Advertisment

କର୍ମଚାରୀଙ୍କ ପାଇଁ ଖୁସି ଖବର; ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ...

ୟୁନିଫାଏଡ୍ ପେନସନ୍ ସ୍କିମ୍‌କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ UPIକୁ ଅନୁମୋଦନ ମିଳିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Unified Pension Scheme

Unified Pension Scheme

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ୟୁନିଫାଏଡ୍ ପେନସନ୍ ସ୍କିମ୍କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ UPIକୁ ଅନୁମୋଦନ ମିଳିଛି। ୟୁନିଫାଏଡ୍ ପେନସନ୍ ସ୍କିମ୍ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀଙ୍କୁ ଅବସର ପରେ ବେତନର ୫୦ ପ୍ରତିଶତ ଅର୍ଥରାଶି ପେନସନ ଆକାରରେ ମିଳିବ । 

Advertisment

ଅର୍ଥାତ୍ ଅବସର ପୂର୍ବରୁ ଶେଷ ୧୨ ମାସର ହାରାହାରି ବେସିକ୍ ପେ'ର ୫୦ ପ୍ରତିଶତ ପେନସନ ଆକାରରେ ମିଳିବ। ଏଥିପାଇଁ କର୍ମଚାରୀ ଅତି କମ୍ ରେ ୨୫ ବର୍ଷ ଚାକିରି କରିଥିବା ଦରକାର । ଏହାଦ୍ବାରା ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ । ଜଣେ ଚାହିଁଲେ ଅବସର ବେଳେ ୟୁନିଫାଏଡ୍ ପେନସନ୍ ସ୍କିମ୍ ବା UPS ଏବଂ ପୂର୍ବରୁ ପ୍ରଚଳିତ ନ୍ୟାସନାଲ ପେନସନ ସ୍କିମ୍ ବା NPS ମଧ୍ୟରୁ ଗୋଟିକୁ ବାଛି ପାରିବେ। 

UPS ଅନୁସାରେ ଜଣେ କର୍ମଚାରୀ ଅତି କମରେ ୧୦ ବର୍ଷ ଚାକିରି କରିଥିଲେ ଅତି କମ୍ ରେ ୧୦ ହଜାର ଟଙ୍କା ପେନସନ ମିଳିବ । ପେନସନଭୋଗୀଙ୍କ ମୃତ୍ୟୁ ହେଲେ ସେହି ସମୟରେ ସେ ପାଉଥିବା ପେନସନର ୬୦ ପ୍ରତିଶତ ଫ୍ୟାମିଲି ପେନସନ ଆକାରରେ ମିଳିବ। ୨୦୨୫ ମସିହା ଏପ୍ରିଲ ୧ରୁ ଏହା ଲାଗୁ ହେବ । ଯଦି ରାଜ୍ୟମାନେ UPS ଆପଣାନ୍ତି ୯୦ ଲକ୍ଷ କର୍ମଚାରୀ ଉପକୃତ ହେବେ।

Advertisment

Central Government Pension Scheme
Advertisment
Advertisment