• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chinmayee Sahoo

ରାସ୍ତାକଡରେ ବସି ହାତ ଯୋଡି କାନ୍ଦି କାନ୍ଦି ଭଗବାନଙ୍କୁ ଡାକୁଛି ଏକ ବାଳକ, ହେ ବଦ୍ରିନାଥ, ଆପଣ ଏ କଣ କଲେ? ଆମେ କଣ ଭୁଲ କରିଥିଲୁ? ଆମେ ତ ବାସ୍ ଆପଣଙ୍କ ଭକ୍ତ! ଦୁର୍ଘଟଣା ପରେ କରୁଣ ଚିତ୍କାରରେ ୧୦ ବର୍ଷୀୟ ବାଳକ ମୁହଁରୁ ଏପରି ଶୁଣି ସେହି ଅଞ୍ଚଳରେ ଥିବା ସଭିଙ୍କ ଆଖିରେ ଭରି ଯାଇଛି ଲୁହ । ବାପା ମାଆଙ୍କୁ ହରାଇ ମୋ ସହିତ ହିଁ କାହିଁକି ଏମିତି ହେଲା ବୋଲି ଭାବି ଅସହାୟ ହୋଇ ପଡିଛି ସେହି ବାଳକଟି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଅଳକାନନ୍ଦ ନଦୀ କଡରେ । 

ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ

ମଧ୍ୟପ୍ରଦେଶର ରାଜଗଡର ବାସିନ୍ଦା ବିଶାଳ ସୋନି(୪୨) ଓ ଗୌରୀ ସୋନି(୪୧) ତାଙ୍କ ପୁଅ ପାର୍ଥ ସୋନି(୧୦) ଙ୍କୁ ନେଇ ଚାରିଧାମ ଯାତ୍ରାରେ ବାହାରିଥିଲେ । ହେଲେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲଟିର ଅଞ୍ଚଳରେ ଗୁରୁବାର ଦିନ ଏକ ଦୁର୍ଘଟଣା ଘଟିବା ଫଳରେ ବିଶାଳ ଓ ସୋନିଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଆଠ ଜଣ ଏବେ ବି ନିଖୋଜ ଅଛନ୍ତି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏନକେ ରାଜୱାର କହିଛନ୍ତି, ‘‘ନଦୀର ପ୍ରଖର ସ୍ରୋତ ଯୋଗୁଁ ନିଖୋଜ ବ୍ୟକ୍ତିମାନଙ୍କର ମଧ୍ୟ ବଞ୍ଚିବା କ୍ଷୀଣ ।’’

ଏହି ଦୁର୍ଘଟଣା ପରେ ଖୋଜାଖୋଜି ପରେ ଏସଡିଆରଏଫ ପକ୍ଷରୁ ଉଦୟପୁରର ସଞ୍ଜୟ ସୋନି(୫୫)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯିବ । ନଦୀର ସ୍ରୋତ ପ୍ରଖର ହୋଇଥିବାରୁ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । 

ସୂଚନାଯୋଗ୍ୟ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରୁ ୧୯ ଜଣ ତୀର୍ଥ ଯାତ୍ରୀ ଏକ ୩୧ ଜଣିଆ ସିଟର ବସ୍ ଯୋଗେ ଚାରଧାମ ଯାତ୍ରା ଅଭିମୁଖେ ବାହାରିଥିଲେ । ବଦ୍ରିନାଥ ରୁଟରେ ଯିବା ବାଟରେ ସେହି ବସକୁ ଧକ୍କା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ । ଦୁର୍ଘଟଣା ଘଟିବା ସମୟରେ ଯାତ୍ରୀବାହୀ ବସରେ ପାର୍ଥ ତାଙ୍କ ମାଆଙ୍କ ପାଖରେ ବସିଥିଲେ । ବାପା ମାଆଙ୍କୁ ହରାଇବା ପରେ ବର୍ତ୍ତମାନ ପାର୍ଥ ମାନସିକ ଭାବେ ଭାଙ୍ଗି ପଡିଛନ୍ତି । ପାର୍ଥ ତାଙ୍କ ବାପାମାଆଙ୍କ ସହ ଚାରି ଧାମ ଯାତ୍ରା ଅଭିମୁଖେ ବାହାରିଥିବା ବେଳେ ତାଙ୍କ ଦୁଇ ଭଉଣୀ ତେଜସ୍ୱିନୀ(୧୭) ଓ ମନସ୍ୱିନୀ(୧୫) ରାଜଗଡରେ ହିଁ ଥିଲେ ବୋଲି ପାର୍ଥଙ୍କ ଦାଦା ନିଳେଶ ସୋନି କହିଛନ୍ତି । ବିଶାଳ ଓ ଗୌରୀଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଅଧିକ ପଢ଼ନ୍ତୁ: ମେକ୍ସିକୋ ଯାଉଥିଲା ଜାହାଜ, ଥିଲା ୩ ହଜାର ଗାଡ଼ି...ଲାଗିଗଲା ନିଆଁ

 

ଓଟିଭି ବିଜ୍ଞାପନ