarm: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସାଇକ୍ଲୋନ୍! ଗଭୀର ଅବପାତରେ ପରିଣତ ହେଲା ଅବପାତ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସାଇକ୍ଲୋନ୍। ଗଭୀର ଅବପାତରେ ପରିଣତ ହେଲା ଅବପାତ। ଆଜି ପୂର୍ବାହ୍ନରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ। IMD କିଛି ସ୍ପଷ୍ଟ କରିନାହିଁ।

author-image
Chinmayee Sahoo
Cyclone

Cyclone Photograph: (OTV)

ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ। ମାଲାକ୍କା ପ୍ରଣାଳୀ ଉପରେ ଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆଜି ପୂର୍ବାହ୍ନରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ତେବେ କ’ଣ ରହିବ ଗତିପଥ ? ଓଡ଼ିଶାରେ କି ପ୍ରଭାବ ପକାଇବ ଶୀତକାଳୀନ ସାଇକ୍ଲୋନ୍ ? ଆନ୍ଧ୍ର ମୁହାଁ ହେବ ନା ତାମିଲନାଡୁ ? ବଢ଼ି ଚାଲିଛି ନାନା ଶଙ୍କା। ଏନେଇ IMD ମଧ୍ୟ ସ୍ପଷ୍ଟ କରିନାହିଁ।

Advertisment

ତେବେ ଅନ୍ୟ ଏକ ସିଷ୍ଟମରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ୱେଲ୍ ମାର୍କଡ୍ ଲୋ ପ୍ରେସର୍ ଓ ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅବପାତର ରୂପ ନେବ । ତେବେ ଏହି ଦୁଇଟି ସିଷ୍ଟମ ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ପଡ଼ିନପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

•    ସୃଷ୍ଟି ହେଲା ଗଭୀର ଅବପାତ
•    ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସାଇକ୍ଲୋନ୍
•    ଗଭୀର ଅବପାତରେ ପରିଣତ ହେଲା ଅବପାତ
•    ଆଜି ପୂର୍ବାହ୍ନରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ 
•    ଆନ୍ଧ୍ର ମୁହାଁ ହେବ ନା ତାମିଲନାଡୁ ? ବଢ଼ି ଚାଲିଛି ନାନା ଶଙ୍କା
•    ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହେଲା ଶ୍ରୀଲଙ୍କା ନିକଟରେ ସୃଷ୍ଟ ସିଷ୍ଟମ୍ 
•    ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅବପାତର ରୂପ ନେବ

Advertisment
Cyclone
Advertisment