/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751111344.jpg)
Tragic Accident
ବଡ଼ ଖବର...ଅଧାରେ ରହିଲା ଜଗା ଦର୍ଶନ...ଆମ ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ । ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢ଼ିଗଲା ଆମ ବସ୍ । ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
ତେବେ ସୂଚନା ଅନୁସାରେ, ଆଉ ଏକ ସ୍କୁଟି ସାଇଡ୍ ମାରିବାରୁ ତଳେ ପଡ଼ି ଯାଇଥିଲେ ୩ ଯୁବତୀ । ତଳେ ପଡ଼ି ଯାଇଥିବା ୩ ଯୁବତୀଙ୍କ ଉପରେ ଚଢ଼ିଗଲା ଆମ ବସ୍ ।
ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ
ଏପଟେ ଆଜି ଏକା ସହିତ ୩ଟି ଜୁଇରେ ଜଳିଲା ୩ ଭାଇଙ୍କ ଚିତା। ଶୋକାକୁଳ ପରିବେଶରେ ସରିଲା ଶବଦାହ କାର୍ଯ୍ୟ। ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡ଼ା ସାହିର ୩ ସଂପର୍କୀୟ ଭାଇଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ ।
ପୁଫୁଗାଁ ଯାଉଥିବା ବେଳେ ଝରିଗାଁ ଡାବୁଗାଁ ମୁଖ୍ୟ ରାସ୍ତା ଡାଇନିଗୁଡ଼ା ନିକଟରେ କାର୍ ଗଛରେ ପିଟି ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି । ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, କ୍ରିସ୍ଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ବେଳେ ସାଲୁର ଘାଟି ନିକଟରେ ମୃତ୍ୟୁ ହୋଇଯାଇଥିଲା। ଗତକାଲି ଝରିଗାଁ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଏକା ସାଙ୍ଗରେ ଜଳିଥିଲା ୩ଟି ଜୁଇ । ଯାହାକି ସ୍ଥାନୀୟ ଅଞ୍ଚଳରେ ହୃଦୟ ବିଦାରକ ପରିବେଶ ସୃଷ୍ଟି କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)