ବସ୍ରେ ମୋଟ୍ ୪୨ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଭୋଟ୍ ଦେବାପାଇଁ ବସ୍ରେ ଯାଇଥିଲେ। ଆଜି ସକାଳୁ ବାପାଟଲା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନି ବସ୍ । ନିର୍ବାଚନ ଡ୍ୟୁଟିକୁ ପୋଲିଂ ପାର୍ଟି ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
୩୨ ଜଣ ଯବାନଙ୍କୁ ନେଇ ବସଟି ଦାନ୍ତେୱାଡାର ଫରସପାଲିରୁ ଫେରୁଥିଲା ଜଗଦଲପୁର । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ଯବାନ ଫେରୁଥିଲେ । ଆହତ ଯବାନଙ୍କୁ ଧିମ୍ରାପାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆଉ କିଛି ଆହତ ଯବାନଙ୍କୁ ତୁକାପାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଶୂନ୍ୟରେ ଝୁଲୁଛି ବସ୍ ଯାତ୍ରୀଙ୍କ ଜୀବନ । ସୁରକ୍ଷିତ ଯାତ୍ରା ପାଇଁ ନା ସୁନିଶ୍ଚିତ କରୁଛନ୍ତି ବସ୍ ମାଲିକ ନା ବସ୍ ଚାଳନା ସମୟରେ ଦାୟିତ୍ବବାନ ହେଉଛନ୍ତି ଡ୍ରାଇଭର୍ । ଯାଜପୁର ଧର୍ମଶାଳା ନିକଟରେ ଗତରାତିରେ ପଶ୍ଚିମବଙ୍ଗମୁହାଁ ଯାତ୍ରୀବାହୀ ବସଟି ଯେଭଳି ଦୁର୍ଘଟଣାର ଶୀକାର ହୋଇ ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ ଗଲା, ତାକୁ ନେଇ ଯାତ୍ରୀଙ୍କ ମନରେ ଛନକା ପଶିଛି । ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ପରିବହନ ବିଭାଗ ଦାୟୀ କରିଥିବାବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
କାହିଁକି ବସ୍ ଯାତ୍ରୀଙ୍କୁ ଠେଲି ଦିଆଯାଉଛି ମରଣମୁହଁକୁ ? କାହିଁକି ଘଟୁଛି ଗୋଟିଏ ପରେ ଗୋଟିଏ ବସ୍ ଟ୍ରାଜେଡି ? ବସ୍ ଯାତ୍ରୀଙ୍କ ଜୀବନକୁ କ’ଣ ଶସ୍ତା ଭାବୁଛନ୍ତି କି ବସ୍ ଡ୍ରାଇଭର କିମ୍ବା ମାଲିକ ?
ଓଭର ବ୍ରିଜ୍ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଏନ୍ ଏଚ୍ -୧୬ର ବାରବାଟୀ ଛକ ପାଖରେ ବସ୍ ଖସିଥିବା ବେଳେ ଦୁର୍ଘଟଣାରେ ୪୦ ଆହତ ହୋଇଛନ୍ତି ।
ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲା।
Chhattisgarh Bus Accident: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୨ଜଣଙ୍କ ଗଲା ଜୀବନ, ୧୨ରୁ ଅଧିକ ଆହତ । ଦୁର୍ଗର ଏକ ଖଣି ଖାତରେ ଖସିପଡ଼ିଲା ବସ୍ ।
ମୟୂରଭଂଜ ବାଙ୍ଗିରିପୋଷି ଘାଟିରେ ପୁଣି ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି ।
ଭୋର୍ ପ୍ରାୟ ୪ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ବସଟି ୩୬ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଗୋକାରନା ଅଭିମୁଖେ ଯାତ୍ରା କରୁଥିଲା। ବସର ବେଗ ଅଧିକ ଥିଲା।
ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍, ଆହତ ହେଲେ ପ୍ରାୟ ୨୦ ଜଣ ଯାତ୍ରୀ । ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ବସ୍ ରାସ୍ତାରୁ ଖସି ନାଳରେ ପଶିଯିବା ପଛରେ, ସାମ୍ନାକୁ ଆସୁଛି ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଭଳି ସଂଗୀନ ଆରୋପ୍।
ଏକା ସାଥିରେ ରହୁଥିଲେ, ଏକାଠି ଖାଉଥିଲେ ଆଉ ଏକାଠି ପାଠ ବି ପଢୁଥିଲ । ଖାଲି ସେତିକି ନୁହେଁ ଦୁଇବନ୍ଧୁ ଏକା ସାଙ୍ଗରେ ବେଦାନ୍ତ କମ୍ପାନୀରେ ଚାକିରୀ ବି ପାଇଥିଲେ । ହେଲେ କିଏ ଜାଣିଥିଲା ଦୁଇବନ୍ଧୁ ଦିନେ ସାଥିହୋଇ ଆରପାରିକୁ ଚାଲିଯିବେ ।
ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଲିମ୍ପୋପୋ ପ୍ରଦେଶରେ ଗୁରୁବାର ବ୍ରିଜ୍ ଉପରୁ ଏକ ବସ୍ ପ୍ରାୟ ୫୦ ମିଟର ତଳେ ପଡ଼ିବା ପରେ ଜଳିଯିବାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର ରାଜମହଲ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ବାଡେଇଲା ମୋ ବସ୍ । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି । ସକାଳୁ ସକାଳୁ ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ପରେ ମୋ ବସ୍ ଧକ୍କା ଦେଇଥିଲା ।
ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ ।
ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା ଦିଲଖୁସ ବସ୍ । ସେପଟେ ଆସିକା ଆଡ଼କୁ ଆସୁଥିବା ହ୍ୱାଇଟ ହର୍ସ ନାମକ ଆଉ ଯାତ୍ରୀବାହୀ ବସ ସହ ଏହା ମୁହାଁମୁହିଁ ଧକ୍କା ହୋଇଥିଲା ।
ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହୋଇ ୪୦ ଜଣ ଆହତ ହୋଇଛନ୍ତି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସ୍କୁ ପିଟିଲା ଆଉ ଏକ ଟ୍ରକ୍ ।
୪୫ ଯାତ୍ରୀଙ୍କୁ ନେଇ ଏକ ବସ୍ ଗୋଲାଘାତରୁ ତିନସୁକିଆ ଯାତ୍ରା କରୁଥିଲା । ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍ରେ ମୋଟ୍ ୬୦ଜଣ ଥିଲେ ।
ଜମ୍ମୁ କାଶ୍ମୀରରେ ବଡ଼ ଧରଣର ବସ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।
ମା’ ଚର୍ଚ୍ଚିକା ବଞ୍ଚେଇ ଦେଲେ । ନହେଲେ କଣ ଯେ ହେଇଥାନ୍ତା । ପୁଣି ଗୋଟେ ବଡ଼ ବ୍ରିଜ୍ ଟ୍ରାଜେଡି, ଓଡ଼ିଶା ଖାତାରେ ପଡ଼ିଥାନ୍ତା । ତଳେ ଭରାପାଣି ଚାଲୁଛି, ପୋଲରେ ବସ୍ ଲଟକିଛି, ଚକ ଗୋଟେ ଦୋଳି ପରି ଝୁଲୁଛି ।
ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ବସ୍ ବ୍ରିଜ୍ ଉପରେ ଭାରସାମ୍ୟ ହରାଇଥିଲା । ହଠାତ୍ ବସ୍ଟି ନଦୀ ଭିତରକୁ ମୋଡ ପରିବର୍ତ୍ତନ କରି ଅଟକି ଯାଇଥିଲା । ମହାନଦୀ ଗର୍ଭକୁ ଖସୁ ଖସୁ ପୋଲ ବାଡ଼ରେ ଅଧା ଝୁଙ୍କି ରହିଥିଲା ।