• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Coronavirus

coronavirus
ଦେଶରେ ପୁଣି ଥରେ ବଢୁଛି ସଂକ୍ରମଣ। ୨୪ ଘଣ୍ଟାରେ ୪୧ ହଜାର ୬୪୯ ଆକ୍ରାନ୍ତ ହେଲେ ଚିହ୍ନଟ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ତେବେ ଏହାରି ମଧ୍ୟରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ଦେଶରେ ବର୍ତ୍ତମାନ ୩,୧୬,୫୫,୮୨୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୨୪,୩୫୧ରେ ପହଞ୍ଚିଲାଣି। ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ବି ଦେଶରେ ୪,୧୦,୯୫୨ ଆକ୍ଟିଭ୍‌ କେସ ରହିଛି। ଆଉ ଏହାରି ମଧ୍ୟରେ ୪୭,୦୨,୯୮,୫୯୬ଜଣ କରୋନା ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛି।

who
ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ ନକଲେ ମାରାତ୍ମକ ହୋଇପାରେ ଡେଲଟା ଭାରିଏଣ୍ଟ୍

କରୋନା ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଡେଲଟା ଭାରିଏଣ୍ଟ୍ ଏବଂ ନୂଆ ନୂଆ ଭାରିଏଣ୍ଟ୍ ବର୍ତ୍ତମାନ ତୁଳନାରେ ଅଧିକ ମାରାତ୍ମକ ହୋଇପାରନ୍ତି ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡେଲଟା ଭାରିଆଣ୍ଟ ସମସ୍ତଙ୍କ ପାଇଁ ଏକ ଚେତାବନୀ ।

delta varinet
ଚୀନରେ ଡେଲଟା ଭାରିଏଣ୍ଟ୍ ଆତଙ୍କ : ଦ୍ରୁତ ଗତିରେ ବ୍ୟାପୁଛି ଭାଇରସ୍

ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଚୀନର ରାଜଧାନୀ ବେଜିଂ ସମେତ ୧୫ଟି ସହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର ୨୦୧୯ରେ ଉହାନରେ ଭାଇରସ୍ ପ୍ରକୋପ ପରେ ସରକାରୀ ମିଡିଆ ଏହାକୁ ସବୁଠାରୁ ବ୍ୟାପକ ରୋଗ ସଂକ୍ରମଣ ବୋଲି କହିଛି ।

DENGUE_03
ଜ୍ୱର ହେଲେ ମେଡ଼ିକାଲ ରେ ହେବ ୨ ଟେଷ୍ଟ, ଚିନ୍ତା ବଢାଉଛି ଡେଙ୍ଗୁ

କରୋନା ସମୟରେ ଜଳବାହିତ ରୋଗ ଏବଂ ମଶାମାନଙ୍କ ଦ୍ୱାରା ସୃଷ୍ଚି ହେଉଥିବା ରୋଗକୁ ନେଇ ବଢ଼ିଲା ଚିନ୍ତା । କାରଣ କୌଣସି କରୋନା ଆକ୍ରାନ୍ତ ମଶା ଦ୍ୱାରା ହେଉଥିବା ଡେଙ୍ଗୁ କି ଚିକନ୍‌ଗୁନିଆ ଭଳି ରୋଗ କିମ୍ବା ଜଳବାହିତ ରୋଗର ଶିକାର ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସଜାଗ ରହିବାକୁ ସବୁ ରାଜ୍ୟକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଉଚ୍ଚରେ ଥିବା ବେଳେ ଡେଙ୍ଗୁ ଆନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବଥା ବଢ଼ିଛି।

corona positive in odisha
ଦେଶରେ ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ୪୪,୨୩୦ ଆକ୍ରାନ୍ତ ହେଲେ ଚିହ୍ନଟ

ଠିକ୍‌ ସେହିପରି, ୨୪ ଘଂଟାରେ ମୋଟ୍‌ ୪୨,୬୩୦ ଜଣ କରୋନା ଭାଇରସ୍‌ଠାରୁ ସୁସ୍ଥ ହୋଇଥିବା ବେଳେ ଦେଶର ମୋଟ୍‌ କରୋନା ଆକ୍ରାନ୍ତ ଜନିତ ସୁସ୍ଥଙ୍କ ସଂଖ୍ୟା ୩,୦୭,୪୩,୯୭୨ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୪,୦୫,୧୫୫ ଆକ୍ଟିଭ୍‌ କେସ୍‌ ରହିଛି। ଏହାସହ ଦେଶରେ ମୋଟ୍‌ ୪୬,୪୬,୫୦,୭୨୩ ନମୁନା ପରୀକ୍ଷା ସରିଥିବା ବେଳେ ଗତକାଲି ୧୮,୧୬,୨୭୭ଟି ନମୁନା ପରୀକ୍ଷା ହୋଇଛି।

corona positive in odisha
୨୪ ଘଂଟାରେ ୬୪୦ଜଣଙ୍କ ମୁଣ୍ଡ ନେଲା କରୋନା

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ସଂକ୍ରମଣ କମିବାର ଅର୍ଥ ନୁହେଁ ଆମେ କରୋନା ନିୟମ ଭୁଲିଯିବା ଏବଂ ମନଇଚ୍ଛା କାମ କରିବା। ଏମିତି କଲୋ ପୁଣି ଥରେ କରୋନା ସଂକ୍ରମଣ ବଢିପାରେ। ତେଣୁ ଏବେ ବି ଆମେ ସତର୍କ ରହିବା ସହ ପୂରାପୂରି କରୋନା ନିୟମ ମାନିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

corona virus
ପାର୍ବଣ ଋତୁ ପୂର୍ବରୁ ରାଜ୍ୟ ଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ଚିଠି : କରୋନାର ଆର୍ ଫାକ୍ଟର ଉପରେ ନଜର ରଖିବାକୁ ପରାମର୍ଶ

R-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ । କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ଫଳରେ ଏହି R-ଫ୍ୟାକ୍ଟର ବଢ଼ିଛି ।

BBSR TO-LET
ଏବେ ଭୁବନେଶ୍ୱରରେ ଯେଉଁଠି ଦେଖିବେ ସେଇଠି ଦେଖିବେ TO-LET

ରାଜଧାନୀର ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ ଯେଉଁ ଭାଗରେ ନଜର ପକାଇବେ ସବୁ ଆଡେ ଖାଲି ଟୁ ଲେଟ୍ ଆଉ ଟୁଲେଟ୍। କରୋନାର ଲମ୍ବା କହର ପରେ ଗଲା ଦେଢ଼ବର୍ଷ ଭିତରେ ବଦଳିଯାଇଛି ସ୍ମାର୍ଟ ସିଟି। ଆଗରୁ ଦୋକାନ ପାଇଁ ଘର ଖଣ୍ଡିଏ ଖୋଜି ପାଇବାକୁ ହେଲେ ନାକେଦମ୍ ହେଉଥିଲେ ବ୍ୟବସାୟୀ। ହେଲେ କରୋନା ମାଡ଼ରେ ସେ ସ୍ଥିତି ଆଉ ନାହିଁ

corona virus
ଦେଶରେ ପୁଣି ବଢ଼ୁଛି ସଂକ୍ରମଣ : ୪୩ ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ

କିଛି ଦିନ ବ୍ୟବଧାନରେ ପୁଣି ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୪୩,୬୫୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Lav Agarwal On Corona
ଅନ୍ୟ ଦେଶରେ ପୁଣି ବଢିଲାଣି କରୋନା: ସତର୍କ ନରହିଲେ ସ୍ଥିତି ହୋଇପାରେ ସଙ୍ଗୀନ

ଗତ ସପ୍ତାହରେ ୪୬ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ଥିଲା କିନ୍ତୁ ସବୁଠି ଖୁସିର କଥା ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନଥିବା ଜଣାପଡ଼ିଛି। ହେଲେ ପୁଣି ଥରେ ବିଭିନ୍ନ ଦେଶରେ କେସ୍ ବଢ଼ୁଥିବା କଥା କହିଲେ ଲବ୍ ଅଗ୍ରୱାଲ। ଆମେରିକା, ଫ୍ରାନ୍ସ, ମାଲେସିଆ, ଥାଇଲାଣ୍ଡ ଭଳି ଦେଶରରେ ପୁଣି କେସ୍ ବଢୁଛି। ତେଣୁ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ ବୋଲି କହିଲେ ଲବ୍ ଅଗ୍ରୱାଲ।

coronavirus
୨୪ ଘଂଟାରେ ୪୨୫ ଜଣଙ୍କ ପ୍ରାଣ ନେଲା କରୋନା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରୁ ୩,୦୬,୨୧,୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲେଣି। ସେହିପରି ମୋଟ୍‌ରେ ୪,୨୧,୩୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ବରଂ ଏବେ ସୁଦ୍ଧା ୪୪,୧୨,୧୨,୩୯୫ ଲୋକଙ୍କୁ କେନ୍ଦ୍ର ସରକାର ଭ୍ୟାକ୍ସିନ୍‌ ଦେଇଥିବା ସୂଚନା ମିଳିଛି।

coronavirus
କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ଦୁଇ ରାଜ୍ୟକୁ ଏକ୍ସପର୍ଟ ଟିମ୍ ପଠାଇଲା କେନ୍ଦ୍ର

ନୁଆଦିଲ୍ଲୀ: ପଞ୍ଜାବ ଓ ମହାରାଷ୍ଟ୍ରରେ ଧୀରେ ଧୀରେ କରୋନା ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଏକ ଉତ୍ତସ୍ତରୀୟ ସ୍ୱାସ୍ଥ୍ୟ ଏକ୍ସପର୍ଟ ଟିମ୍‌ ପଠାଇଛନ୍ତି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଟିମ୍‌ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରିବ। କୋଭିଡ୍-୧୯ର ସଂଖ୍ୟା ଉପରେ ନଜର ରଖିବା ସହିତ ଏହାର ନିୟନ୍ତ୍ରଣ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ର ତଦାରଖ କରିବ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମହାରାଷ୍ଟ୍ରକୁ ପଠାଯାଇଥିବା ଟିମ୍‌ରେ ଟିମ୍‌ର ନେତୃତ୍ୱ ପି, […]

coronavirus
କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବଢ଼ିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିନିକିଆ କରୋନା ଭାଇରସ ଚିହ୍ନଟ ପ୍ରକ୍ରିୟାରେ ଗତକାଲି ଅପେକ୍ଷା ଆଜି କମ୍ ସଂଖ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି। ୨୪ ଘଣ୍ଟାରେ ଦେଶରେ ୧୬,୮୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୦୭ ଥିବା ବେଳେ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୭୩,୭୬୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ […]

School Reopen
ଚଳଚଂଚଳ ହେଲା ସ୍କୁଲ, ଆରମ୍ଭ ହେଲା ପାଠ ପଢ଼ା

ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ପରେ ଆଇଟିଆଇ ଓ ଡିପ୍ଲୋମା ଶେଷ ବର୍ଷ କ୍ଲାସ୍ ଖୋଲିବାକୁ ଯାଉଛି। ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ

congress
“ସ୍କୁଲ ଖୋଲିଲ କିନ୍ତୁ ସୁରକ୍ଷା ବ୍ୟବସ୍ଥା କରିବ କିଏ”

ତେଣୁ କାଳବିଳମ୍ବ ନକରି ଯଥାଶୀଘ୍ର ଟିକାକରଣ କରାଯିବାକୁ କଂଗ୍ରେସ ଦାବି କରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ାକୁ କଂଗ୍ରେସ ସ୍ୱାଗତ କରୁଛି କିନ୍ତୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି ଯାହାକୁ ନେଇ କଂଗ୍ରେସ ଚିନ୍ତାବ୍ୟକ୍ତ କରୁଥିବା ଦଳୀୟ ନେତା କହିଛନ୍ତି।

coronavirus-recoverd
ସେରୋ ସର୍ଭେରୁ ଆସିଛି ଭଲ ଖବର

ରାଜ୍ୟରେ ହୋଇଥିବା ସେରୋ ସର୍ଭେରୁ ଆସିଛି ଭଲ ଖବର । ସେରୋ ସର୍ଭେରେ ଲୋକଙ୍କ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି। କୋଭିଡ୍ ବିରୋଧରେ ସଂଗ୍ରାମ ପାଇଁ ଏହା ଶୁଭଙ୍କର ସୂଚନା ବୋଲି କହିଛନ୍ତି କୋରାପୁଟ ସିଡିଏମ୍ଓ ମକରନ୍ଦ ବେଉରା। ଗତ ଜୁନ ଶେଷ ଓ ଜୁଲାଇ ମାସ ପ୍ରଥମାର୍ଦ୍ଧରେ ଆଇସିଏମ୍ଆର ତରଫରୁ ରାଜ୍ୟର ୩ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା

coronavirus-cuutack
ଓଡ଼ିଶାକୁ କେବେ ଆସିବ କରୋନାର ତୃତୀୟ ଲହର?

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି ଦେଶର ଅନାନ୍ୟ ରାଜ୍ୟରେ ବି ସେହି ଟ୍ରେଣ୍ଡ ଦେଖାଯାଉଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ଯେ ମହାମାରୀ ବେଳେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ତେବେ ମହାମାରୀ ଶେଷ ହେବା ପରେ ମୃତ୍ୟୁ ସଂଖ୍ୟା ହିସାବ ଦିଆଯାଇଥାଏ ବୋଲି କହିଛନ୍ତି ଡିଏମ୍ଇଟି।

coronavirus
କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ: ILS ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଆଣ୍ଟିବଡି ଟେଷ୍ଟ। ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡି ଟେଷ୍ଟ କିଟ୍।  ICMR ଦ୍ୱାରା ଅନୁମୋଦିତ କିଟ୍ ଓଡ଼ିଶା ଆସି RMRCରେ ପହଞ୍ଚିବ। ବର୍ତ୍ତମାନ ଚାଲିଥିବା ଘରକୁ ଘର ହେଉଥିବା ସର୍ଭେରେ ଏହାକୁ ବ୍ୟବହାର କରାଯିବ। ତେବେ ଆସନ୍ତାକାଲି ଓଡ଼ିଶାରେ ଟେଷ୍ଟିଂ କେମିତି ହେବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯିବ। ତେବେ ଓଡ଼ିଶାରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ILS ନିର୍ଦ୍ଦେଶକ କହିଛନ୍ତି। ଏବେ ଯେଉଁ ସଂକ୍ରମିତ […]

pakistan-cricketer
ପାକିସ୍ତାନର ୩ କ୍ରିକେଟର୍‌ଙ୍କୁ କରୋନା; ଆଜି ଆସିବ ଶୋଏବ୍‌ଙ୍କ ରିପୋର୍ଟ

ଇସ୍‌ଲାମାବାଦ: ପାକିସ୍ତାନର ୩ କ୍ରିକେଟର କୋଭିଡ୍-୧୯ ପଜିଟିଭ ଚିହ୍ନଟ ନେଇ ସୂଚନା ଦେଇଛି ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ)। ଅଲ୍‌ରାଉଣ୍ଡର ଶାଦବ ଖାନ, ବ୍ୟାଟ୍ସମ୍ୟାନ୍‌  ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍‌ଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛି ପିସିବି। ରାୱଲ୍‌ପିଣ୍ଡିରେ କୋଭିଡ୍‌ ଟେଷ୍ଟ କରିବା ପୂର୍ବରୁ ଏହି ତିନି ଖେଳାଳିଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା ବୋଲି ପିସିବି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ଏହାପରେ […]

trump-1
କୋଭିଡ୍‌-୧୯କୁ 'କୁଙ୍ଗ୍‌ ଫ୍ଲୁ' ନାମକରଣ କରି ଚାଇନାକୁ ଟାର୍ଗେଟ୍‌ କଲେ ଟ୍ରମ୍ପ

ୱାଶିଂଟନ: ବିଶ୍ୱରେ କରୋନା ଭାଇରସ୍‌ ବ୍ୟାପିବା ନେଇ ଚୀନ୍‌କୁ ପୁଣିଥରେ ଦାୟୀ କରିଛନ୍ତି ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କରୋନାକୁ ‘କୁଙ୍ଗ୍ ଫ୍ଲୁ’ କହି ଚୀନକୁ ତେର୍ଛା ଟାର୍ଗେଟ୍ କରିଛନ୍ତି। ଶନିବାର ତାଙ୍କର ପ୍ରଥମ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଟୁଲ୍‌ସା ଓକ୍ଲାହୋମାରେ ରାଲିରେ କରିଛନ୍ତି ଟ୍ରମ୍ପ। ଏହି ଅବସରରେ ଲୋକଙ୍କୁ ସମ୍ବୋଧନ କରି କରୋନା କୁ ସେ ‘କୁଙ୍ଗ୍ ଫ୍ଲୁ’ ନାମକରଣ କରିପାରିବେ ବୋଲି କହିଛନ୍ତି ଟ୍ରମ୍ପ। ଉହ୍ୱାନ୍‌ରୁ ଏହି ଭାଇରସ୍‌ […]

modi
ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ; ଓଡ଼ିଶାର ୪ ଜିଲ୍ଲା ସାମିଲ୍

ନୂଆଦିଲ୍ଲୀ: ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭ ଆରମ୍ଭ  କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରୁଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ତେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ୫୦ ହଜାର କୋଟିର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏହି ଅଭିଯାନରେ ଦେଶର ୬ଟି ରାଜ୍ୟର ଯଥା ବିହାର, ଉତ୍ତର […]

bhubaneswar corona update
କରୋନା ଅପଡେଟ୍: ବଢ଼ୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ କରୋନାରେ ୧୦ ହଜାର ୯୭୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ଗୋଟିଏ ଦିନରେ ୨ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ୨ ହଜାର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ସଂଖ୍ୟା ୧୧ହଜାର ୯୦୩କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫କୁ ପହଞ୍ଚିଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ […]

SHUBA
ବାହୁବଳୀ ଫେମସ୍‌ ରମ୍ୟା କ୍ରିଷ୍ଣନ୍‌ଙ୍କ କାର୍‌ରୁ‌ ଜବତ ହେଲା ୯୬ ମଦ ବୋତଲ

ଚେନ୍ନାଇ: ବାହୁବଳୀ ଫିଲ୍ମରେ ଶିବଗାମୀ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଥିବା ଦକ୍ଷିଣ ଫିଲ୍ମ ଷ୍ଟାର୍ ରମ୍ୟା କ୍ରିଷ୍ଣନନ୍‌ଙ୍କ ଗାଡ଼ିରୁ ଜବତ ହେଲା ୯୬ଟି ମଦ ବୋତଲ। ଗତ ଗୁରବାର ଜୁନ୍‌ ୧୧ ତାରିଖରେ ତାଙ୍କ ସ୍ପୋର୍ଟସ ଗାଡ଼ିରୁ ଏତେ ସଂଖ୍ୟକ ମଦ ବୋତଲ ଜବତ ହୋଇଛି। ଏହାପରେ ତାଙ୍କ ଡ୍ରାଇଭର୍‌ ସେଲଭକୁମାରକୁ ପୁଲିସ ଗିରଫ୍ କରିଛି। ପୁଲିସ ତଦନ୍ତ ବେଳେ ରମ୍ୟା ମଧ୍ୟ ଗାଡ଼ିରେ ଥିଲେ। ଖବର ଅନୁସାରେ, ସେଦିନ ମହାବଳିପୁରମରୁ […]

sfridi
ପାକ୍‌ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ଅଲ୍‌ରାଉଣ୍ଡର ତଥା ପୂର୍ବତନ କ୍ୟାପ୍ଟେନ୍‌ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍‌ଶା ଆଲ୍ଲାହ।” […]

pm-hild
ଆସନ୍ତା ୧୬ ଓ ୧୭ରେ ପୁଣି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା

ନୂଆଦିଲ୍ଲୀ: ଦେଶରେ ଅନ୍‌ଲକ୍‌-୧ ଚାଲିଥିବା ବେଳେ ପୁଣିଥରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି। ଏହି ମିଟିଂ ଦୁଇଟି ଭାଗରେ ହେବ। ପ୍ରଥମ ମିଟିଂ ୧୬ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ମିଟିଂ ୧୭ ତାରିଖରେ ହେବ। ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମ ପାଳିରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା […]