Advertisment

Bus Accident: ଟ୍ରକକୁ ପଛପଟୁ ଧକ୍କା ଦେଲା ବସ; ୬ ଗୁରୁତର

ଗଞ୍ଜାମ ସୁବଳୟାଠାରେ ଯାତ୍ରୀବାହୀ ବସ୍ ଟ୍ରକକୁ ଧକ୍କା ଦେବା ଫଳରେ ୧୦ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଯାତ୍ରୀମାନେ ଉତ୍ତରପ୍ରଦେଶରୁ ଫେରୁଥିଲେ ବୋଲି ସୂଚନା ମିଳିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Bus accident

Bus accident

ଗଞ୍ଜାମ ରମ୍ଭା ଥାନା ଅନ୍ତର୍ଗତ ଏନଏଚ୍ -୧୬ ନିକଟ ସୁବଳୟାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ଧକ୍କା ଦେଇଛି ବସ୍। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଯାତ୍ରୀଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡ୍ରାଇଭର ଓ ହେଲପରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟ ମାନେ ସୁସ୍ଥ ହୋଇ ଫେରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଛାତି ଫଟାଇଦେଲା ଆନ୍ଦୋଳନ ସମୟର ଘଟଣା; ହୃଦୟ ବିଦାରକ ଘଟଣାରେ ଆକାଶ ଆଖିରୁ ବି ଝରିଲା ଲୁହ...

ମିଳିଥିବା ସୂଚନା ଅନୁଯାୟୀ, ସୁବଳୟା ଛକ ନିକଟସ୍ଥ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୬ ଗୁରୁତର ଅଛନ୍ତି। ବସରେ ଥିବା ସମସ୍ତ ତୀର୍ଥଯାତ୍ରୀ ଆନ୍ଧ୍ରପ୍ରଦେଶର ଏବଂ ସେମାନେ ଉତ୍ତରପ୍ରଦେଶରୁ ଫେରୁଥିଲେ ବୋଲି ସୂଚନା ମିଳିଛି। ଭୋର ସାଢେ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ କିଭଳି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବ ସେ ନେଇ ବ୍ୟବସ୍ଥା କରିଥିଲା। ଏକ ଗାଡି ଭଡା କରାଯାଇ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଭାରସାମ୍ୟ ହରାଇ ପଛପଟୁ ଟ୍ରକକୁ ଧକ୍କା ଦେଇଥିଲା। ଏଥିରେ ବସର ସାମନା କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ଅଧିକ ପଢ଼ନ୍ତୁ: ପୁଣି ମାର୍କେଟରେ ଯାତ୍ରା କମେଡିଆନ୍ ନରି ପଣ୍ଡା; ସବୁ ଚର୍ଚ୍ଚାକୁ ପଛରେ ରଖି ପୁଣି ମାରିବେ ପାଉଡର୍

Bus Accident Ganjam Accident
Advertisment
Advertisment