Advertisment

ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ରାଜରାସ୍ତାରେ ଗର୍ଜିବ କଂଗ୍ରେସ

ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେଇଛି।

author-image
Rajalaxmi Sahoo
Congress Set To Launch Protest Over Prise Rise On August 28

Congress Set To Launch Protest Over Prise Rise On August 28

ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ଥରେ ରାଜରାସ୍ତାରେ ଗର୍ଜନ କରିବ କଂଗ୍ରେସ। ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ ଦିଲ୍ଲୀ ଚଲୋ ଡାକରା ଦିଆଯାଇଛି। ଏହା ପୂର୍ବରୁ ଆସନ୍ତ ୧୭ରୁ ୨୩ ତାରିଖ ମଧ୍ୟରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ, ବଜାର, ହାଟ, ମଣ୍ଡି ସହ ଜନଗହଳି ସ୍ଥାନରେ କଂଗ୍ରେସ ପକ୍ଷରୁ ଲୋକଙ୍କୁ ବୁଝାଇବା ସହ ପ୍ରଚାର ପତ୍ର ବଣ୍ଟାଯିବ। 

Advertisment

ଅଗଷ୍ଟ ୨୮ ଦିଲ୍ଲୀ ଚଲୋ ଡାକରାରେ ଓଡିଶାରୁ ଅନେକ ଲୋକ ଦିଲ୍ଲୀର ଏହି ପ୍ରତିବାଦ ସଭାରେ ସାମିଲ ହେବେ। ଗତ ୫ ତାରିଖରେ ଦରଦାମ ବୃଦ୍ଧି ନେଇ ଯେଉଁ ଆନ୍ଦୋଳନ କରାଯାଇଥିଲା ସେଥିରେ ଜନସାଧାରଣଙ୍କ ସହଯୋଗ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ମଧ୍ୟ ସମର୍ଥନ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ମଧ୍ୟ ପିସିସି ସଭାପତି ସମାଲୋଚନା କରିଛନ୍ତି।  

ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିରାଶ ଦେଖା ଦେବାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅଗଷ୍ଟ ୫ ତାରିଖରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲା। କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋନିଆ ଗାନ୍ଧି ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ଦିଲ୍ଲୀ, ବିହାର, ଓଡ଼ିଶା, ତେଲେଙ୍ଗାନା ଓ ରାଜସ୍ଥାନ ସମେତ ଦେଶରେ ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। 

Advertisment

ସୂଚନାଥାଉ କି, କଂଗ୍ରେସ ସାଂସଦଙ୍କ ସହ ରାହୁଲ ଗାନ୍ଧି ସଂସଦ ଭବନରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ବିକ୍ଷୋଭ ରାଲି ଆରମ୍ଭ କରିଥିଲେ। ହେଲେ ଏହି ସମୟରେ ପୋଲିସ୍‌ ସେମାନଙ୍କୁ ବିଜୟ ଚୌକ ନିକଟରେ ଅଟକାଇ ଥିଲା। ଏହାପରେ ରାହୁଲ ଗାନ୍ଧିଙ୍କ ସମେତ ଅନେକ ନେତାଙ୍କୁ ପୋଲିସ୍‌ ଅଟକ ରଖିଥିଲା।

Congress Congress Protest
Advertisment
Advertisment