Advertisment

Covid-19 Update : ଦେଶରେ କୋଭିଡ ଆକ୍ରାନ୍ତ ୨୭ଶହ ପାର୍, ରାଜ୍ୟରେ ବି ବଢୁଛି କରୋନା କାୟା

ଦେଶରେ ୨୭ଶହ ପାର୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେରଳରେ ସର୍ବାଧିକ ୧,୧୪୭ ଆକ୍ରାନ୍ତ । ସେପଟେ ରାଜ୍ୟରେ ବି ବଢିଚାଲିଛି ପଜିଟିଭ ମାମଲା ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Covid-19 Positive Cases Increasing

Covid-19 Positive Cases Increasing

ହୁ ହୁ ହୋଇ ବଢିଚାଲିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୨୭୦୦  ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ଆକ୍ଟିଭ କେସ ରହିଛି ୨୭୧୦ । ସେମାନଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୧,୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪ ଜଣ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ସେପଟେ ଓଡ଼ିଶାରେ ମୋଟ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । 

Advertisment

ଗତକାଲି ଗୋଟିଏ ଦିନରେ ଦୁଇ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଥିଲେ । କଟକ ସିଡିଏମଓ ପ୍ରଶାନ୍ତ ହୋତା ଏନେଇ ସୂଚନା ଦେଇଥିଲେ । ପ୍ରଥମ ଆକ୍ରାନ୍ତ ଜଣେ ୪୪ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ସୂଚନା ମିଳିଛି । ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହେବା ପରେ ସେ କୋଭିଡ୍ ଟେଷ୍ଟ କରାଇ ପଜିଟିଭ୍ ଥିବା ଜାଣିବାକୁ ପାଇଥିଲେ। ସଂପୃକ୍ତ ଆକ୍ରାନ୍ତ ଜଣଙ୍କ ଏବେ ହୋମ୍ କ୍ବାରେଣ୍ଟିନରେ ଥିବା ସୂଚନା ମିଳିଛି । ସେହିପରି ସଂଧ୍ୟାରେ ସ୍ପଷ୍ଟ ହୋଇଥିବା ଦ୍ୱିତୀୟ ରୋଗୀ ହେଉଛନ୍ତି କଟକ ରାଉସପାଟଣା ଅଞ୍ଚଳର ଜଣେ ବୃଦ୍ଧ। ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ସେପଟେ କରୋନାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

ଅଧିକ ପଢନ୍ତୁ : ଭୁବନେଶ୍ୱର ପରେ କଟକରେ କୋଭିଡ୍, ଆକ୍ରାନ୍ତଙ୍କର ନାହିଁ ଟ୍ରାଭେଲ ହିଷ୍ଟ୍ରି 

Advertisment
Coronavirus India COVID19 Updates
Advertisment
Related Articles
Advertisment