• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତାତିଲା ଛାତ୍ର କଂଗ୍ରେସ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡା ମାଡ଼ । ହାଇଟେକ୍ ଟ୍ରାଜେଡି ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ । ରାଲିରେ ଆସି ଆନ୍ଦୋଳନ କରିବା ସହ ଭୁବନେଶ୍ୱର ସରକାରୀ ଘର ଉପରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ ।

ହାଇଟେକ୍ ଲାଇସେନ୍ସ ରଦ୍ଦ ଓ ତିରୁପତି ପାଣିଗ୍ରାହୀଙ୍କ ଗିରଫ ଦାବିକୁ ନେଇ ତାତିଛି ଛାତ୍ର କଂଗ୍ରେସ । ସେପଟେ ହାଇଟେକ୍‌ ବିସ୍ଫୋରଣ ଘଟଣାକୁ ୧୧ ବିତିଥିଲେ ବି ମୃତକଙ୍କ ପରିଚୟକୁ ନେଇ ଏବେ ବି ଅସ୍ପଷ୍ଟ ରହିଛି । ଦିଲୀପ ଓ ଜ୍ୟୋତିଙ୍କ ମୃତ୍ୟୁ ନେଇ ଏବେ କାଠ ଗଡ଼ାରେ ଠିଆ ହୋଇଛି ହାଇଟେକ୍‌ ହସ୍ପିଟାଲ ।

ସେପଟେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ବର୍ତ୍ତମାନ ହାଇଟେକ୍ ମେଡ଼ିକାଲରେ ଚାଲିଛି କ’ଣ ବୋଲି ପ୍ରଶ୍ନ ଉଠିଲାଣି । କାରଣ ବିସ୍ଫୋରଣ ମାମଲାରେ କେବେ କାହାକୁ ଜୀବିତ କହୁଛନ୍ତି, ପୁଣି କେବେ ମୃତ ଦର୍ଶାଉଛନ୍ତି ।

୯୫ ପ୍ରତିଶତ ଗ୍ୟାରେଣ୍ଟି ଦେଇ ଯେଉଁ ଦିଲୀପ ସାମନ୍ତରାୟଙ୍କୁ ଜୀବିତ ବୋଲି ଦର୍ଶାଇଥିଲା ମେଡିକାଲ୍, ୨୪ ଘଣ୍ଟା ଭିତରେ ସେହି ଦିଲୀପଙ୍କ ମୃତ୍ୟୁ ହୋଇଥିବା କହିବା ପରେ ବଢ଼ିଛି ବିବାଦ । ଆଉ ଆଜି ସେହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ ।

କ୍ରମାଗତ ଗୋଟିଏ ପରେ ଗୋଟିଏ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦିଲୀପଙ୍କ ମା’ ଥାନାରେ ଏତଲା ଦେଇଥିବାବେଳେ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ । ଆଉ କେତେ ମରିବେ ଜଟଣୀ ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟ ? ଆଉ କେତେଥର ସେ ଉଠିବେ ମରଣ ଶେଯରୁ ? ଆଉ କେତେ ଶବ ଦାହ କରିବେ ଦିଲୀପଙ୍କ ସଂପର୍କୀୟ ? ଏମିତି ଅନେକ ପ୍ରଶ୍ନ ଛିଡ଼ା କରିଛି ହାଇଟେକ୍‌ ହସ୍ପିଟାଲ ।