Advertisment

କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର; ଏଣିକି ବିଳମ୍ବରେ ଅଫିସ୍ ଆସିଲେ କାର୍ଯ୍ୟାନୁଷ୍ଠାନ !

ବିଳମ୍ବରେ ଅଫିସରେ ପହଞ୍ଚିଲେ ପଡ଼ିପାରେ ମହଙ୍ଗା । କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Action Will Taken Against Central Govt Staff For Tardiness

ଡେରିରେ ଆସିଲେ ଦଣ୍ତ

ସାବଧାନ ସରକାରୀ କର୍ମଚାରୀ ! ବିଳମ୍ବରେ ଅଫିସରେ ପହଞ୍ଚିଲେ ପଡ଼ିପାରେ ମହଙ୍ଗା । କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି । ଏହି ମାମଲାକୁ ଗମ୍ଭୀରତାର ସହ ନେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ।

Advertisment

ଏନେଇ କ୍ରମାଗତ ଭାବରେ ଅଭିଯୋଗ ଗ୍ରହଣ କରାଯାଉଥିଲା । ଅନେକ କର୍ମଚାରୀ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ସିଷ୍ଟମ୍‌ରେ ସେମାନଙ୍କର ଉପସ୍ଥାନ ପଞ୍ଜିକରଣ କରୁନାହାଁନ୍ତି । ଫଳରେ କର୍ମଚାରୀ କେତେବେଳେ ଆସୁଛନ୍ତି ଓ କେତେବେଳ ଅଫିସ୍ ଛାଡୁଛନ୍ତି, ତାହା ଜାଣିବା ସଂଭବ ହେଉନାହିଁ। ଫଳରେ ସରକାରୀ କାର୍ଯ୍ୟରେ ଅଯଥା ବିଳମ୍ବ ହେଉଛି। ତେବେ କର୍ମଚାରୀଙ୍କ ଆଭ୍ୟାସରେ ପରିବର୍ତ୍ତନ ଆଣିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

ପଢନ୍ତୁ ଏହି ଖବର: ଡିପ୍ ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଡିଆ ବିଲ୍

ଅଭ୍ୟାସଗତ ଭାବେ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ପ୍ରତି ଅଧିକ କଠୋର ହେବାକୁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କେଉଁ କର୍ମଚାରୀ କେତେବେଳେ ଆସୁଛନ୍ତି ତାକୁ ମଧ୍ୟ ନୀରିକ୍ଷଣ କରିବାକୁ କୁହାଯାଇଛି। ନିୟମିତ ଭାବେ ଉପସ୍ଥାନ ବିବରଣୀ ସିଷ୍ଟମ୍‌ରୁ ଡାଉନ୍‌ଲୋଡ୍ କରି ଯାଞ୍ଚ କରାଯିବ। ଯେଉଁ କର୍ମଚାରୀ ଠିକ୍ ସମୟରେ ଆସି ଶିଘ୍ର ଅଫିସ୍ ଛାଡ଼ିଦେଉଛନ୍ତି, ସେମାନଙ୍କ ପ୍ରତି ମଧ୍ୟ ଦଣ୍ଡ ବିଧାନ କରାଯିବ।  

Advertisment

କିଛି କର୍ମଚାରୀ ନିୟମିତ ବିଳମ୍ବରେ ଆସୁଛନ୍ତି । ଏହାକୁ ନେଇ ଏକ ଚେତାବନୀ ଦିଆଯାଇଛି । ମନ୍ତ୍ରଣାଳୟ ଏହାର ମୋବାଇଲ୍ ଫୋନ୍ ଆଧାରିତ ଉପସ୍ଥାନ ପଞ୍ଜିକରଣ ବ୍ୟବସ୍ଥା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏଥିରେ ଆହୁରି ଦର୍ଶାଯାଇଛି ଯେ, ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ସିଷ୍ଟମ୍‌ର କାର୍ଯ୍ୟକାରିତା ସମୀକ୍ଷା କରାଯାଇଛି । ଏହା ସଠିକ୍ ଭାବେ କାର୍ଯ୍ୟ କରୁନଥିଲେ ଏହାକୁ ସଂପୂର୍ଣ କାର୍ଯ୍ୟକ୍ଷମ କରାଯିବା ପାଇଁ ବ୍ୟବସ୍ଥା କରାଯିବ।

ସମୀକ୍ଷାରୁ ଜଣାପଡିଛି ଯେ, ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ସିଷ୍ଟମ୍‌ର କାର୍ଯ୍ୟାନ୍ୱୟନରେ ଢିଲା ଦିଆଯାଉଛି । ଏହାକୁ ଗୁରୁତର ସହ ଗ୍ରହଣ କରି ମନ୍ତ୍ରଣାଳୟ କହିଛି ଯେ ସମସ୍ତ ବିଭାଗ ନିୟମିତ ଭାବରେ ଉପସ୍ଥାନ ରିପୋର୍ଟ ଉପରେ ନଜର ରଖିବେ । ବିଳମ୍ବରେ ପହଞ୍ଚିବା ଏବଂ ଶୀଘ୍ର ଅଫିସ୍ ଛାଡିବା ଅଭ୍ୟାସକୁ ଗୁରୁତର ସହ ନିଆଯିବା ଉଚିତ୍ । ଏହା ନିଶ୍ଚିତ ଭାବରେ ବନ୍ଦ ହେବା ଜରୁରୀ । ନିୟମ ଅନୁଯାୟୀ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇପାରେ ।

Central Government Employees Govt Employees
Advertisment
Advertisment