/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748244181.jpg)
Covid cases rise
ହୁ ହୁ ହୋଇ ଦେଶରେ ବଢୁଛି କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘ ୩ ବର୍ଷ ପରେ ମୁଣ୍ଡ ଟେକିଥିବା କରୋନା ଭାଇରସ୍ ସକ୍ରିୟ ହୋଇ ଉଠିଛି । ଆଜି ସକାଳ ୮ଟା ସୁଦ୍ଧା ସାରା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯କୁ ଛୁଇଁଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । କେରଳ, ଦିଲ୍ଲୀ, ମହାରାଷ୍ଟ୍ରରେ ସଂକ୍ରମଣ ଅଧିକ ଦେଖାଦେଇଛି ।
କେରଳରେ ସବୁଠୁ ବେଶୀ ୪୩୦ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ସେହିପରି ମହାରାଷ୍ଟ୍ରରେ ୨୦୯, ଦିଲ୍ଲୀରେ ୧୦୪, ଗୁଜରାଟରେ ୮୩, କର୍ଣ୍ଣାଟକରେ ୪୭, ଉତ୍ତରପ୍ରଦେଶରେ ୧୫ ଏବଂ ପଶ୍ଚିମବଙ୍ଗରେ ୧୨ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ କେରଳରେ ୩୩୫, ମହାରାଷ୍ଟ୍ରରେ ୧୫୩ ଜଣ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସଦ୍ୟ କରୋନା ସଂକ୍ରମଣରେ ମହାରାଷ୍ଟ୍ରରେ ୪ ଜଣ, କେରଳରେ ୨ ଜଣ ଏବଂ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ: ସିଙ୍ଗାପୁର ଓ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ; ଚିନ୍ତାରେ ସାରା ଦେଶ
କୋଭିଡ୍ ଚିହ୍ନଟ ପରେ ଏହି ଭାଇରସର ନୂଆ ସବ୍ ଭାରିଆଣ୍ଟ NB.1.8.1 ଓ LF.7 ଚିହ୍ନଟ ହୋଇଛି । ଏହି ଦୁଇ ଭାରିଆଣ୍ଟ ଓମିକ୍ରନର ନୂଆ ରୂପ ବୋଲି ଜିନମ ସିକ୍ବେସିଂରୁ ଜଣାପଡ଼ିଛି । ତାମିଲନାଡ଼ୁରେ ଚିହ୍ନଟ କୋଭିଡ ଆକ୍ରାନ୍ତଙ୍କ ନମୁନାରୁ NB.1.8.1 ସବଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରୁ ଚିହ୍ନଟ ୪ ଜଣଙ୍କ ନମୁନାରୁ LF.7 ସବଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।
ତେବେ ଏହି ନୂଆ ଭାରିଆଣ୍ଟକୁ ନେଇ ଋଷିକେଷ AIIMSର ନିର୍ଦ୍ଦେଶିକା କହିଛନ୍ତି ଏହା ବେଶୀ କ୍ଷତି କାରକ ନୁହେଁ । ତେବେ ଯେଉଁମାନେ ବହୁବିଧ ରୋଗରେ ପୀଡ଼ିତ ସେମାନେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଦୁଇ ଭାରିଆଣ୍ଟ ଉପରେ ନଜର ରଖିଥିବା ସୂଚନା ମିଳିଛି । ଏହି ଦୁଇ ଭାରିଆଣ୍ଟର ବ୍ୟବହାର ଓ ଜଟିଳତା ଉପରେ ଗବେଷଣା ଚାଲିଛି । ତେବେ ଏହି ଭାରିଆଣ୍ଟର ଅଧିକ ସଂକ୍ରମଣ କ୍ଷମତା ଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)