• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପିସି ମାଗି ହଟହଟା ହେଲେ ସରକାରୀ ଅଧିକାରୀ । ପିସି ମାଗିଲେ ବୋଲି ଖୋଲି ଦେଲେ ପ୍ୟାଣ୍ଟସାର୍ଟ ।  ରାସ୍ତା ପାଇଁ ଲାଞ୍ଚ ମାଗିବାରୁ ସରକାରୀ ବାବୁଙ୍କୁ ଆଜି ଅଭିନବ ଢଙ୍ଗରେ କଂଗ୍ରେସ ପ୍ରତିବାଦ ଜଣାଇଛି । ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏମିତି କିଛି ।

ସୂଚନା ମୁତାବକ, କଟକ ସଦର ଖଣ୍ଡାଇତା ଅଂଚଳର ରାସ୍ତା କାମ ଅଧାରେ ଅଟକିଥିଲା । ଏନେଇ ଅଭିଯୋଗ କରି କଂଗ୍ରେସ କର୍ମୀ ବାରମ୍ବାର ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଥିଲେ । ତେବେ ରାସ୍ତା କାମ ପାଇଁ ଲାଞ୍ଚ ମଗାଯାଉଥିବା ଅଭିଯୋଗ କରି ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବ୍ରଜକିଶୋର ସାହୁ ଓ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ଅନେକ କର୍ମୀ ।

ବ୍ରଜକିଶୋର ନିଜ ପ୍ୟାଣ୍ଟ ସାର୍ଟ ଖୋଲିବା ସହ ପିସି ପାଇଁ ନିଜ ସହ ଆଣିଥିଲେ ପନିପରିବା । ସେହିପରି ମାନସ ଚୌଧୁରୀ ନିଜ ବେକରେ ଏକ ‘ନେମ୍ ପ୍ଲେଟ୍’ ପକାଇ ପ୍ରତିବାଦ କରିଥିଲେ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ । ୭ ଦିନରେ ରାସ୍ତା କାମ ହୋଇଯିବ ବୋଲି କହିଛନ୍ତି ।

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now